ଭୁବନେଶ୍ୱର: ଭାରତକୁ ଶକ୍ତିଶାଳୀ ରାଷ୍ଟ୍ର ରୂପେ ଗଢ଼ିବା ପାଇଁ ସମସ୍ତଙ୍କର ଉଦ୍ଯୋଗ ଏକାନ୍ତ ଆବଶ୍ୟକ। ପୋଖରୀପୁଟ ଡିଏଭି ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ଏହା କହିଛନ୍ତି। ବିଦ୍ୟାଳୟ ପରିସରରେ ଆୟୋଜିତ ୭୬ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟଅତିଥି ରୂପେ ଯୋଗଦାନ କରି ଜାତୀୟସ୍ତରରେ ଡିଏଭି ପୋଖରୀପୁଟର ମର୍ଯ୍ୟାଦା ବୃଦ୍ଧି ନିମନ୍ତେ ସମସ୍ତଙ୍କର ଏକନିଷ୍ଠ ସାଧନାର ଆବଶ୍ୟକତା ବୋଲି ସେ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ।
ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ଦେଶପ୍ରେମରେ ବ୍ରତୀ ହେଲେ ଏହି ଦିବସ ପାଳନର ଉଦ୍ଦେଶ୍ୟ ସଫଳ ହେବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ନିଜର ଅଭିଭାଷଣରେ କହିଥିଲେ।
/sambad/media/media_files/2025/01/27/9cbfa78a-77a0-47c9-8cc4-389483aaa9aa.jpg)
ଏହି ଅବସରରେ ବିଦ୍ୟାଳୟର ଚାରୋଟି ସଦନ ଭକ୍ତି, ସ୍ତୁତି, ଶ୍ଲୋକ ଓ ମନ୍ତ୍ର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ପ୍ୟାରେଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମନ୍ତ୍ର ସଦନର ବିଦ୍ୟାର୍ଥୀ ଚମ୍ପିୟାନ୍ ହୋଇଥିବା ବେଳେ ଶ୍ଲୋକ ସଦନର ବିଦ୍ୟାର୍ଥୀ ରନର୍ସ ଅପ୍ ହୋଇଥିଲେ। ମନ୍ତ୍ର ସଦନର ଶିକ୍ଷକ ଶିକ୍ଷୟିତ୍ରୀ ନରୋତ୍ତମ ଷଡ଼ଙ୍ଗୀ, ସୁକୁମାର ପାଣି ଓ ବିନ୍ଦୁରାଣୀ ଦତ୍ତ ବିଦ୍ୟାର୍ଥୀଙ୍କର ଏହି ସଫଳତା ପାଇଁ ସେମାନଙ୍କୁ ଶୁଭେଛା ଜଣାଇଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ସାମୂହିକ ସଂଗୀତ ଏବଂ ଚିତ୍ତାକର୍ଷକ ନୃତ୍ୟ ପରିବେଷିତ ହୋଇଥିଲା। ଜାତୀୟତାବୋଧ ଭାବଗମ୍ଭୀର ପରିବେଶ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/27/9f0a6a11-b0d2-4262-ac12-9f9988dea2ba.jpg)