ରାଇରଙ୍ଗପୁର: ସମ୍ବାଦ ଆମ ଓଡ଼ିଶା ଓ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଆଜି ରାଖୀ ପୂର୍ଣିମା ଅବସରରେ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନିଶା ନିବାରଣ ବ୍ରତ କାର୍ଯ୍ୟକ୍ରମ ଉତ୍ସାହର ସହିତ ପାଳିତ ହୋଇଯାଇଛି।
ରାଇରଙ୍ଗପୁର ସମ୍ବାଦର ଜିଲ୍ଲା ପ୍ରତିନିଧି ତୁଷାର କାନ୍ତ ମହାନ୍ତ ଓ ସମ୍ବାଦ ସାହିତ୍ୟ ଘରର ସଭାପତି ତିମିର ରଞ୍ଜନ ପଣ୍ଡା, ଉପସଭାପତି ରଞ୍ଜନ କୁମାର ନନ୍ଦ, ସମ୍ପାଦକ ଡ ଦିଗାମ୍ବର ଗିରି ଓ ସହ ସମ୍ପାଦକ ବିଜୟ କୁମାର ରାମଙ୍କ ନେତୃତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରଧାନ ଆଚାର୍ଯ୍ୟ ଚିତ୍ତ ରଞ୍ଜନ ମହାନ୍ତ ଓ ସମ୍ମାନୀତ ଅତିଥି ଭାବେ ରାଜୀବ ଲୋଚନ ସିଂ ଯୋଗଦେଇଥିଲେ।
ଗୁରୁଜୀ କେଦାରନାଥ ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ, ଗୁରୁମା ଓ ଛାତ୍ରଛାତ୍ରୀ ତଥା ପ୍ରଥମେ ଭଉଣୀମାନେ ଭାଇଙ୍କୁ ରାକ୍ଷୀ ବାନ୍ଧିବା ପରେ ଉଭୟ ଉଭୟଙ୍କୁ ମିଠା ଖୁଆଇଥିଲେ। ପରେ ଭଉଣୀମାନେ ରାକ୍ଷୀ ଉପହାର ସ୍ୱରୂପ ନିଶା ସେବନ ନକରିବା ପାଇଁ ଶପଥ ପାଠ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଗୁରୁମା ମହାନ୍ତ ବବିତା କୈଲିୟାର, ସାବିତ୍ରୀ ମିଶ୍ର, ଜାନକୀ ରାଣୀ ମହାନ୍ତ, ଶର୍ମିଲା ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମାମାନେ ପରିଚାଳନାରେ ସହୋଯୋଗ କରିଥିଲେ।
Mayurbhanj