ଭୁବନେଶ୍ବର: ପଞ୍ଚାୟତ ଆଉ ବ୍ଲକର ପୁନର୍ଗଠନ କରିବେ ରାଜ୍ୟ ସରକାର। ୨୦୨୭ ମସିହା ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହେବ ଏବଂ ୨୦୨୯ ପୂର୍ବରୁ ବ୍ଲକ୍ ପୁନର୍ଗଠନ ହେବ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ସେ କହିଛନ୍ତି, ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହେବ । ଏନେଇ ଏକ କମିଟି ମଧ୍ୟ ଗଠନ କରାଯିବ । ଏହାସହ ସାଧାରଣ ନିର୍ବାଚନ ପୂର୍ବରୁ ବ୍ଲକ ପୁନର୍ଗଠନ ହେବ । ଗତକାଲି ରାଜ୍ୟପାଳ ଏ ବିଷୟରେ ଆଲୋଚନା କରିଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି।

Advertisment

ବ୍ଲକ ଅଧ୍ୟକ୍ଷଙ୍କ କ୍ଷମତା ସଂକୁଚିତ ପ୍ରସଙ୍ଗରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ଲୋକଙ୍କ ସୁବିଧା ଲାଗି ସରକାର ଏହା କରିଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ସଂଶୋଧନ କରାଯାଇଥାଏ। ଲୋକଙ୍କ ହିତ ଏବଂ ରାଜ୍ୟର ବିକାଶ ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି। ଏହା କାହା ପ୍ରତି କୁଠାରଘାତ ନୁହେଁ। ଜଣେ ପ୍ରତିନିଧି ଲୋକ ଏବଂ ଅଞ୍ଚଳ ପାଇଁ ନିର୍ବାଚିତ ହୋଇଥାଏ, ଯେତେବେଳେ ଲୋକଙ୍କର କିମ୍ବା ଅଞ୍ଚଳର କାମ ନ ହେବ ଉନ୍ନତି ନ ହେବ, ସେତେବେଳେ ସ୍ୱର ଉଠିବ। ୨୦୩୬ ଏବଂ ୨୦୪୭ ମସିହାରେ ଓଡ଼ିଶା ବହୁ ଆଗରେ ରହିବ। ଓଡ଼ିଶାର ସାମଗ୍ରିକ କ୍ଷେତ୍ରରେ ଉନ୍ନତି ହେବ।
କରୋନା ସମୟରେ ସରପଞ୍ଚଙ୍କୁ କଲେକ୍ଟର ଆଖ୍ୟା ଦିଆଯାଇଥିଲେ ବି ସେମାନେ କଲେକ୍ଟର ହୋଇପାରି ନଥିଲେ। ପୂର୍ବ ସରକାର ସମୟର ପଞ୍ଚାୟତିରାଜ ବ୍ୟବସ୍ତାକୁ ଆମେ ଦେଖିଚୁ। ପୂର୍ବ ସରକାର ଏମିତି ସେମାନଙ୍କୁ ଅବସ୍ଥା କଲେ, ଗ୍ରାମ ସଭା କିମ୍ବା ପଲ୍ଲୀ ସଭା ହୋଇପାରିଲା ନାହିଁ। 

ଏଣେ ବ୍ଲକ ଅଧ୍ୟକ୍ଷଙ୍କ କ୍ଷମତା ସଂକୁଚିତ ପ୍ରସଙ୍ଗରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ଲୋକଙ୍କ ସୁବିଧା ଲାଗି ସରକାର ଏହା କରିଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ସଂଶୋଧନ କରାଯାଇଥାଏ। ଲୋକଙ୍କ ହିତ ଏବଂ ରାଜ୍ୟର ବିକାଶ ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି। ଏହା କାହା ପ୍ରତି କୁଠାରଘାତ ନୁହେଁ। ଜଣେ ପ୍ରତିନିଧି ଲୋକ ଏବଂ ଅଞ୍ଚଳ ପାଇଁ ନିର୍ବାଚିତ ହୋଇଥାଏ, ଯେତେବେଳେ ଲୋକଙ୍କର କିମ୍ବା ଅଞ୍ଚଳର କାମ ନ ହେବ ଉନ୍ନତି ନ ହେବ, ସେତେବେଳେ ସ୍ୱର ଉଠିବ। ୨୦୩୬ ଏବଂ ୨୦୪୭ ମସିହାରେ ଓଡ଼ିଶା ବହୁ ଆଗରେ ରହିବ। ଓଡ଼ିଶାର ସାମଗ୍ରିକ କ୍ଷେତ୍ରରେ ଉନ୍ନତି ହେବ।
କରୋନା ସମୟରେ ସରପଞ୍ଚଙ୍କୁ କଲେକ୍ଟର ଆଖ୍ୟା ଦିଆଯାଇଥିଲେ ବି ସେମାନେ କଲେକ୍ଟର ହୋଇପାରି ନଥିଲେ। ପୂର୍ବ ସରକାର ସମୟର ପଞ୍ଚାୟତିରାଜ ବ୍ୟବସ୍ତାକୁ ଆମେ ଦେଖିଚୁ। ପୂର୍ବ ସରକାର ଏମିତି ସେମାନଙ୍କୁ ଅବସ୍ଥା କଲେ, ଗ୍ରାମ ସଭା କିମ୍ବା ପଲ୍ଲୀ ସଭା ହୋଇପାରିଲା ନାହିଁ।