ଭୁବନେଶ୍ବର: ଭୋଟ ଚୋରି ଅଭିଯୋଗ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ଉପରେ ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯେଉଁମାନେ ଦିନେ ନିର୍ବାଚନ ଅନିୟମିତତାରେ ସାମିଲ ଥିଲେ, କୋର୍ଟ ମଧ୍ୟ ସେମାନଙ୍କ ଦଳକୁ ନିର୍ବାଚନ ଅନିୟମିତକାରୀ ବୋଲି କହିଛନ୍ତି। ସେମାନେ ଆଜି ରାଜରାସ୍ତାକୁ ଆସି ଆନ୍ଦୋଳନ କରୁଛନ୍ତି। ତେଣୁ ଏଠି ଚୋର ମଚାଏ ସୋର। ନିଜ ମୁହଁରେ ଧୂଳି ଅଛି, କିନ୍ତୁ ରାହୁଲ ଗାନ୍ଧୀ ଆଇନକୁ ସଫା କରୁଛନ୍ତି। ବିଭିନ୍ନ ସମୟରେ ଅଭିଯୋଗ ଆଣିଥିବା କୌଣସି ଗୋଟିଏ କଥା ରାହୁଲ ଗାନ୍ଧୀ ପ୍ରମାଣିତ କରିପାରିନାହାନ୍ତି। ଯେଉଁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ୯୧ଟି ନିର୍ବାଚନ ହାରି ଗଲାଣି । ଏବେ ସେହି ରାହୁଲ ଗାନ୍ଧୀଙ୍କ ଭାବମୂର୍ତ୍ତି ବଞ୍ଚାଇବା ପାଇଁ କଂଗ୍ରେସ ପ୍ରୟାସ କରୁଛି।

Advertisment

ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଜଣେ ଜଣେ ଲୋକଙ୍କ ନାଁରେ ଏକାଧିକ ଭୋଟର କାର୍ଡ ଅଛି। ତେଣୁ ଯେତେବେଳେ କିଛି ଅବୈଧ ଅନୁପ୍ରବେଶକାରୀ ବିଭିନ୍ନ ବାଟରେ ଭୋଟର ଲିଷ୍ଟ ହାତେଇଛନ୍ତି । ସେମାନଙ୍କୁ ହରାଇବାର ଦାୟିତ୍ଵ ନିର୍ବାଚନ କମିଶନ ନେଇଛନ୍ତି । ବିହାରରେ ଯେତେବେଳେ ନିର୍ବାଚନ କମିସନ ଫେକ୍ ଭୋଟର କାର୍ଡ, ଏକାଧିକ କାର୍ଡ, ଭୂତ କାର୍ଡ ଧରିବା ଆରମ୍ଭ କଲେ, ସେତେବେଳେ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ କଲା । କଂଗ୍ରେସ ରୋଗୀଙ୍ଗିଆ, ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କୁ ସମର୍ଥନ କରି ଏସ୍‌ଆଇଆର୍‌କୁ ବିରୋଧ କଲା। ଏହାସହ ନିର୍ବାଚନ କମିସନ ସବୁ ତଥ୍ୟ ଦେଇସାରିବା ପରେ କଂଗ୍ରେସ କହିଲା କର୍ଣ୍ଣାଟକରେ ଭୋଟ ଚୋରି ହୋଇଛି। 

ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ଆହୁରି କହିଛନ୍ତି, ରାହୁଲ ଗାନ୍ଧୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଜଣେ ଜଣେ ଲୋକଙ୍କ ନାଁରେ ଏକାଧିକ ଭୋଟର କାର୍ଡ ଅଛି। ତେଣୁ ଯେତେବେଳେ କିଛି ଅବୈଧ ଅନୁପ୍ରବେଶକାରୀ ବିଭିନ୍ନ ବାଟରେ ଭୋଟର ଲିଷ୍ଟ ହାତେଇଛନ୍ତି । ସେମାନଙ୍କୁ ହରାଇବାର ଦାୟିତ୍ଵ ନିର୍ବାଚନ କମିଶନ ନେଇଛନ୍ତି । ବିହାରରେ ଯେତେବେଳେ ନିର୍ବାଚନ କମିସନ ଫେକ୍ ଭୋଟର କାର୍ଡ, ଏକାଧିକ କାର୍ଡ, ଭୂତ କାର୍ଡ ଧରିବା ଆରମ୍ଭ କଲେ, ସେତେବେଳେ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ କଲା । କଂଗ୍ରେସ ରୋଗୀଙ୍ଗିଆ, ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କୁ ସମର୍ଥନ କରି ଏସ୍‌ଆଇଆର୍‌କୁ ବିରୋଧ କଲା। ଏହାସହ ନିର୍ବାଚନ କମିସନ ସବୁ ତଥ୍ୟ ଦେଇସାରିବା ପରେ କଂଗ୍ରେସ କହିଲା କର୍ଣ୍ଣାଟକରେ ଭୋଟ ଚୋରି ହୋଇଛି।