ବଲାଙ୍ଗୀର: ଅନିର୍ବାଣଙ୍କ ନିଆରା ରେକର୍ଡ: ଛୋଟପିଲାଟି ସିନା। କିନ୍ତୁ ବୁଦ୍ଧି ବିଚକ୍ଷଣ। ୪ ବର୍ଷ ବୟସରେ ଅସାଧାରଣ ସ୍ମରଣ ଶକ୍ତିର ଅଧିକାରୀ ‌ହୋଇପାରିଛନ୍ତି ଏହି କୁନିପିଲା।ବନ୍ୟପ୍ରାଣୀଙ୍କୁ ଚିହ୍ନିବା ଠାରୁ ଆରମ୍ଭ କରି ସେମାନଙ୍କ ବୈଜ୍ଞାନିକ ନାମ ଓ ବିଭିନ୍ନ ପ୍ରଜାତିର ନାଁକୁ ଅତି ସହଜରେ କହିପାରନ୍ତି। ପଶୁପକ୍ଷୀଙ୍କ ନାଁ ହେଉ ଅବା ତାଙ୍କ ପ୍ରଜାତି ନାଁ...ପଚାରିଲେ ଚଟାପଟ୍‌ ଉତ୍ତର ଦେଉଛନ୍ତି। ଏହି ବିଚକ୍ଷଣ ପ୍ରତିଭାର ଅଧିକାରୀ ହେଉଛନ୍ତି ବଲାଙ୍ଗୀରା କୁନିପିଲା ଅନିର୍ବାଣ ଅରଣ୍ୟକ।

Advertisment

ମାତ୍ର ୧ ମିନିଟରେ ୩୫ ପ୍ରଜାତିର ଡାଇନୋସରର ନାଁ କହିବାର ଦକ୍ଷତା ରଖିଛନ୍ତି ଅନିର୍ବାଣ। ଏହି ପ୍ରତିଭା ପାଇଁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସେ ସ୍ଥାନ ପାଇଛନ୍ତି। ବିଚକ୍ଷଣ ସ୍ମରଣ ଶକ୍ତି ପାଇଁ ରେକର୍ଡ ରଚିଛନ୍ତି।

ମାତ୍ର ୧ ମିନିଟରେ ୩୫ ପ୍ରଜାତିର ଡାଇନୋସରର ନାଁ କହିବାର ଦକ୍ଷତା ରଖିଛନ୍ତି। ବନ୍ଯପ୍ରାଣୀଙ୍କ ପ୍ରତି ରହିଥିବା ରୁଚି ପାଇଁ ଅନିର୍ବାଣ ଏହି ରେକର୍ଡ ନିଜ ନାଁରେ କରିପାରିଛନ୍ତି। 

-ଅରିନ୍ଦମ ପରିଚ୍ଛା, ଅନିର୍ବାଣଙ୍କ ବାପା

Ani

ଅନିର୍ବାଣଙ୍କ ପାଖରେ ଅନେକ ପ୍ରଜାତିର ଡାଇନୋସର ଖେଳଣା ମହଜୁଦ ରହିଛି। ପାଠପଢ଼ାରୁ ଟିକେ ଫୁରସତ ପାଇଲେ ଖେଳଣା ସହିତ ଖେଳୁଥାନ୍ତି ଓ ଟିଭିରେ ବିଭିନ୍ନ ବନ୍ୟପ୍ରାଣୀ ବିଷୟରେ ଭିଡିଓ ଦେଖିବାକୁ ପସନ୍ଦ କରନ୍ତି। ବଲାଙ୍ଗୀର ବ୍ରାହ୍ମଣପଡାର ଡ.ବାଣୀଶ୍ରୀ ବେହେରା ଓ ଅରିନ୍ଦମ ପରିଛାଙ୍କ ଏକମାତ୍ର ପୁଅ ହେଉଛନ୍ତି ଅନିର୍ବାଣ। ତାଙ୍କର ବାପା-ମା ଅଧ୍ୟାପକ ଅଛନ୍ତି। 

ବାପା ଅରିନ୍ଦମ ପରିଛା ଅଧ୍ୟାପନା କରିବା ସହିତ ଜଣେ ପ୍ରତିଷ୍ଠିତ ବନ୍ୟପ୍ରାଣୀ ସଂରକ୍ଷକ ଭାବେ ପରିଚିତ। ଜଙ୍ଗଲରେ ଅନେକ ସମୟ ବିତାଇଥାନ୍ତି। ଆଉ ଘରେ ବି ବନ୍ଯପ୍ରାଣୀଙ୍କ ସୁରକ୍ଷା ବିଷୟରେ ଚର୍ଚ୍ଚା ଜାରି ରଖିଥାନ୍ତି। ଅନିର୍ବାଣ ଜନ୍ମ ହେବା ପରଠାରୁ ବାପା-ମାଙ୍କ ଠାରୁ ବନ୍ୟପ୍ରାଣୀଙ୍କ ବିଷୟରେ ଶୁଣିଆସୁଛନ୍ତି, ଯେଉଁ ଜିନିଷକୁ ଥରେ ଶୁଣନ୍ତି, ପରବର୍ତ୍ତୀ ସମୟରେ ପଚାରିଲେ ସହଜରେ କହି ଦିଅନ୍ତି ବୋଲି ତାଙ୍କ ବାପା-ମା କହିଛନ୍ତି। ବନ୍ଯପ୍ରାଣୀଙ୍କ ପ୍ରତି ରହିଥିବା ରୁଚି ପାଇଁ ସେ ଏହି ରେକର୍ଡ ନିଜ ନାଁରେ କରିପାରିଛନ୍ତି ବୋଲି କହିଛନ୍ତି ତାଙ୍କ ବାପା-ମା। ଏହି ସଫଳତା ପରେ ଅନିର୍ବାଣଙ୍କୁ ଚାରିଆଡୁ ଶୁଭେଚ୍ଛା ସୁଅ ଛୁଟୁଛି।

 Balangir