ସୁନ୍ଦରଗଡ଼: ଖଣି, ଖନନ, ବେଆଇନ୍ ଚାଲାଣକୁ ନେଇ ସୁନ୍ଦରଗଡ଼ ଜିଲ୍ଲା କିଛି ଦିନ ହେଲା ଚର୍ଚ୍ଚାରେ ରହି ଆସୁଛି। ଆଜି ଜିଲ୍ଲାର ହେମଗିର ଅଞ୍ଚଳରେ ପୁଣି ଥରେ ବେଆଇନ ଖଣି ଉପରେ ରାଜସ୍ୱ ବିଭାଗ ଚଢ଼ଉ କରିଛି। ହେମଗିରି ଥାନା ଟିକିଲିପଡା ଅଂଚଳରେ ବେଆଇନ କୋଇଲା ଖଣି ଉପରେ ରାଜସ୍ବ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଆଜି ଅତର୍କିତ ଚଢ଼ଉ କରିଛନ୍ତି।
ରାଜସ୍ବ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଲା ପରେ ଖଣିରେ ନିୟୋଜିତ ଜେସିବି ଛାଡ଼ି ଏହାର ଚାଳକ ଫେରାର ହୋଇଯାଇଛି। ବିଭାଗୀୟ ଅଧିକାରୀମାନେ ବେଆଇନ ଖଣିରେ ନିୟୋଜିତ ଜେସିବିକୁ ଜବତ କରିଛନ୍ତି। ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛନ୍ତି।
/sambad/media/media_files/2025/04/16/7f20ac30-aa9d-4f34-8b15-6b1fb60aedee-256246.jpg)
ସୂଚନା ଅନୁସାରେ ତହସିଲଦାର ସାରିକାରାଣୀ ଧମେଲଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଫଳରେ ଆଉ ଏକ କୋଇଲା ଖଣିରେ ବେଆଇନ୍ ଭାବେ ଖନନ କରି ଚାଲାଣ କରାଯାଉଥିବା ଜଣାପଡ଼ିଛି। ରାଜସ୍ବ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଲା ପରେ ଖଣିରେ ନିୟୋଜିତ ଜେସିବି ଛାଡ଼ି ଏହାର ଚାଳକ ଫେରାର ହୋଇଯାଇଛି। ବିଭାଗୀୟ ଅଧିକାରୀମାନେ ବେଆଇନ ଖଣିରେ ନିୟୋଜିତ ଜେସିବିକୁ ଜବତ କରିଛନ୍ତି। ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛନ୍ତି।
ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲା ଏମ୍ସିଏଲ୍ କ୍ଷେତ୍ର ଅଧୀନ ଗୋପାଳପୁର ଅଞ୍ଚଳରେ ବେଆଇନ ଖଣିରୁ କୋଇଲା ଚୋରି ସାରାରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ଏ ଖବର ସାମ୍ନାକୁ ଆଣିବା ପରେ ଖଣି ବିଭାଗ, ରାଜସ୍ବ, ବନ ବିଭାଗ ଓ ପୁଲିସ ୧୦ ଦିନ ଧରି ଅଞ୍ଚଳର ଚୋରାଖଣି, କାରଖାନା, କୋଲ୍ ୱାସେରି ଉପରେ ଚଢ଼ଉ କରିଥିଲେ। ଏହା ପରେ ଖଣି ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱରରୁ ଖଣି, ଭୂତତ୍ତ୍ବ ବିଭାଗର ୯ ଜଣିଆ ଟିମ୍ ଆସି ଦୁଇ ଦିନ ତନାଘନା କରି ଫେରି ଯାଇଛନ୍ତି। ତେବେ ଚଢ଼ଉ ଓ ଯାଞ୍ଚ ବନ୍ଦ ହେବା ପରେ ମଙ୍ଗଳବାର ଏକ ବଡ଼ଧରଣର କୋଇଲା ଲୁଟ୍ ଘଟଣା ସାମନାକୁ ଆସିଛି।
sundargarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/16/VlYyiO6MMBRXalAkKtHm.jpg)