ମାଲକାନଗିରି: ମାଓ ସଂଗଠନର ଆଗଧାଡ଼ିର ମାଓନେତ୍ରୀ ରେଣୁକା ଅରଫ ଦମୟନ୍ତୀ ଅରଫ ସରସ୍ବତୀଙ୍କର ଗତ ଦୁଇ ଦିନ ତଳେ ଛତିଶଗଡର ବିଜାପୁର ଏବଂ ଦନ୍ତେୱାଡ଼ା ସୀମାନ୍ତରେ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିଲା। ଗତକାଲି ପରିବାର ଲୋକେ ରେଣୁକାର ଶବକୁ ନିଜ ପୈତୃକ ଗ୍ରାମକୁ ନେଇଥିଲେ।

Advertisment

ରେଣୁକାଙ୍କ ପୈତୃକ ଗ୍ରାମ ହେଉଛି ତେଲେଙ୍ଗାନା ରାଜ୍ୟର ଵାରଙ୍ଗଲ ଜିଲ୍ଲା ଅନ୍ତର୍ଗତ କଡବେଣ୍ଡି ଗ୍ରାମ। ଆଜି ତାଂକର ଶେଷକୃତ ସମୟରେ ହଜାର ହଜାର ଆବାଳବୃଦ୍ଧବନିତା ଉପସ୍ଥିତ ରହିବା ସହ ହାତରେ ଲାଲ ପତାକା ଧରି ନାଚି ନାଚି ବିଦାୟ ଦେଇଥିଲେ। ମାଓନେତ୍ରୀ ରେଣୁକାଙ୍କର ଶବକୁ ଏକ ଗାଡିରେ ରଖାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା। ୧୯୯୬ ମସିହାରେ ରେଣୁକା ବିଏ,ଏଲଏଲବି କରିବା ପରେ ନକ୍ସଲ ସଂଗଠନର ସଂସ୍ଫର୍ଶରେ ଆସିଥିଲେ।

ମାଓନେତ୍ରୀ ରେଣୁକାଙ୍କର ଶବକୁ ଏକ ଗାଡିରେ ରଖାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା। ୧୯୯୬ ମସିହାରେ ରେଣୁକା ବିଏ,ଏଲଏଲବି କରିବା ପରେ ନକ୍ସଲ ସଂଗଠନର ସଂସ୍ଫର୍ଶରେ ଆସିଥିଲେ। ସଂଗଠନରେ ଜଡିତ ହେବା ପରେ ସେ ଆନ୍ଧ୍ରର ଏସଜେଡସିଏମ କୃଷ୍ଣ ଅନ୍ନାଙ୍କ ସହ କାମ ଆରମ୍ଭ କରିଥିଲେ।

 

ସଂଗଠନରେ ଜଡିତ ହେବା ପରେ ସେ ଆନ୍ଧ୍ରର ଏସଜେଡସିଏମ କୃଷ୍ଣ ଅନ୍ନାଙ୍କ ସହ କାମ ଆରମ୍ଭ କରିଥିଲେ। ୨୦୦୩ରେ ଡିଭିସିଏମ ପଦରେ ପଦନ୍ନୋତି ପାଇବା ପରେ ସେ ଆଉ ପଛକୁ ଫେରିନଥିଲେ। ଧୀରେଧୀରେ ସେ ସଂଗଠନର ଜଣେ ଆଗଧାଡିର ନେତ୍ରୀ ହେବା ସହ ମୃତ୍ୟୁବେଳକୁ ତାଂକର ପଦ ଦଣ୍ଡକାରଣ୍ୟର ସ୍ବତନ୍ତ୍ର ଜୋନାଲ କମିଟିର ମୁଖ୍ୟ ହୋଇଥିଲେ। ଏଥିସହ ସେ ପ୍ରେସ ବିଜ୍ଞପ୍ତିର ଇନଚାର୍ଜ ମଧ୍ୟ ରହିଥିଲେ।

ନକ୍ସଲଙ୍କର ବହୁ ପତ୍ରିକାର ସେ ସଂପାଦିକା ମଧ୍ୟ ରହିଥିଲେ। ଆଜି ତାଂକର ଶେଷକୃତରେ ହଜାର ହଜାର ମହିଳା ଓ ପୁରୁଷ ନକ୍ସଲଙ୍କର ନିୟମ ମୁତାବକ ନାଚି ନାଚି ବିଦାୟ ଦେଇଥିଲେ। ସେହି ଅଂଚଳରେ ରେଣୁକାଙ୍କୁ ସମସ୍ତେ ଭଲ ପାଉଥିଲେ। ରେଣୁକାକୁ ଦେଖି ତାଂକ ଫାଇ ପ୍ରସାଦ ଅରଫ ସୁଖଦେବ ମଧ୍ୟ ସଂଗଠନରେ ଜଡିତ ହୋଇଥିଲେ। କିନ୍ତୁ ୨୦୧୪ରେ ସେ ଆନ୍ଧ୍ର ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ତାଂକ ସ୍ବାମୀ ଆପ୍ପା ରାଓ କେନ୍ଦ୍ରୀୟ କମିଟିର ସଦସ୍ୟ ଥିଲେ। ୨୦୧୦ରେ ତାଂକର ବି ଏନକାଉଣ୍ଟରରେ ମୃତ୍ୟୁ ହୋଇଥିଲା।

Naxal