କାଲିମେଳା: ଲଘୁଚାପ ଜନିତ ଲଗାଣ ବର୍ଷାରେ ବୁଡ଼ିଲା କନ୍ୟାଶ୍ରମ ପୋଲ | ପୋଲ ଉପରେ ଦୁଇ ଫୁଟ ବନ୍ୟା ଜଳ ପ୍ରବାହିତ ହେବାରୁ କାଲିମେଳା ବ୍ଲକ ସହିତ ପଡିଆ ବ୍ଲକକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି | ଗତକାଲି ଠାରୁ କାଲିମେଳା ଅଂଚଳରେ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ଆଜି ଭୋର ସମୟରେ ଏହି ପୋଲଟି ବୁଡ଼ି ଯାଇଥିବାର ଦେଖିବାକୁ ମିଳିଛି | ପୋଲ ବୁଡ଼ିଯିବା ଯୋଗୁଁ ଯାତ୍ରୀବାହୀ ବସ ସହ ଅନେକ ଯାନବାହାନ ଉଭୟ ପଟେ ଅଟକି ରହିଥିବାର ଦେଖିବାକୁ ମିଳିଛି |
ଗତ ୨୪ ଘଣ୍ଟା ମଧ୍ୟରେ କାଲିମେଳାରେ ୩୩ ମି ମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି | ସେହିପରି ମାଲକାନଗିରି-ମୋଟୁ ୩୨୬ ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ନାଳ ଉପରେ ଗତକାଲି ରାତିରେ ମାତ୍ର ଏକ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଥିଲା ବେଳେ ସକାଳୁ ପୋଲ ତଳକୁ ପାଣି ଖସି ଯାଇଥିବାର ଦେଖିବାକୁ ମିଳିଛି | ଗୋଟିଏ ପଟେ କନ୍ୟାଶ୍ରମ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ଯୋଗୁଁ କାଲିମେଳା - ପଡିଆ ମୁଖ୍ୟ ରାସ୍ତାରେ ଯାତାୟତ ଠପ ହୋଇଯାଇଥିବା ବେଳେ ମାଲକାନଗିରି - ମୋଟୁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସ୍ୱାଭାବିକ ରହିଛି |

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/07/25/new-project-3-2025-07-25-09-41-14.jpg)