ଯାଜପୁର: ଗତକାଲି ରାତିରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ତରଞ୍ଜିଆ ପଂଚାୟତ ପୋବଳ ଗାଁରେ କଟକ କ୍ରାଇମବ୍ରାଞ୍ଚ ଟିମ ଓ ଧର୍ମଶାଳା ପୁଲିସ ମିଳିତ ଚଢ଼ାଉ କରଥିଲେ। ସାଇବର ଠକେଇ ମାମଲାରେ ଆର୍ଥିକ କାରବାର ନେଇ ପୋବଳ ଗାଁର ସରୋଜ ଜେନାଙ୍କ ଘରେ ଚଢ଼ାଉ ହୋଇଥିଲା।
୩ ଜଣଙ୍କୁ ଉଠାଇ ନେଇଛି କଟକ କ୍ରାଇମ ବ୍ରାଞ୍ଚ ଟିମ୍
ସରୋଜ ଜେନାଙ୍କ ଘରୁ ପାଖାପାଖି ୨୦ ଲକ୍ଷ ଟଙ୍କା ଜବତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ସରୋଜଙ୍କ ସହ ଲିଙ୍କ ଥିବା ୩ ଜଣଙ୍କୁ କଟକ କ୍ରାଇମ ବ୍ରାଞ୍ଚ ଟିମ୍ ଉଠାଇ ନେଇଥିବା ସୂଚନା ରହିଛି।
ଆହୁରି ପଢନ୍ତୁ- Wood Sent Puri ରଥଯାତ୍ରା ପାଇଁ ଦଶପଲ୍ଲାରୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଲା ପ୍ରଥମ ରଥକାଠ
ଗତକାଲି ରାତି ୧୧ ଟା ରୁ ୩ ଟା ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଥିବାବେଳେ ମୁଖ୍ୟ ଅଭିଯୁକ୍ତ ସରୋଜ ଜେନା ଫେରାର ଥିବା କହିଛନ୍ତି ଧର୍ମଶାଳା ଥାନା ଅଧିକାରୀ। ପୁଲିସ୍ ଏବେ ମୁଖ୍ୟ ଅଭିଯୁକ୍ତ ସରୋଜ ଜେନାଙ୍କୁ ଧରିବା ଲାଗି ଜାଲ ବିଛାଇଛି।
ଆହୁରି ପଢନ୍ତୁ- Young Man Shot Dead ରାସ୍ତା ଉପରେ ଗୁଳି ମାରି ଯୁବକଙ୍କ ଜୀବନ ନେଲେ ୨ ଦୁର୍ବୃତ୍ତ, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ସନ୍ଦେହ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/20/untitled-3-2026-01-20-13-06-43.jpg)