ଭୁବନେଶ୍ବର: ଶିକ୍ଷକ ନିଯୁକ୍ତି ପାଇଁ ଟିଇଟି (ଟିଚର୍ସ ଇଲିଜିବିଲିଟି ଟେଷ୍ଟ୍‌)କୁ ସୁପ୍ରିମକୋର୍ଟ ବାଧ୍ୟତାମୂଳକ କରିଛନ୍ତି।  ସୁପ୍ରିମକୋର୍ଟ କହିଛନ୍ତି, ଯେଉଁମାନେ ଶିକ୍ଷକ ହେବାପାଇଁ ଆଶାୟୀ ସେମାନେ ଟିଇଟି ଯୋଗ୍ୟତା ହାସଲ କରିବା ଅନିବାର୍ଯ୍ୟ। ଏଥିସହ ବର୍ତ୍ତମାନ ଶିକ୍ଷକତା କରୁଥିବା ଶିକ୍ଷକମାନେ ମଧ୍ୟ ପଦୋନ୍ନତି ପାଇବା ପାଇଁ ଟିଇଟି ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ। ଏହି ରାୟ ପ୍ରକାଶ ପାଇବା ପରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ବିଭାଗ ଏହା ଉପରେ ତର୍ଜମା କରିବ। ଶିକ୍ଷକଙ୍କ ସ୍ୱାର୍ଥ ମଧ୍ଯ ଦେଖାଯିବ। ଅନ୍ୟ ରାଜ୍ୟଗୁଡ଼ିକ କଣ ବିଚାରବିମର୍ଶ କରୁଛନ୍ତି ତାକୁ ମଧ୍ଯ ନଜରରେ ରଖାଯିବ। ଅନେକ ଶିକ୍ଷକ ପୂର୍ବରୁ ବିନା  ଓଟିଇଟିରେ ଶିକ୍ଷକତା କରୁଛନ୍ତି। କାରଣ ସେମାନଙ୍କ ପାଇଁ ନିର୍ଦିଷ୍ଟ ପରୀକ୍ଷା ବ୍ୟବସ୍ଥା ନଥିଲା। ଏବେ ଗାଇଡଲାଇନ ହୋଇଛି। ତେଣୁ କଣ  କରାଯାଇପାରିବ ତାହା ଉପରେ ଆଲୋଚନା କରିବ ବିଭାଗ।

Advertisment

ଶିକ୍ଷକ ନିଯୁକ୍ତି ପାଇଁ ଟିଇଟି (ଟିଚର୍ସ ଇଲିଜିବିଲିଟି ଟେଷ୍ଟ୍‌)କୁ ସୁପ୍ରିମକୋର୍ଟ ବାଧ୍ୟତାମୂଳକ କରିଛନ୍ତି।  ସୁପ୍ରିମକୋର୍ଟ କହିଛନ୍ତି, ଯେଉଁମାନେ ଶିକ୍ଷକ ହେବାପାଇଁ ଆଶାୟୀ ସେମାନେ ଟିଇଟି ଯୋଗ୍ୟତା ହାସଲ କରିବା ଅନିବାର୍ଯ୍ୟ। ଏଥିସହ ବର୍ତ୍ତମାନ ଶିକ୍ଷକତା କରୁଥିବା ଶିକ୍ଷକମାନେ ମଧ୍ୟ ପଦୋନ୍ନତି ପାଇବା ପାଇଁ ଟିଇଟି ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ। ଶିକ୍ଷା ଅଧିକାର ଆଇନ ୨୦୦୯ ପ୍ରଚଳନ ପୂର୍ବରୁ ଯେଉଁ ଶିକ୍ଷକମାନେ ନିଯୁକ୍ତି ପାଇଥିଲେ ଏବଂ ଯେଉଁମାନଙ୍କର ଚାକିରିରୁ ଅବସର ଗ୍ରହଣ କରିବାର ସୀମା ‌‌୫ ବର୍ଷରୁ ଅଧିକ ରହିଛି ସେମାନଙ୍କୁ ଉକ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ୨ ବର୍ଷର ସମୟସୀମା ଦିଆଯାଇଛି। ଯଦି ଏହି ଶିକ୍ଷକମାନେ ୨ ବର୍ଷ ମଧ୍ୟରେ ଟିଇଟିରେ ଉତ୍ତୀର୍ଣ୍ଣ ହେବେନାହିଁ ତେବେ ସେମାନେ ବାଧ୍ୟତାମୂଳକ ଅବସର ନେବେ। 

ତେବେ ଏହି ସମାନ ସମୟରେ କୋର୍ଟ କହିଛନ୍ତି ‌ଯେ ସଂଖ୍ୟାଲଘୁ ବିଦ୍ୟାଳୟରେ ଆର୍‌ଟିଇ ଆଇନ ଲାଗୁ ସଂକ୍ରାନ୍ତରେ ବୃହତ୍ତର ଖଣ୍ଡପୀଠ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ଏହି ନିୟମ ସେସବୁ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବନାହିଁ। ଉଲ୍ଲେଖଯୋଗ୍ୟ ଯେ ୨୦୧୧ ଜୁଲାଇ ୨୯ରେ ଏନ୍‌ସିଟିଇ (ନ୍ୟାସନାଲ୍‌ କାଉନସିଲ୍‌ ଫର୍‌ ଟିଚର୍‌ ଏଜୁକେସନ୍‌) ଜଣେ ବ୍ୟକ୍ତିଙ୍କୁ ଶିକ୍ଷକ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ କରିବାକୁ ଟିଇଟି ବାଧ୍ୟତାମୂଳକ କରିଥିଲେ। ତେବେ ବାସ୍ତବତାକୁ ବିଚାରକୁ ନେଇ ଜଷ୍ଟିସ୍‌ ଦୀପଙ୍କର ଦତ୍ତ ଏବଂ ଜ‌ଷ୍ଟିସ୍‌ ମନମୋହନଙ୍କ ଖଣ୍ଡପୀଠ କହିଛନ୍ତି ଯେ ଯେଉଁମାନଙ୍କର ଚାକିରି ୫ ବର୍ଷରୁ କମ୍‌ ଅଛି ସେମାନଙ୍କ ପାଇଁ ଟିଇଟି ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ ନୁହେଁ।

ଶିକ୍ଷକ ନିଯୁକ୍ତି ପାଇଁ ଟିଇଟି (ଟିଚର୍ସ ଇଲିଜିବିଲିଟି ଟେଷ୍ଟ୍‌)କୁ ସୁପ୍ରିମକୋର୍ଟ ବାଧ୍ୟତାମୂଳକ କରିଛନ୍ତି।  ସୁପ୍ରିମକୋର୍ଟ କହିଛନ୍ତି, ଯେଉଁମାନେ ଶିକ୍ଷକ ହେବାପାଇଁ ଆଶାୟୀ ସେମାନେ ଟିଇଟି ଯୋଗ୍ୟତା ହାସଲ କରିବା ଅନିବାର୍ଯ୍ୟ। ଏଥିସହ ବର୍ତ୍ତମାନ ଶିକ୍ଷକତା କରୁଥିବା ଶିକ୍ଷକମାନେ ମଧ୍ୟ ପଦୋନ୍ନତି ପାଇବା ପାଇଁ ଟିଇଟି ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ। ଶିକ୍ଷା ଅଧିକାର ଆଇନ ୨୦୦୯ ପ୍ରଚଳନ ପୂର୍ବରୁ ଯେଉଁ ଶିକ୍ଷକମାନେ ନିଯୁକ୍ତି ପାଇଥିଲେ ଏବଂ ଯେଉଁମାନଙ୍କର ଚାକିରିରୁ ଅବସର ଗ୍ରହଣ କରିବାର ସୀମା ‌‌୫ ବର୍ଷରୁ ଅଧିକ ରହିଛି ସେମାନଙ୍କୁ ଉକ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ୨ ବର୍ଷର ସମୟସୀମା ଦିଆଯାଇଛି। ଯଦି ଏହି ଶିକ୍ଷକମାନେ ୨ ବର୍ଷ ମଧ୍ୟରେ ଟିଇଟିରେ ଉତ୍ତୀର୍ଣ୍ଣ ହେବେନାହିଁ ତେବେ ସେମାନେ ବାଧ୍ୟତାମୂଳକ ଅବସର ନେବେ।  

ଉଲ୍ଲେଖଯୋଗ୍ୟ ଯେ ସ୍କୁଲ୍‌ରେ ଶିକ୍ଷକତା ପାଇଁ ଟିଇଟି ବାଧ୍ୟତାମୂଳକ କି ନୁହେଁ ସେନେଇ ତାମିଲନାଡ଼ୁ ଓ ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ଏକାଧିକ ଆବେଦନ ଉପରେ ଶୁଣାଣି କରି କୋର୍ଟ ଆଜି ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ସ୍କୁଲ୍‌‌ରେ ଶିକ୍ଷକତା କରୁଥିବା ଶିକ୍ଷକମାନଙ୍କ ପାଇଁ ଟିଇଟି ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ ହେବ କି ନାହିଁ ତାକୁ ନେଇ ବିବାଦ ହେବା‌ପରେ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଥିଲା‌।