ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ବ୍ୟବସ୍ଥାକୁ ଅଧିକ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଛି। ଭକ୍ତଙ୍କ ପାଇଁ ଚାରିଦ୍ବାର ଖୋଲାଯିବା, ରତ୍ନଭଣ୍ଡାର ଖୋଲାଯିବା ପରେ ଏବେ ମହାପ୍ରସାଦର ପ୍ରସ୍ତୁତ କେବଳ ଖାଣ୍ଟି ଦେଶୀ ଗୁଆଘିଅରେ କରାଯିବାକୁ ଦାବି ହୋଇଛି। ଏନେଇ ସୁଆର ସେବାୟତ ସଂଘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗତକାଲି ଏକ ଚିଠି ଲେଖିଛନ୍ତି। ଏଥି ସହିତ ଏକ ଗୋଶାଳାର ପ୍ରତିଷ୍ଠା ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି।

Advertisment

ଚିଠିରେ ସୁଆର ସେବାୟତ ସଂଘ କହିଛି ଯେ, ଓମଫେଡ୍ ଘିଅ ପରିବର୍ତ୍ତେ ଶୁଦ୍ଧ ଦେଶୀ ଗୁଆଘିଅରେ ମହାପ୍ରସାଦ ପ୍ରସ୍ତୁତ କରାଗଲେ ବହୁତ ଭଲ ହୋଇପାରିବ। ଶୁଦ୍ଧ ଦେଶୀ ଗାଈ ଘିଅ, କ୍ଷୀର, ଲହୁଣୀ ଓ ଦହିର ଉତ୍ପାଦନ ଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମହାପ୍ରଭୁଙ୍କ ଅମୃତମଣୋହୀ ଜମିରେ ଏକ ଗାଈ ଫାର୍ମ ନିର୍ମାଣ କରାଯାଇପାରିବ। ମହାପ୍ରଭୁଙ୍କ ନାମରେ ଗଚ୍ଛିତ ରହିଥିବା ଅର୍ଥରେ ଗୋଶାଳା ବା ଡାଏରୀ ଫାର୍ମ ପରିଚାଳନା କରିବାକୁ ଚିଠିରେ ଉଲ୍ଲେଖ କରିଛି ସୁଆର ସେବାୟତ।

ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଖରେ ବିଭିନ୍ନ ପ୍ରକାର ଅନ୍ନବ୍ୟଞ୍ଜନ ଭୋଗ ହୋଇସାରି ବିମଳାଙ୍କ ନିକଟରେ ସମର୍ପଣ କରାଯିବା ପରେ ତାହାକୁ ମହାପ୍ରସାଦ କୁହାଯାଏ। ଏହା ବଢ଼ା ନହୋଇ ଗୋଟା କୁଡୁଆରେ ଠାକୁରମାନଙ୍କୁ ଅର୍ପଣ କରାଯାଉଥିବାକୁ ଏହାକୁ ଅବଢ଼ା କୁହାଯାଇଥାଏ। ଅବଢ଼ା ନିର୍ମାଲ୍ୟ, ମାହାର୍ଦ୍ଦ ଓ କୈବଲ୍ୟ ନାମରେ ମଧ୍ୟ ଜଣା। କୈବଲ୍ୟ ଓ ଅବଢ଼ା ମଧ୍ୟରେ ପାର୍ଥକ୍ୟ ହେଉଛି, କୈବଲ୍ୟକୁ ଦୁଇ ଆଙ୍ଗୁଠିରେ ଅର୍ଥାତ କଣିକାଏ ଖାଇବାକୁ ହୁଏ; କିନ୍ତୁ ଅବଢ଼ା ମନମୁତାବକ ପେଟପୁରା ଖିଆଯାଏ।

ସୂଚନାଯୋଗ୍ୟ, ମୁଖ୍ୟ ପ୍ରଶାସକ କିଛି ଦିନ ପୂର୍ବରୁ ଶ୍ରୀମନ୍ଦିରରେ ଓମ୍‌ଫେଡ ଘିଅରୁ ମହାପ୍ରସାଦ ପ୍ରସ୍ତୁତି ନେଇ ଚିଠି ଲେଖିଥିଲେ। ଆବଶ୍ୟକତା ଦୃଷ୍ଟିରୁ ସ୍ବତନ୍ତ୍ର ଡିପୋ ବ୍ୟବସ୍ଥା ପାଇଁ ଓମ୍ଫେଡ୍ପରିଚାଳନା ନିର୍ଦ୍ଦେଶକଙ୍କୁ ସେ ଚିଠିରେ ଉଲ୍ଲେଖ କରିଥିଲେ ମହାପ୍ରସାଦ ପ୍ରସ୍ତୁତି ଦୀପରେ କେବଳ ଓମ୍ଫେଡ୍ଘିଅ ବ୍ୟବହାର କରାଯିବ ଘିଅ ଦାମ ହ୍ରାସ ପାଇଁ ନିଯୋଗ ଅନୁରୋଧ କରିଥିବା ଜଣାଇଥିଲେ ଶ୍ରୀମନ୍ଦିର ଭିତରକୁ ଅନ୍ୟ ଘିଅ ନେଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଥିଲା 

ଏହି ଖବର ପଢ଼ନ୍ତୁ: ଶ୍ରୀମନ୍ଦିରରେ ଓମ୍‌ଫେଡ୍‌ ଘିଅ ବ୍ୟବହାର ନେଇ ନିଷ୍ପତ୍ତି