ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ରାହୁ ରେଖା ଲାଗି ନୀତି। ପରମ୍ପରା ଅନୁସାରେ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଭୋଗ ମଣ୍ଡପ ନୀତି ଉଠିବା ପରେ ରାହୁ ରେଖା ଲାଗି ନୀତି ଅନୁଷ୍ଠିତ ହେବ। ରାହୁରେଖା ଲାଗି ନୀତି ଶେଷହେବା ପରେ ଶ୍ରୀଜୀଉଙ୍କ ମହାସ୍ନାନ କରାଯିବ। ସ୍ନାନପୂର୍ଣ୍ଣିମାରୁ ମହାପ୍ରଭୁଙ୍କ ଓଲାଗି ହୋଇଥିବା ସ୍ୱର୍ଣ୍ଣ ନିର୍ମିତ ରାହୁରେଖା ଅଳଙ୍କାରକୁ ପୁନର୍ବାର ଆଜି ମହାପ୍ରଭୁଙ୍କ ଶ୍ରୀମୁଖରେ ଲାଗି ହେବ। ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଠାକୁରମାନଙ୍କର ରାହୁ ରେଖା ଲାଗି ନୀତି ଅନୁଷ୍ଠିତ ହୋଇଥାଏ।  ବିଗ୍ରହ ମାନଙ୍କର ଶ୍ରୀମୁଖରେ ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ ପଟିକୁ ରାହୁ ରେଖା କୁହାଯାଏ। ଗୋପାଳବଲ୍ଲଭ ଭୋଗ ବଢିବା ପରେ ତଢ଼ାଉ କରଣ ଓ ଦେଉଳକରଣ ଭଣ୍ଡାର ମେକାପ ଙ୍କୁ କହି ଭଣ୍ଡାରରୁ ମୁଦ ହୋଇ ରହିଥିବା ସୁବର୍ଣ୍ଣ ରାହୁରେଖା ବାହାର କରି ଆଣିଥାନ୍ତି। ବେହେରଣ ଦ୍ୱାର ନିକଟରେ ଥିବା ଶ୍ରୀମନ୍ଦିର ବଣିଆ ସେବକ ଉକ୍ତ ରାହୁରେଖା କୁ ମାଜି ସଫା କରିଥାନ୍ତି।

Advertisment

ଭୋଗମଣ୍ଡପ ନୀତି ବଢିବା ପରେ ପାଳିଆ ସେବକ ଓ ଦଇତାପତି ସେବକମାନେ ଜୟ ବିଜୟ ଦ୍ୱାର ବନ୍ଦ କରି ମହାପ୍ରଭୁଙ୍କୁ ରାହୁ ରେଖା ଲାଗି କରିଥାନ୍ତି। ତେଣୁ ଆଜି ଭୋଗମଣ୍ଡପ ପରେ ରାହୁରେଖା ଲାଗି ନୀତି ଗୁପ୍ତ ନୀତି ଓ ପ୍ରାୟ ୪ଘଣ୍ଟାର ନୀତି ହୋଇଥିବାରୁ ଦିନ ପ୍ରାୟ ୨ଟା୩୦ ରୁ  ପ୍ରାୟ ସଂଧ୍ୟା ୬ଟା୩୦ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ।