ଯାଜପୁର: ଯାଜପୁରର ବେଆଇନ ବଳଦେବଜୀଉ ସେବାଶ୍ରମ ଉପରେ ପ୍ରଶାସନ ଓ ପୁଲିସ ଚଢ଼ାଉ କରିଛି। ସେବାଶ୍ରମର ପରିଚାଳକ ଦୁଷ୍ମନ୍ତ ଦାସଙ୍କୁ ଉଠାଇ ନେଇଛି ପୁଲିସ। ଯାଜପୁର ବିଂଝାରପୁର ଥାନା ଅଳକୁଣ୍ଡର ବେଆଇନ ବଳଦେବଜୀଉ ସେବାଶ୍ରମ ଉପରେ ମିଳିତ ଭାବେ ପ୍ରଶାସନ ଓ ପୁଲିସର ଚଢ଼ାଉ ହୋଇଛି। ୨୦୨୩ ମସିହାରୁ ପଞ୍ଜିକରଣ ସରିଥିବା ସତ୍ତ୍ବେ ବେଆଇନ ଭାବେ ପୁଅଝିଅଙ୍କୁ ରଖିଥିବାର ଅଭିଯୋଗ ଥିଲା। ବାରମ୍ବାର ଜିଲ୍ଲା ପ୍ରଶାସନର ଚିଠିକୁ ବେଖାତିର କରି କୋର୍ଟର ଆଳ ଦେଖାଇ ଅନ୍ତେବାସୀଙ୍କୁ ହାଜର କରାଉନଥିଲା। ପୂର୍ବରୁ ସେବାଶ୍ରମକୁ ଯାଞ୍ଚ ପାଇଁ ଆସିଥିବା ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଉଦ୍ୟମ କରାଯାଇଥିଲା।
ଯାଜପୁର ଏସଡିପିଓ, ଅଳକୁଣ୍ଡ ଥାନା ପୁଲିସ, ଶିଶୁ ସୁରକ୍ଷା ବିଭାଗ, ଶିଶୁ ମଙ୍ଗଳ କମିଟିର ଉପସ୍ଥିତିରେ ଚଢ଼ାଉ ହୋଇଛି। ଚଢ଼ାଉ ବେଳେ ୪ ଜଣ ଅନ୍ତେବାସୀ ମିଳିଥିବା ବେଳେ ସରକାରୀ ତଥ୍ୟାନୁସାରେ ୩୪ ଜଣ ଅନ୍ତେବାସୀ ରହୁଥିଲେ। ତେବେ ଅନ୍ୟ ଅନ୍ତେବାସୀ କୁଆଡ଼େ ଗଲେ ବୋଲି ପ୍ରଶ୍ନ ଉଠୁଛି। କାରଣ ସବୁ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ଏଠାରେ ୩୦ରୁ ଅଧିକ ଅନ୍ତେବାସୀ ରହୁଥିବାର ତଥ୍ୟ ଦିଆଯାଇଥାଏ। ବିନା କର୍ମଚାରୀରେ ସଂପାଦକଙ୍କ ଘରେ ଚାଲୁଥିବା ଏହି ଅନୁଷ୍ଠାନରେ ପୂର୍ବରୁ ଦୁଇଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ୨୦୧୨ରେ ଜଣେ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଥିବା ବେଳେ ୨୦୧୭ରେ ଜଣେ ନାବାଳିକା ଆତ୍ମହତ୍ୟା କରିଥିବାର ମଧ୍ୟ ପ୍ରଶାସନ ପାଖରେ ଅଭିଯୋଗ ରହିଛି।
ଆଜି ଯାଜପୁର ଏସଡିପିଓ, ଅଳକୁଣ୍ଡ ଥାନା ପୁଲିସ, ଶିଶୁ ସୁରକ୍ଷା ବିଭାଗ, ଶିଶୁ ମଙ୍ଗଳ କମିଟିର ଉପସ୍ଥିତିରେ ଚଢ଼ାଉ ହୋଇଛି। ଚଢ଼ାଉ ବେଳେ ୪ ଜଣ ଅନ୍ତେବାସୀ ମିଳିଥିବା ବେଳେ ସରକାରୀ ତଥ୍ୟାନୁସାରେ ୩୪ ଜଣ ଅନ୍ତେବାସୀ ରହୁଥିଲେ। ତେବେ ଅନ୍ୟ ଅନ୍ତେବାସୀ କୁଆଡ଼େ ଗଲେ ବୋଲି ପ୍ରଶ୍ନ ଉଠୁଛି। କାରଣ ସବୁ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ଏଠାରେ ୩୦ରୁ ଅଧିକ ଅନ୍ତେବାସୀ ରହୁଥିବାର ତଥ୍ୟ ଦିଆଯାଇଥାଏ। ବିନା କର୍ମଚାରୀରେ ସଂପାଦକଙ୍କ ଘରେ ଚାଲୁଥିବା ଏହି ଅନୁଷ୍ଠାନରେ ପୂର୍ବରୁ ଦୁଇଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ୨୦୧୨ରେ ଜଣେ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଥିବା ବେଳେ ୨୦୧୭ରେ ଜଣେ ନାବାଳିକା ଆତ୍ମହତ୍ୟା କରିଥିବାର ମଧ୍ୟ ପ୍ରଶାସନ ପାଖରେ ଅଭିଯୋଗ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/19/dMeHShJQVyuEH0P48NPZ.jpg)