ସୁନ୍ଦରଗଡ଼: ଖଣି ଚୋରି ନେଇ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ବିଭିନ୍ନ ସ୍ତରରେ ତଦନ୍ତ ଚାଲିଛି । ତଦନ୍ତରେ ପ୍ରମାଣ ଆସିଲେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏତେ ବର୍ଷ ଖଣି ଚୋରି ଚାଲିଥିଲା, ସାମ୍ନାକୁ ଆସିନଥିଲା। ଗଣମାଧ୍ୟମ ସାମ୍ନାକୁ ଆଣିଥିବାରୁ ଧନ୍ୟବାଦ। ସେ ଆହୁରି କହିଛନ୍ତି, ସରକାର ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନେବେ । ଆବଶ୍ୟକ ପଡ଼ିଲେ ମୁଁ କୋଇଲା ମନ୍ତ୍ରାଳୟକୁ ମଧ୍ୟ ଚିଠି ଲେଖିବି ।
ସୁନ୍ଦରଗଡ଼ ସଦର ଉପଜିଲାପାଳ ଦାଶରଥି ସରାବୁ କହିଛନ୍ତି, ଚୋରା ଖଣିରୁ କୋଇଲା ବାହାର ରାଜ୍ୟକୁ ଚାଲାଣ ହେଉଥିଲା । ବାହାର ରାଜ୍ୟର ବଡ଼ ବଡ଼ ଇଟା ଭଟା ଓ ଇଣ୍ଡଷ୍ଟ୍ରିମାନଙ୍କୁ ମଧ୍ୟ ହେଉଥିଲା ଚୋରା ଚାଲାଣ । ମାଫିଆଙ୍କ ପାଖରେ ପୁଲିସ ଓ ପ୍ରଶାସନ ପହଞ୍ଚି ସାରିଲାଣି। ଆଉ କିଛି ସମୟର ଅପେକ୍ଷା । ବଡ଼ ମାଫିଆମାନଙ୍କୁ ବି ସାମ୍ନାକୁ ଅଣାଯିବ।
ଏଣେ ସୁନ୍ଦରଗଡ଼ ସଦର ଉପଜିଲାପାଳ ଦାଶରଥି ସରାବୁ କହିଛନ୍ତି, ଚୋରା ଖଣିରୁ କୋଇଲା ବାହାର ରାଜ୍ୟକୁ ଚାଲାଣ ହେଉଥିଲା । ବାହାର ରାଜ୍ୟର ବଡ଼ ବଡ଼ ଇଟା ଭଟା ଓ ଇଣ୍ଡଷ୍ଟ୍ରିମାନଙ୍କୁ ମଧ୍ୟ ହେଉଥିଲା ଚୋରା ଚାଲାଣ । ମାଫିଆଙ୍କ ପାଖରେ ପୁଲିସ ଓ ପ୍ରଶାସନ ପହଞ୍ଚି ସାରିଲାଣି। ଆଉ କିଛି ସମୟର ଅପେକ୍ଷା । ବଡ଼ ମାଫିଆମାନଙ୍କୁ ବି ସାମ୍ନାକୁ ଅଣାଯିବ।