ଭୁବନେଶ୍ବର: କଂଗ୍ରେସର ସାମ୍ବାଦିକ ସମ୍ମିଳନୀକୁ ନେଇ ବିଜେପିର ପ୍ରତିକ୍ରିୟା। ଏନେଇ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ କହିଛନ୍ତି, କଂଗ୍ରେସ ଅଭ୍ଯାସଗତ ମିଛ ଅଭିଯୋଗକାରୀ। ସୁଭଦ୍ରା ସମାବେଶ ସରକାରୀ କାର୍ଯ୍ୟକ୍ରମ ନଥିଲା। ଦଳୀୟ କାର୍ଯ୍ୟକ୍ରମ ଥିଲା। ବିଜେପି କାର୍ଯ୍ୟାଳୟରେ ହୋଇଛି। ଏହା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନୁହେଁ। କଂଗ୍ରେସ ଆଦିବାସୀଙ୍କୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛି।
୨୦୨୪ରେ କଂଗ୍ରେସ ଆଦିବାସୀ ପ୍ରାର୍ଥୀଙ୍କୁ ଟିକେଟ୍ ଦେଲାନି
ସେ ଆହୁରି କହିଛନ୍ତି, ୨୦୨୪ରେ କଂଗ୍ରେସ ଆଦିବାସୀ ପ୍ରାର୍ଥୀଙ୍କୁ ଅଣଦେଖା କଲା, ଟିକେଟ୍ ଦେଲାନି। ସେତେବେଳେ ଆଦିବାସୀ ପ୍ରେମ କୁଆଡେ ଯାଇଥିଲା। ଏବେ ଆଦିବାସୀ ପାଇଁ କାନ୍ଦୁଛନ୍ତି।
କଂଗ୍ରେସ ମୁଖପାତ୍ର ସୋନାଲି ସାହୁ କହିଛନ୍ତି, ନୂଆପଡ଼ା ଉପନିର୍ବାଚନ ସମୟରେ ସରକାରୀ ଦଳର ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଆଭିଯୋଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛୁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଦଳୀୟ କାର୍ଯ୍ୟକ୍ରମରେ ନୂଆପଡ଼ା ଗସ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଗଣମାଧ୍ୟମରେ ପ୍ରସାରଣ କରିବା ପାଇଁ ତାଙ୍କ ସରକାରୀ ସୂଚନା ଅଧିକାରୀ ତନୁଜା ମହାନ୍ତି ଆଇ ଆଣ୍ଡ ପିଆରର ହ୍ବାଟ୍ସଆପ୍ ଗ୍ରୁପରେ ସେୟାର କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଦଳୀୟ କାର୍ଯ୍ୟକ୍ରମରେ ଯାଉଥିବାବେଳେ ସରକାରୀ ଅଧିକାରୀ କିଭଳି ଏହାକୁ ପ୍ରସାରଣ କରିବା ପାଇଁ କହୁଛନ୍ତି। ଏହା ସମ୍ପୂର୍ଣ୍ଣ ରୂପେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି।
BJP | congress
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/10/26/untitled-14-2025-10-26-14-53-22.jpg)