ପୁରୀ: ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଓ ପ୍ରିୟଙ୍କା ସେନାପତି ଲିଙ୍କ ଘଟଣାରେ ପୁଲିସର ତନାଘନା । ଆଜି ପୁରୀ ପୁଲିସ ପ୍ରିୟଙ୍କା ସେନାପତିଙ୍କୁ ପଚରାଉଚରା କରିଛି। ଜ୍ୟୋତିଙ୍କ ସହ କାହିଁକି ଯୋଗାଯୋଗରେ ଥିଲେ ଓ ପ୍ରିୟଙ୍କା କଣ ପାଇଁ ପାକିସ୍ତାନର କର୍ତାରପୁର ଯାଇଥିଲେ ସେ ନେଇ ଛାନଭିନ ହୋଇଛି। ଏକଥାକୁ ପ୍ରିୟଙ୍କାଙ୍କ ବାପା ବି ସ୍ବୀକାର କରିଛନ୍ତି ଓ ସେ କହିଛନ୍ତି, ଝିଅ ତଦନ୍ତରେ ସହଯୋଗ କରିଛି। ତଦନ୍ତ ନସାରିବା ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କୁ ପୁରୀ ଛାଡ଼ି ନଯିବାକୁ ନିର୍ଦ୍ଦେଶ ରହିଥିବା ଚର୍ଚ୍ଚା ଜୋର ଧରିଛି । ଏ ନେଇ ଓଡିଶା ପୁଲିସ ସୂତ୍ରରୁ ସୂଚନା ମିଳିଛି ।
ସେଣ୍ଟ୍ରାଲ ଇଣ୍ଟେଲ୍ଲିଜେନ୍ସ ଓ ଷ୍ଟେଟ ଇଣ୍ଟେଲ୍ଲିଜେନ୍ସ ସହ ଯୋଗାଯୋଗରେ ଅଛି ପୁରୀ ପୁଲିସ । ଏନେଇ ଏକ ସ୍ପେଶାଲ ଟିମ ଗଠନ ହୋଇଛି । ଏସପି ଏହି ଟିମର ନେତୃତ୍ବ ନେଉଛନ୍ତି । ହରିୟାଣା ପୁଲିସ ସହ ଯୋଗାଯୋଗରେ ଅଛି ଓଡ଼ିଶା ପୁଲିସ। ଏହା ଜାତୀୟ ନିରାପତ୍ତା ପ୍ରସଙ୍ଗ ହୋଇଥିବାରୁ ଓ ଘଟଣାଟି ଅତି ସମ୍ବେଦନଶୀଳ ହୋଇଥିବାରୁ ପାକିସ୍ତାନ ସହ ଲିଙ୍କ ନେଇ ପ୍ରିୟଙ୍କାଙ୍କୁ ଗୁପ୍ତ ସ୍ଥାନରେ ପଚାରଉଚରା କରାଯାଇଛି।
ତେଣେ ସେଣ୍ଟ୍ରାଲ ଇଣ୍ଟେଲ୍ଲିଜେନ୍ସ ଓ ଷ୍ଟେଟ ଇଣ୍ଟେଲ୍ଲିଜେନ୍ସ ସହ ଯୋଗାଯୋଗରେ ଅଛି ପୁରୀ ପୁଲିସ । ଏନେଇ ଏକ ସ୍ପେଶାଲ ଟିମ ଗଠନ ହୋଇଛି । ଏସପି ଏହି ଟିମର ନେତୃତ୍ବ ନେଉଛନ୍ତି । ହରିୟାଣା ପୁଲିସ ସହ ଯୋଗାଯୋଗରେ ଅଛି ଓଡ଼ିଶା ପୁଲିସ। ଏହା ଜାତୀୟ ନିରାପତ୍ତା ପ୍ରସଙ୍ଗ ହୋଇଥିବାରୁ ଓ ଘଟଣାଟି ଅତି ସମ୍ବେଦନଶୀଳ ହୋଇଥିବାରୁ ପାକିସ୍ତାନ ସହ ଲିଙ୍କ ନେଇ ପ୍ରିୟଙ୍କାଙ୍କୁ ଗୁପ୍ତ ସ୍ଥାନରେ ପଚାରଉଚରା କରାଯାଇଛି।