ଭୁବନେଶ୍ବର: ପଶ୍ଚିମବଙ୍ଗର ଦୀଘାରେ ଶୁଭାରମ୍ଭ ହୋଇଥିବା ଜଗନ୍ନାଥ ମନ୍ଦିରକୁ ସ୍ଥାନୀୟ ସରକାର ‘ଜଗନ୍ନାଥ ଧାମ’ ଲେଖିବାକୁ ନେଇ ରିପୋର୍ଟ ଦୁଇ ଦିନ ତଳେ ଆସିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ସବୁ କଥା ଅବଗତ କରାଯାଇଛି। ସେ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ଯେ ଯେମିତି ଓଡ଼ିଶାର ଭଲ ସମ୍ପର୍କ ଅଛି ପଶ୍ଚିମବଙ୍ଗ ସହ, ତାହା ସେମିତି ରହୁ। ତେଣୁ ଜଗନ୍ନାଥ ଧାମ ନାଁ ପରିବର୍ତନ କରି ମନ୍ଦିର ଲେଖିବାକୁ ସେ ଅନୁରୋଧ କରିଛନ୍ତି। ଆଶା କରୁଛୁ ପଶ୍ଚିମବଙ୍ଗ ସରକାର ସକାରାତ୍ମକ ପଦକ୍ଷେପ ନେବେ। ତାହା ନ ହେଲେ ଆମେ ଆଗାମୀ ପଦକ୍ଷେପ ନେବୁ। ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏଭଳି କହିଛନ୍ତି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ଦୀଘାରେ ଶୁଭାରମ୍ଭ ହୋଇଥିବା ଜଗନ୍ନାଥ ମନ୍ଦିରକୁ ସ୍ଥାନୀୟ ସରକାର ‘ଜଗନ୍ନାଥ ଧାମ’ ଲେଖିବାକୁ ନେଇ ଓଡ଼ିଶା-ପଶ୍ଚିମବଙ୍ଗ ଭିତରେ ବିବାଦ ତେଜିଛି। ପରସ୍ପରକୁ ଆରୋପ ପ୍ରତ୍ୟାରୋପ ଭିତରେ ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହିନ୍ଦୁମାନଙ୍କ ପବିତ୍ର ୪ ଧାମ ଭିତରୁ ପୁରୀ ଶ୍ରୀଜଗନ୍ନାଥ ଧାମ ଅନ୍ୟତମ। କେବଳ ଓଡ଼ିଆ ଲୋକ ନୁହନ୍ତି, ଦେଶ ସମେତ ବିଦେଶର କୋଟି କୋଟି ଲୋକଙ୍କ ପାଇଁ ଏହାର ଧାର୍ମିକ, ଅଧ୍ୟାତ୍ମିକ ଓ ସାଂସ୍କୃତିକ ଗୁରୁତ୍ବ ରହିଛି। ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ଉଲ୍ଲେଖ କରିବା ଫଳରେ ଶ୍ରଦ୍ଧାଳୁଙ୍କ ଭିତରେ ଦ୍ବନ୍ଦ୍ବ ସୃଷ୍ଟି ହେଉଛି। ଏହା ସହ ପୁରୀର ଯେଉଁ ଐତିହାସିକ ପରିଚୟ ରହିଛି ତାହା ମଳିନ ହେବା ସହ ଧାର୍ମିକ ଭାବାବେଗକୁ ଆଘାତ ଦେଉଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହିନ୍ଦୁମାନଙ୍କ ପବିତ୍ର ୪ ଧାମ ଭିତରୁ ପୁରୀ ଶ୍ରୀଜଗନ୍ନାଥ ଧାମ ଅନ୍ୟତମ। କେବଳ ଓଡ଼ିଆ ଲୋକ ନୁହନ୍ତି, ଦେଶ ସମେତ ବିଦେଶର କୋଟି କୋଟି ଲୋକଙ୍କ ପାଇଁ ଏହାର ଧାର୍ମିକ, ଅଧ୍ୟାତ୍ମିକ ଓ ସାଂସ୍କୃତିକ ଗୁରୁତ୍ବ ରହିଛି। ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ଉଲ୍ଲେଖ କରିବା ଫଳରେ ଶ୍ରଦ୍ଧାଳୁଙ୍କ ଭିତରେ ଦ୍ବନ୍ଦ୍ବ ସୃଷ୍ଟି ହେଉଛି। ଏହା ସହ ପୁରୀର ଯେଉଁ ଐତିହାସିକ ପରିଚୟ ରହିଛି ତାହା ମଳିନ ହେବା ସହ ଧାର୍ମିକ ଭାବାବେଗକୁ ଆଘାତ ଦେଉଛି। ତେଣୁ ଦୀଘା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ବୋଲି ଲେଖିବା କାର୍ଯ୍ୟରୁ ପଶ୍ଚିମବଙ୍ଗ ସରକାର ବିରତ ରୁହନ୍ତୁ। ଏହା ସହ କୌଣସି ପ୍ରକାର ପ୍ରୋତ୍ସାହନ କାର୍ଯ୍ୟକ୍ରମ ଓ ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ଏହାକୁ ଉଲ୍ଲେଖ ନ କରାଯାଉ। ଅନ୍ତଃ ରାଜ୍ୟ ଓ ସାଂସ୍କୃତିକ ଭାବାବେଗକୁ ଗୁରୁତ୍ବ ଦେଇ ପଶ୍ଚିମବଙ୍ଗ ସରକାର ଏ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା ରହିଥିବା ମୁଖ୍ୟମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି।
ତେଣୁ ଦୀଘା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ବୋଲି ଲେଖିବା କାର୍ଯ୍ୟରୁ ପଶ୍ଚିମବଙ୍ଗ ସରକାର ବିରତ ରୁହନ୍ତୁ। ଏହା ସହ କୌଣସି ପ୍ରକାର ପ୍ରୋତ୍ସାହନ କାର୍ଯ୍ୟକ୍ରମ ଓ ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ଏହାକୁ ଉଲ୍ଲେଖ ନ କରାଯାଉ। ଅନ୍ତଃ ରାଜ୍ୟ ଓ ସାଂସ୍କୃତିକ ଭାବାବେଗକୁ ଗୁରୁତ୍ବ ଦେଇ ପଶ୍ଚିମବଙ୍ଗ ସରକାର ଏ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା ରହିଥିବା ମୁଖ୍ୟମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଅକ୍ଷୟ ତୃତୀୟାରେ ଦୀଘାରେ ଜଗନ୍ନାଥ ମନ୍ଦିରର ଶୁଭାରମ୍ଭ ହୋଇଥିଲା। ଏହା ପରଠାରୁ ବିଭିନ୍ନ କାରଣ ପାଇଁ ଦୁଇ ରାଜ୍ୟ ଭିତରେ ବିବାଦ ତେଜିବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/07/6GOHTdVi31ohobrkmvqw.jpg)