ଜହ୍ନlପଙ୍କ: ବୌଦ୍ଧ ବ୍ଲକ ଲକ୍ଷ୍ମୀ ପ୍ରସାଦ ଗ୍ରାମପଞ୍ଚାୟତର ଲୋକକଳା ଗ୍ରାମ ନାରାୟଣ ନଗର ଗ୍ରାମରେ ଶ୍ରୀ ଜଗନ୍ନାଥଙ୍କ ଦୁଇ ଦିନିଆ ରଥଯାତ୍ରା ଶୁଭାରମ୍ଭ ହୋଇ ଯାଇଛିl ଯୁଗ୍ମ ମନ୍ଦିରରୁ ତିନି ଠାକୁରଙ୍କୁ ପୂଜକ ଅଜିତ ପାଣିଗ୍ରାହୀ ନୀତିକାନ୍ତି ଭାବେ ପୂଜାର୍ଚନା କରିଥିଲେ। ଏହା ପରେ ବ୍ରାମ୍ହଣ ଓ ସେବାୟତ ମାନେ ଅପରାହ୍ନ ୫ଟା ରେ ପହଣ୍ଡି ଆରମ୍ଭ କରିଛନ୍ତି। ଉକ୍ତ ଅବସରରେ ଗ୍ରାମର ବିଭିନ୍ନ ସଂକୀର୍ତ୍ତନ ଦଳ ଶ୍ରୀ ଜଗନ୍ନାଥଙ୍କ ଭଜନ କୀର୍ତ୍ତନ କରି ପହଣ୍ଡିରେ ସାମିଲ ହୋଇଛନ୍ତି।
ପରମ୍ପରା ଅନୁଯାୟୀ ଆଜି ଠାକୁରମାନଙ୍କୁ ପହଣ୍ଡି କରି. ସନ୍ଧ୍ୟା ପ୍ରାୟ ୬ ଟାରେ ରଥରେ ବିଜେ କରାଯାଇଥିଲା। ବୈକୁଣ୍ଠ ମେହେର ଛେରାପହଁରା କରିଥିଲେ। ଏହା ପରେ ଛୋଟ ଛୁଆ ମାନଙ୍କୁ ରଥ ଛୁଆଁ ହୋଇଥିଲା।
ଆଜି ରଥ ଟଣା ହୋଇ ଗଙ୍ଗାଧର ମେହେର ଛକରେ ଅଟକିଥିଲା। ଶନିବାର ଅପରାହ୍ନରେ ରଥ ଟଣା ହୋଇ ମାଉସୀ ମନ୍ଦିରରେ ଅଟକି ଥିଲାl ଆଜି ଠାକୁର ମାନଙ୍କ ପହଣ୍ଡି ଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲାl
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/27/94e83084-0588-49f1-815a-cba2a4d53b4d-2025-06-27-18-33-20.jpg)