ରେଢ଼ାଖୋଲ: ହାତୀମୃତ୍ୟୁଘଟଣାରେସମ୍ବଲପୁରଜିଲ୍ଲାରେଢ଼ାଖୋଲଡିଏଫଓ ଅରବିନ୍ଦ ମହାନ୍ତିଙ୍କୁବଦଳି କରାଯାଇଛି। ତାଙ୍କୁ ପିସିସିଏଫ୍ ଅଫିସକୁ ବଦଳି କରାଯାଇଛି। ଏଣେ ସମ୍ବଲପୁର ଡିଏଫଓ କୁଲ‌ାଙ୍ଗେ ଗୋରଖ ଉମ୍ୟାନ୍ ଙ୍କୁ ରେଢ଼ାଖୋଲଡିଏଫଓ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ପୂର୍ବରୁ ରେଢ଼ାଖୋଲଡିଏଫଓ ଅରବିନ୍ଦ ମହାନ୍ତିଙ୍କୁ ତାଗିଦ୍କରାଯାଇଥିଲା। ସେଠିକଭାବେଡ୍ୟୁଟିକରିନାହାନ୍ତିବୋଲିଅଭିଯୋଗମଧ୍ୟହୋଇଥିଲା।ବନବିଭାଗପକ୍ଷରୁଏନେଇକଠୋରକାର୍ଯ୍ୟାନୁଷ୍ଠାନଗ୍ରହଣକରାଯିବବୋଲିଜଙ୍ଗଲପରିବେଶବିଭାଗମନ୍ତ୍ରୀଗଣେଶରାମସିଂଖୁଣ୍ଟିଆ ବିକହିଥିଲେ।

Advertisment

ରେଢ଼ାଖୋଲଡିଏଫଓ ଅରବିନ୍ଦ ମହାନ୍ତିଙ୍କୁଟ୍ରାନ୍ସଫରକରିବାପାଇଁବଡ଼ବିଭାଗରଯୋଜନାରହିଥିବାକୁହାଯାଉଥିଲା।ହାତୀମୃତ୍ୟୁଘଟଣାରେତଳସ୍ତରରେସମ୍ପୃକ୍ତଥିବାକର୍ମଚାରୀଙ୍କବିରୋଧରେକାର୍ଯ୍ୟାନୁଷ୍ଠାନଗ୍ରହଣକରାଯାଇଛି।ସେମାନଙ୍କୁନିଲମ୍ବିତକରାଯାଇଛି।

ସୂଚନାଯୋଗ୍ୟ,  ଜିଲ୍ଲାରରେଢ଼ାଖୋଲଜଙ୍ଗଲବିଭାଗରନାକଟିଦେଉଳପରିସରରେଶିକାରୀମାନଙ୍କଦ୍ୱାରାବିଛାଯାଇଥିବାବିଦ୍ୟୁତତାରସଂସ୍ପର୍ଶରେଆସିବାପରେଦୁଇଟିପୂର୍ଣ୍ଣବୟସ୍କମାଈହାତୀଏବଂଗୋଟିଏଶିଶୁହାତୀରମୃତ୍ୟୁଘଟିଥିଲା।ଅନ୍ୟଦୁଇଅଭିଯୁକ୍ତଙ୍କୁଖୋଜାଚାଲିଥିବାବେଳେଦୁଇଜଣସନ୍ଦିଗ୍ଧଶିକାରୀଙ୍କୁଅଟକରଖାଯାଇଥିବାଅଧିକାରୀମାନେକହିଥିଲେ।