ବଣାଇଁଗଡ଼: କିଛି ଦିନ ତଳେ ବଣାଇଁ ଉପଖଣ୍ଡର କୋଇଡ଼ା ଅଞ୍ଚଳ ବେଆଇନ ଅଫିମ ଚାଷ ଧରାପଡ଼ିଛି l କିଛି ଦିନ ନ ଯାଉଣୁ ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା ପଙ୍କଡ଼ିହି ଗ୍ରାମର ଜରଡ଼ା ଅଞ୍ଚଳରେ ଠାବ ହୋଇଛି ବିରାଟ ଅଫିମ କ୍ଷେତ। ଏକର ଏକର ଜାଗାରେ ବେଧଡ଼କ ଅଫିମ ଚାଷ ଚାଲିଥିଲା। ଫୁଲ ଧରିବା ଯାଏଁ ଗଛ ବଢ଼ିସାରିଥିଲା। ଆଉ କିଛି ଦିନ ପରେ ସେଥିରେ ଧରିଥାନ୍ତା ବିଷ ଫଳ ଯେଉଁଥିରୁ ତିଆରି ହୋଇଥାନ୍ତା ହେରୋଇନ୍ ଓ ବ୍ରାଉନସୁଗାର ଭଳି ନିଶାଦ୍ରବ୍ୟ। ହେଲେ ଠିକ୍ ଅମଳ ପୂର୍ବରୁ ମାଡ଼ିବସିଲା ପୁଲିସ୍ ଓ ଅବକାରୀ ବିଭାଗ।ଚାରିପଟେ ଘଞ୍ଚ ଜଙ୍ଗଲ, ମଝିରେ ଧାଡ଼ି ଧାଡ଼ିହୋଇ ଲାଗିଛି ହଜାର ହଜାର ଗଛ, ଫୁଟିଛି ଶହ ଶହ ନିଷିଦ୍ଧ ଫୁଲ। ଏହା କାଶ୍ମୀରର ମନୋରମ ଟୁଲିପ
ବଗିଚା ନୁହେଁ। ସୁନ୍ଦରଗଡ଼ ଗୁରୁଣ୍ଡିଆ ଅଞ୍ଚଳର ବେଆଇନ ଅଫିମ କ୍ଷେତ ୩ଏକର ଜାଗା, ୪୨ ହଜାର ଗଛ, ଆନୁମାନିକ ମୂଲ୍ୟ ୪୨ଲକ୍ଷ ଟଙ୍କା। ଏଭଳି ସ୍ଥାନରେ ବିରାଟ ଅଫିମ କ୍ଷେତର ପର୍ଦାଫାସ କରିଛି ପୁଲିସ ଓ ଅବକାରୀ ଟିମ୍। ୨ ପ୍ଲାଟୁନ ଫୋର୍ସ ସହାୟତାରେ ୫ ରୁ ୬ ଘଣ୍ଟାର କସରତ ପରେ ସବୁ ଗଛ ନଷ୍ଟ କରାଯାଇଥିଲା । ଆଜି ଏହି ଟିମରେ ଅତିରିକ୍ତ ତହସିଲଦାର ଗୁରୁଣ୍ଡିଆ, ୪ ଥାନା ଅଧିକାରୀ ଓ କର୍ମଚାରୀ, ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ, ବନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ l
ପୁଲିସ ଓ ଅବକାରୀ ବିଭାଗର ନିଦ ଭାଙ୍ଗୁ ନାହିଁ
ଜଙ୍ଗଲ ଜମିରେ ଏମିତି ବେଧଡ଼କ ବେଆଇନ ଅଫିମ ଚାଷ କରିଥିବା କୌଣସି ଲୋକଙ୍କର ପୁଲିସ ଟେର ପାଇନଥିବା ବେଳେ ଘଟଣାର ତଦନ୍ତ କରୁଥିବା ଜଣାପଡିଛି l କିନ୍ତୁ ଆଉ କେତେ ଦିନ ବାରମ୍ବାର ଖବର ପ୍ରସାରଣ ହେଉଛି କିନ୍ତୁ ପୁଲିସ ଓ ଅବକାରୀ ବିଭାଗର ନିଦ ଭାଙ୍ଗୁ ନାହିଁ l ଚେଇଁ ଶୋଇଥିବ ଯିଏ, ତାକୁ ଉଠେଇବ କିଏ ସେହି ନ୍ୟାୟରେ ବର୍ତ୍ତମାନ କାର୍ଯ୍ୟ ଚାଲିଛି l
ଇତି ମଧ୍ୟରେ ଜଣାପଡ଼ିଛି, ଝାଡ଼ଖଣ୍ଡରୁ ଚାଲିଥିଲା ଅଫିମ ରାକେଟ୍। ଝାଡ଼ଖଣ୍ଡର ୪ ଜଣ ଦୁର୍ବୃତ୍ତ ୨ମାସ ହେଲା ଅଫିମ ଚାଷ କରୁଥିଲେ। ଏସବୁ ଔଷଧୀୟ ଚାରା କହି ଗରିବ ଆଦିବାସୀଙ୍କୁ ଟଙ୍କା ପ୍ରଲୋଭନ ଦେଖାଇ ଚାଷରେ ନିୟୋଜିତ କରିଥିଲେ। ୪ଟି ବିରାଟ ବିରାଟ ଜଙ୍ଗଲ ଜମି ସଫାକରି ଡାଳପତ୍ରରେ ବାଡ଼ କରିଥିଲେ। ପାଖରେ ବହୁଥିବା କାରୋ ନାଳରେ ୨ଟି ବଡ଼ ମୋଟର ଲଗାଇ ଜଳସେଚନ କରୁଥିଲେ। ଏ ସବୁ ସତ୍ତ୍ବେ ଜଙ୍ଗଲ ବିଭାଗ ଏହାର କୌଣସି ଟେର ପାଉନଥିଲା କେମିତି? ତାହା ବଡ଼ ସନ୍ଦେହ ସୃଷ୍ଟି କରିଛି।
Accident 3 Death ବୀରମହାରାଜପୁରରେ ଅଭାବନୀୟ: ବାଇକ୍ ଧକ୍କାରେ ଚାଲିଗଲା ତିନି ଜୀବନ
୧୫ ଦିନ ପୂର୍ବରୁ କେନ୍ଦୁଝର ବଡ଼ବିଲ ଅଞ୍ଚଳରେ ମଧ୍ୟ ଦେଢ଼ ଏକର ଅଫିମ ଚାଷ ନଷ୍ଟ କରାଯାଇଥିଲା। ଏହି ଅଫିମ ନେଟ୍ୱର୍କର ଚେର ଆଉ କେଉଁ ଜିଲ୍ଲାକୁ ବ୍ୟାପିଛି ? କିଏ ଏତେ ଟଙ୍କା ଲଗାଉଛି, ଅଫିମ ଚାଷର ଜଟିଳ ତରିକା ବତାଉଛି? ଏସବୁ ତଦନ୍ତ ସାପେକ୍ଷ ବୋଲି ସାଧାରଣ ଲୋକ ଦାବୀ କରିଛନ୍ତି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/02/18/untitled-2026-02-18-13-36-33.png)