ଭୁବନେଶ୍ବର: ମହାନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରୁ ୨୦ଟି ଗେଟ୍ ଖୋଲା ଯାଇଛି। ଜଳଭଣ୍ଡାରରୁ ଏବେ ୫.୭୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଆଶା କରାଯାଉଛି ଯେ, ଆଉ ଜଳସ୍ତର ବଢ଼ିବ ନାହିଁ। ଲଘୁଚାପ ଯୋଗୁଁ ପାଣିପାଗ ବିଭାଗ କୋରାପୁଟ, ମାଲକାନାଗିରି, କଳାହାଣ୍ଡି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି। କିଛି ଜିଲ୍ଲାରେ ଆରେଞ୍ଜ ୱାର୍ଣିଂ ଜାରି କରାଯାଇଛି। ଆମେ ସମ୍ପୂର୍ଣ ସତର୍କ ଅଛୁ। କୌଣସି ସ୍ଥାନରେ ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉନାହିଁ। ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଯାହା ଦ୍ୱାରା ଉପକୂଳ ଜିଲ୍ଲାରେ ଜଳବନ୍ଦୀର ସମସ୍ୟା ଆସିପାରେ। ଏହା ବନ୍ୟା ନୁହେଁ। କେବଳ ନଦୀରେ ସାମାନ୍ୟ ଅଧିକ ଜଳ ପ୍ରବାହିତ ହେଉଛି।ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି। କ୍ଷେତ୍ର ଅଧିକାରୀ ଗ୍ରାଉଣ୍ଡକୁ ଯାଉଛନ୍ତି। ଅଧିକ ପାଣି ପାଇଁ ସତର୍କତା ଅବଲମ୍ବନ କରାଯାଉଛି। ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଜଳ ସମ୍ବଦ ବିଭାଗର ମୁଖ୍ୟଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀ କହିଛନ୍ତି।

Advertisment

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ ସୃଷ୍ଟି ହୋଇଛି।କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ସ୍ପଷ୍ଟଚିହ୍ନିତ ବା ସୁଚିହ୍ନିତ ଲଘୁଚାପ ଆସନ୍ତା ୧୨ ଘଣ୍ଟାରେ ଅବପାତର ରୂପ ନେବ।  ସେପ୍ଟେମ୍ବର ୨୭ ସକାଳେ ସ୍ଥଳଭାଗ ଅତିକ୍ରମ କରିବ। ଏହାର ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ନେଇ ରେଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ। ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷର ପ୍ରଭାବ ରହିବ।

ଆସନ୍ତା ୨୪ ଘଣ୍ଟାରେ ମାଲକାନଗିରି କୋରାପୁଟ ଓ କଳାହାଣ୍ଡି ଏହି ୩ ଜିଲ୍ଲାରେ ଭୀଷଣ ବର୍ଷାକୁ ନେଇ ରେଡ ଆଲର୍ଟ ଜାରି କରିଛି  ପାଣିପାଗ ବିଭାଗ। ରାୟଗଡ଼ା, ଗଂଜାମ, ଗଜପତି, କନ୍ଧମାଳ, ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଢେଙ୍କାନାଳ ଏହି ୧୪ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କକରିଛି ବିଭାଗ।

-ମନୋରମା ମହାନ୍ତି, ନିର୍ଦେଶିକା, ଆଇଏମ୍‌ଡି, ଭୁବନେଶ୍ବର

ସାରା ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରିହୋଇଥିବା ବେଳେ ପ୍ରବଳ ବର୍ଷାକୁ ନେଇ ଯାଜପୁର, ଭଦ୍ରକ,ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଦେଓଗଡ଼, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଏହି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଦେଇଛି ବିଭାଗ। ଆସନ୍ତାକାଲି ନବରଙ୍ଗପୁର ଭୀଷଣ ବର୍ଷାକୁ ନେଇ ରେଡ ଆଲର୍ଟ ଜାରି ହୋଇଥିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଂଜାମ, ଗଜପତି, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା  ହେବାର ଅନୁମାନ କରାଯାଉଛି। ୨୮ ତାରିଖ  ଯାଏ ବର୍ଷା ଲାଗିରହିବ। ଏହାସହ ମେଘୁଆ ପାଗ ସହ ସମୁଦ୍ର ଉପକୂଳରେ ଘଣ୍ଟା ପିଛା ପବନ ୪୦ରୁ ୬୦ କିମିରେ ବହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ୨୮ ସେପ୍ଟେମ୍ବର ଯାଏ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। 



IMD | Rain in Odisha