ଅସ୍ତରଙ୍ଗ. ଅସ୍ତରଙ୍ଗର କୁହୁଡ଼ି ସିନେମା ଛକ ନିକଟରେ ବେଇଆଇନ ଭାବେ ଚାଲୁଥିବା ୩ଟି କରତକଳ ଉପରେ ଚଢ଼ଉ ହୋଇଛି| ଏକ ସ୍ୱତନ୍ତ୍ର ଟିମ୍  ଆଜି ମଙ୍ଗଳବାର ଦିନ ସକାଳ ୬ ଟାରୁ  ଅଚାନକ ଅସ୍ତରଙ୍ଗରେ ପହଞ୍ଚି କରତକଳ ଉପରେ ଅଚାନକ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ କରିଛନ୍ତି |  

Advertisment

ତିନୋଟି କରତକଳରୁ  ବଡ଼ ବଡ଼ ଯନ୍ତ୍ରାଂଶ, କାଠ ଓ ମେସିନ୍ ଜବତ କରି ବନବିଭାଗ ନିଜ ହେପାଜତକୁ ନେଇଛନ୍ତି| ଏହି ଚଢ଼ଉ ବେଳେ ଅସ୍ତରଙ୍ଗ ରେଞ୍ଜର ମୋନାଲିସା ମହାପାତ୍ର, ବିଭାଗ ଅଧୀନ ଦୁଇଜଣ ଫରେଷ୍ଟର, କୋଣାର୍କ ଓ ବାଲୁଖଣ୍ଡ ବନବିଭାଗ ଓ ପୁଲିସ୍ ଫୋର୍ସ ସାମିଲ୍ ହୋଇଥିଲେ |              

ସୂଚନାନୁସାରେ, ଅସ୍ତରଙ୍ଗର ଏସିଏଫ୍ ଭିଜିଲାନ୍ସ ସାଧନା ପ୍ରିୟଦର୍ଶିନୀ ସ୍ୱାଇଁଙ୍କ ନେତୃତ୍ୱରେ କୋଣାର୍କ, ବାଲୁଖଣ୍ଡ ଓ ଅସ୍ତରଙ୍ଗ ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍  ଆଜି ମଙ୍ଗଳବାର ଦିନ ସକାଳ ୬ଟାରୁ  ଅଚାନକ ଅସ୍ତରଙ୍ଗରେ ପହଞ୍ଚିଥିଲେ| ଅସ୍ତରଙ୍ଗ-କାକଟପୁର ମୁଖ୍ୟ ରାସ୍ତାର ସିନେମାହଲ୍ ଛକ ସ୍ଥିତ ରାସ୍ତାକଡ଼ରେ ଥିବା କରତକଳ ଉପରେ ଅଚାନକ ଚଢ଼ଉ କରି କରତକଳକୁ ସିଲ୍ କରିଥିଲେ |

ପର୍ଯ୍ୟାୟ କ୍ରମେ ତିନୋଟି କରତକଳରୁ  ବଡ଼ ବଡ଼ ଯନ୍ତ୍ରାଂଶ, କାଠ ଓ ମେସିନ୍ ଜବତ କରି ବନବିଭାଗ ନିଜ ହେପାଜତକୁ ନେଇଛନ୍ତି| ଏହି ଚଢ଼ଉ ବେଳେ ଅସ୍ତରଙ୍ଗ ରେଞ୍ଜର ମୋନାଲିସା ମହାପାତ୍ର, ବିଭାଗ ଅଧୀନ ଦୁଇଜଣ ଫରେଷ୍ଟର, କୋଣାର୍କ ଓ ବାଲୁଖଣ୍ଡ ବନବିଭାଗ ଓ ପୁଲିସ୍ ଫୋର୍ସ ସାମିଲ୍ ହୋଇଥିଲେ | ଖବର ଲେଖା ହେବା ପର୍ଯ୍ୟନ୍ତ ଚଢ଼ଉ ଜାରିରହିଥିଲା ବେଳେ ଜବତ ଯନ୍ତ୍ରାଂଶ ଓ କାଠର ମୂଲ୍ୟ ସମ୍ପର୍କରେ ବନବିଭାଗ ପକ୍ଷରୁ ସଠିକ୍ ତଥ୍ୟ ମିଳିପାରିନି |