ଜଳେଶ୍ୱର: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଳେଶ୍ଵର ଅଞ୍ଚଳର ଜଣେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୀଡ଼ିତାଙ୍କ ବାପା। ସେ ସିଧାସଳଖ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହୋଇସାରନ୍ତାଣି। ଏଠି କେହି ଆମ ସହ କଥା ହେଉନାହାନ୍ତି କି କୌଣସି ସହଯୋଗ କରୁନାହାନ୍ତି। ଗତ ରାତି ୮ଟାରୁ ୯ ଭିତରେ ଘଟିଛି ଏହି ଅଘଟଣ। ଘଟଣାସ୍ଥଳରେ ୬ରୁ ୭ଜଣ ଥିଲେ। ସେମାନେ ଝିଅକୁ ହଇରାଣ କରିଥିଲେ। ସେମାନେ ଝିଅର ମୋବାଇଲ୍ ଛଡ଼ାଇ ନେଇଥିଲେ। ତିନି ହଜାର ଟଙ୍କା ମାଗିଥିଲେ। ମେଡିକାଲ ପରିସରରେ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ଏଣେ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ମେଡିକାଲ୍ କଲେଜର ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି।
ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଳେଶ୍ଵର ଅଞ୍ଚଳର ଜଣେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୀଡ଼ିତାଙ୍କ ବାପା। ସେ ସିଧାସଳଖ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହୋଇସାରନ୍ତାଣି। ଏଠି କେହି ଆମ ସହ କଥା ହେଉନାହାନ୍ତି କି କୌଣସି ସହଯୋଗ କରୁନାହାନ୍ତି। ଗତ ରାତି ୮ଟାରୁ ୯ ଭିତରେ ଘଟିଛି ଏହି ଅଘଟଣ। ଘଟଣାସ୍ଥଳରେ ୬ରୁ ୭ଜଣ ଥିଲେ। ସେମାନେ ଝିଅକୁ ହଇରାଣ କରିଥିଲେ। ସେମାନେ ଝିଅର ମୋବାଇଲ୍ ଛଡ଼ାଇ ନେଇଥିଲେ। ତିନି ହଜାର ଟଙ୍କା ମାଗିଥିଲେ। ମେଡିକାଲ ପରିସରରେ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ଏଣେ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ମେଡିକାଲ୍ କଲେଜର ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି।
ଆରଜି କର୍ ମେଡିକାଲ୍ କଲେଜ ଘଟଣା ଘଟିବାର କିଛି ମାସ ନପୁରୁଣୁ ପୁଣି ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଜଳେଶ୍ଵର ଅଞ୍ଚଳର ଜଣେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପୀଡ଼ିତା ମେଡିକାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଚିକିତ୍ସା ଚାଲିଛି। ଘଟଣାସ୍ଥଳରେ ଦୁର୍ଗାପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜାତୀୟ ମହିଳା କମିଶନ ଟିମ୍ ବି ଘଟଣାସ୍ଥଳ ଅଭିମୁଖେ ଯାଉଥିବା ସୂଚନା ମିଳିଛି। ଛାତ୍ରୀଙ୍କ ବାପାମା ମଧ୍ୟ ହସ୍ପିଟାଲରେ ପହଞ୍ଚିଛନ୍ତି। ଛାତ୍ରୀଙ୍କ ଘର ଜଳେଶ୍ଵର ଥାନା ନଛିମପୁର ପଞ୍ଚାୟତ ଅଞ୍ଚଳରେ ହୋଇଥିବା ବେଳେ ଏବେ ତାଙ୍କ ପରିବାର ଜଳେଶ୍ଵର ପୌରାଞ୍ଚଳରେ ରହୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଡାକ୍ତରୀ ଛାତ୍ରୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଶୁକ୍ରବାର ରାତି ପ୍ରାୟ ସାଢେ ୮ଟା ବେଳେ କ୍ୟାମ୍ପସ୍ ବାହାରେ ଥିବା ଏକ କ୍ୟାଣ୍ଟିନକୁ ଖାଇବାକୁ ଯାଇଥିଲେ। ଖାଇସାରି ଫେରିବା ରାସ୍ତାରେ ୪ ରୁ ୫ ଜଣ ଅଜ୍ଞାତ ଯୁବକ ତାଙ୍କୁ ଟାଣିନେଇ କଲେଜ ଓ ହସ୍ପିଟାଲ ପଛପଟେ ଥିବା ଏକ ଶୂନଶାନ୍ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତା ଛାତ୍ରୀଙ୍କୁ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା ଚାଲିଛି। ଏହି ଘଟଣାରେ ଏବେ ଦୁର୍ଗାପୁର ପୁଲିସ ତଦନ୍ତ ଆରମ୍ଭ କରିଛି। ପୁରୁଷ ବନ୍ଧୁଙ୍କୁ ମଧ୍ୟ ଦୁର୍ଗାପୁର ପୁଲିସ ଅଟକ ରଖିଛି। ଛାତ୍ରୀଙ୍କ ପୁରୁଷବନ୍ଧୁଙ୍କୁ ପଚରାଉଚରା କରାଯାଉଛି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି। ଅପର ପକ୍ଷରେ ମେଡିକାଲ କଲେଜର ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/11/rr-2025-10-11-15-33-45.jpg)