ଭୁବନେଶ୍ବର: ରାଜସ୍ବ ବିଭାଗରେ ସଂସ୍କାର ଅଣାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ବ୍ରିଟିଶ ଅମଳର କିସମ ହେବ ପରିବର୍ତ୍ତନ । ଜମି କିସମ ସଂଖ୍ୟା କମିବ । ୭୦୦୦ ଜମି କିସମରୁ କମ୍ ହୋଇ ମାତ୍ର ୨୭ଟି କିସମ ରଖାଯିବ । ଏନେଇ ବିଜ୍ଞପ୍ତି ଖୁବ ଶୀଘ୍ର ପ୍ରକାଶ ପାଇବ।

Advertisment

ଜମି ସତ୍ତ୍ୱର ପରିବର୍ତ୍ତନ ହେବ। ରାଜ୍ୟରେ ରାଜସ୍ୱ ଆଇନରେ ୩୦୦୦ ସତ୍ତ୍ୱର ପରିବର୍ତ୍ତନ କରାଯାଇ ଏହାକୁ ଦୁଇ ଅଙ୍କରେ ସୀମିତ ରଖିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଏବେ ଏତେ ପ୍ରକାରର ସତ୍ତ୍ୱର କୌଣସି ଆବଶ୍ୟକତା ନାହିଁ । ତେଣୁ ଆବଶ୍ୟକତା ନଥିବା ସତ୍ତ୍ୱକୁ ସରକାର ଉଛେଦ କରିବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ସେହିଭଳି ଜମି ସତ୍ତ୍ୱର ପରିବର୍ତ୍ତନ ହେବ। ରାଜ୍ୟରେ ରାଜସ୍ୱ ଆଇନରେ ୩୦୦୦ ସତ୍ତ୍ୱର ପରିବର୍ତ୍ତନ କରାଯାଇ ଏହାକୁ ଦୁଇ ଅଙ୍କରେ ସୀମିତ ରଖିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଏବେ ଏତେ ପ୍ରକାରର ସତ୍ତ୍ୱର କୌଣସି ଆବଶ୍ୟକତା ନାହିଁ । ତେଣୁ ଆବଶ୍ୟକତା ନଥିବା ସତ୍ତ୍ୱକୁ ସରକାର ଉଛେଦ କରିବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।