ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ରାଜ୍ୟର ସବୁଠୁ ବଡ଼ ଖଣି ଚୋରି ସଂପର୍କରେ ସୂଚନା ପାଇବା ପରେ ଚୋରା ଖଣି ଉପରେ ପ୍ରଶାସନ, ପୁଲିସ ଓ ବନବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି।ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦାଶରଥି ସରାବୁ, ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ ମହାପାତ୍ର, ସୁନ୍ଦରଗଡ଼ ତହସିଲଦାର କୁଳମଣି ରଣବିଡ଼ା, ହେମଗିର ତହସିଲଦାର ସାରିକା ଧମେଲ, ହେମଗିର ବନାଞ୍ଚଳ ଅଧିକାରୀ ପ୍ରକାଶ ଚନ୍ଦ୍ର ନାଏକଙ୍କ ସହ ପୁଲିସ ଫୋର୍ସ ଏହି ଚଢ଼ାଉରେ ସାମିଲ ହୋଇଥିବା ଜଣାଯାଇଛି। ହେମଗିରି ବ୍ଲକ କୁଲାପଡ଼ାରେ ଚଢ଼ାଉ ଚାଲିଛି।
ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଛି ରାଜ୍ୟର ସବୁଠୁ ବଡ଼ ଖଣି ଚୋରି। ଜଙ୍ଗଲର ଛାତି ଚିରି ତିଆରି ହୋଇଛି ଗୋଟିଏ ଗୋଟିଏ କରି ୧୦୦ରୁ ଅଧିକ ଚୋରା କୋଇଲା ଖଣି। ସରକାରୀ ଖଣି ଭଳି ଉପର ମାଟି ବାହାର କରି ମାଟିତଳୁ ବାହାର କରାଯାଉଛି ଟନ୍ ଟନ୍ କୋଇଲା। ଗୋପାଳପୁର ଗାଁ ଡେଇଁ କୁଲାପଡା ଓ ତେଲେନଡିହି ରିର୍ଜଭ ଫରେଷ୍ଟ ଭିତରେ ଚାଲିଛି ଶହଶହ ବେଆଇନ କୋଇଲା ଖଣି । ଟନ୍ ଟନ୍ କୋଇଲା। କଳାହୀରାକୁ ବାହାର ରାଜ୍ୟ ଛତିଶଗଡ଼, ଝାରଖଣ୍ଡ, ମଧ୍ୟପ୍ରଦେଶ , ଉତ୍ତରପ୍ରଦେଶ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋଟି କୋଟି ଟଙ୍କାରେ ବିକ୍ରି କରୁଛନ୍ତି ମାଫିଆ । ଜଙ୍ଗଲ ଭିତରେ ଯେଉଁ ଖଣି ଓ ଯେଉଁ କୋଇଲା ଗଚ୍ଛିତ ରଖାଯାଇଛି, ତାହା ଦେଖିଲେ ଯେ କେହି ବିସ୍ମିତ ହୋଇଯିବେ।
ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଛି ରାଜ୍ୟର ସବୁଠୁ ବଡ଼ ଖଣି ଚୋରି। ଜଙ୍ଗଲର ଛାତି ଚିରି ତିଆରି ହୋଇଛି ଗୋଟିଏ ଗୋଟିଏ କରି ୧୦୦ରୁ ଅଧିକ ଚୋରା କୋଇଲା ଖଣି। ସରକାରୀ ଖଣି ଭଳି ଉପର ମାଟି ବାହାର କରି ମାଟିତଳୁ ବାହାର କରାଯାଉଛି ଟନ୍ ଟନ୍ କୋଇଲା। ଗୋପାଳପୁର ଗାଁ ଡେଇଁ କୁଲାପଡା ଓ ତେଲେନଡିହି ରିର୍ଜଭ ଫରେଷ୍ଟ ଭିତରେ ଚାଲିଛି ଶହଶହ ବେଆଇନ କୋଇଲା ଖଣି । ଟନ୍ ଟନ୍ କୋଇଲା। କଳାହୀରାକୁ ବାହାର ରାଜ୍ୟ ଛତିଶଗଡ଼, ଝାରଖଣ୍ଡ, ମଧ୍ୟପ୍ରଦେଶ , ଉତ୍ତରପ୍ରଦେଶ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋଟି କୋଟି ଟଙ୍କାରେ ବିକ୍ରି କରୁଛନ୍ତି ମାଫିଆ । ଜଙ୍ଗଲ ଭିତରେ ଯେଉଁ ଖଣି ଓ ଯେଉଁ କୋଇଲା ଗଚ୍ଛିତ ରଖାଯାଇଛି, ତାହା ଦେଖିଲେ ଯେ କେହି ବିସ୍ମିତ ହୋଇଯିବେ।
ଶହଶହ ବେଆଇନ କୋଇଲା ଖଣି ଯଦି ଏହି ଜଙ୍ଗଲ ମଧ୍ୟରେ ରହିଛି ଏବଂ ଏଇଠାରୁ ମୁଖ୍ୟ ରାସ୍ତା ଦେଇ ବାହାର ରାଜ୍ୟ ଓ ରାଜ୍ୟ ମଧ୍ୟରେ କୋଇଲା ଚାଲାଣ ହେଉଛି, ତାହାର ଖବର କଣ ଜିଲ୍ଲା ପ୍ରଶାସନ ,ପୁଲିସ , ମାଇନିଂ ବିଭାଗ ପାଖରେ ନାହିଁ। ବଡ଼ବଡ଼ିଆ ବାବୁଙ୍କ କଥା ଛାଡ଼ନ୍ତୁ ବ୍ଲକର ବିଡିଓ, ତହସିଲଦାର, ସ୍ଥାନୀୟ ଆରଆଇ କି ଜଙ୍ଗଲ ଦାୟିତ୍ୱରେ ଥିବା ବନବିଭାଗ ପାଖରେ ମଧ୍ୟ ନଥିଲା।
raid
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/04/uNepuGw1bd8ZMEVx1plh.jpg)