ରାଉରକେଲା: ରାଉରକେଲାରେ ୭୬ତମ ସାଧାରଣତନ୍ତ୍ର ଦିବସ  ପାଳିତ ହୋଇଯାଇଛି। ସ୍ଥାନୀୟ ଉଦିତନଗର ପଡ଼ିଆଠାରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ସମାରୋହରେ ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟଓ୍ବାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଵା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। 

Advertisment

ଏହି ଅବସରରେ ସେ ଭାରତର  ସମ୍ଭିଧାନର ପ୍ରେଣତା ବାବା ଭୀମରାଓ ଆମ୍ବେଦକରଙ୍କ ସହିତ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ  ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l 

ରାଉରକେଲାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏ ଠାରୁ ଖେଳାଳି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରି ସୁନ୍ଦରଗଡ଼ ଜିଲ୍ଲା ସହିତ ରାଉରକେଲା ପାଇଁ ଗୌରବ ଆଣିଛନ୍ତି।  ରାଉରକେଲାର ଠାରେ ବିଶ୍ବର ବୃହତ୍ତମ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କରାଯାଇ ୨୦୨୩ରେ ପୁରୁଷ ହକି ବିଶ୍ୱକପ୍ , ହକି ପ୍ରୋ ଲିଗ  ସଫଳତାର ସହିତ ଆୟୋଜନ କରାଯାଇସାରିଛି ।  ଏବଂ ହକି ପ୍ରୋ ଲିଗ ମଧ୍ୟ ପ୍ରଥମ ଥର ରାଉରକେଲାରେ ଆୟୋଜନ କରାଯାଉଛି l  ଏହା ରାଉରକେଲାକୁ ବିଶ୍ବ ଦରବାର ରେ ପ୍ରତିଷ୍ଠିତ କରିଛି। ଏହା ଛଡା ରାଉରକେଲା ମହାନଗର ନିଗମ ଦ୍ବାରା ପରିମଳ ବ୍ୟବସ୍ଥା ପରିଚାଳନା ଦିଗରେ କରାଯାଉଥିବା ପ୍ରୟାସ ପ୍ରଶଂସନୀୟ  l ରାଉରକେଲାକୁ ସ୍ବଚ୍ଛ  ଓ ସମୃଦ୍ଧ ସହରରେ ଗଢିବାକୁ ସମସ୍ତ ସହରବାସୀ ସହଯୋଗର ହାତ ବଢାନ୍ତୁ l  


ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ଜିଲ୍ଲାପାଳ କହିଥିଲେ ଯେ ୭୫ ବର୍ଷ ତଳେ ୨୬ ଜାନୁଆରୀରେ ସମ୍ବିଧାନ ପ୍ରଣୟନ ହୋଇଥିଲା। ସମ୍ବିଧାନରେ ଭାରତକୁ ଏକ ଗଣତାନ୍ତ୍ରିକ , ଧର୍ମନିରପେକ୍ଷ, ସମାଜବାଦୀ, ସାଧାରଣତନ୍ତ୍ର ରାଷ୍ଟ୍ର ଭାବେ ଗ୍ରହଣ କରିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ନାଗରିକଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ସମାନ ସୁବିଧା ସୁଯୋଗ ଯୋଗାଇ ଦେବାର ବ୍ୟବସ୍ଥା ରହିଛି l

ଗଜଚ

ଏହା ବ୍ୟତୀତ ଶ୍ରୀ ମହାଜନ  କହିଥିଲେ ଯେ ରାଉରକେଲାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏ ଠାରୁ ଖେଳାଳି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରି ସୁନ୍ଦରଗଡ଼ ଜିଲ୍ଲା ସହିତ ରାଉରକେଲା ପାଇଁ ଗୌରବ ଆଣିଛନ୍ତି।  ରାଉରକେଲାର ଠାରେ ବିଶ୍ବର ବୃହତ୍ତମ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କରାଯାଇ ୨୦୨୩ରେ ପୁରୁଷ ହକି ବିଶ୍ୱକପ୍ , ହକି ପ୍ରୋ ଲିଗ  ସଫଳତାର ସହିତ ଆୟୋଜନ କରାଯାଇସାରିଛି ।  ଏବଂ ହକି ପ୍ରୋ ଲିଗ ମଧ୍ୟ ପ୍ରଥମ ଥର ରାଉରକେଲାରେ ଆୟୋଜନ କରାଯାଉଛି l  ଏହା ରାଉରକେଲାକୁ ବିଶ୍ବ ଦରବାର ରେ ପ୍ରତିଷ୍ଠିତ କରିଛି। ଏହା ଛଡା ରାଉରକେଲା ମହାନଗର ନିଗମ ଦ୍ବାରା ପରିମଳ ବ୍ୟବସ୍ଥା ପରିଚାଳନା ଦିଗରେ କରାଯାଉଥିବା ପ୍ରୟାସ ପ୍ରଶଂସନୀୟ  l ରାଉରକେଲାକୁ ସ୍ବଚ୍ଛ  ଓ ସମୃଦ୍ଧ ସହରରେ ଗଢିବାକୁ ସମସ୍ତ ସହରବାସୀ ସହଯୋଗର ହାତ ବଢାନ୍ତୁ l  

ଏହି ଅବସରରେ ରିଜର୍ଭ ପୁଲିସର ଅଶ୍ବିନୀ କୁମାର ରାଉତଙ୍କ ନେତୃତ୍ୱରେ ପ୍ୟାରେଡ ହୋଇଥିଲା। ପ୍ୟାରେଡରେ ୫୨ ଦଳ ଅଂଶ ଗ୍ରହଣ କରିଥିଲେ। ପ୍ୟାରେଡ ପରେ ପରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରା ଯାଇଥିଲା। 
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଉରକେଲାର କ୍ରୀଡ଼ା ପ୍ରତିଭା,  ବେସାମରିକ ପ୍ରତିରକ୍ଷା ବାହିନୀର ଭୋଲେଣ୍ଟିର ଓ ଅଗ୍ନୀଶମ ବିଭାଗର କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା।

ସମାରୋହରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର  ଆଶୁତୋଷ କୁଲକର୍ଣ୍ଣି,  ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ରାଉରକେଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଭାରଂଜନ ରାୟ , ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବହୁ ସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ l

ସ୍ୱାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ଓ ଶ୍ରୀକାନ୍ତ ଷଡଙ୍ଗୀ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ସମାପନ ପରେ ପରେ ଜିଲ୍ଳାପାଳ ରାଉରକେଲା ମୁଖ୍ୟ କାରାଗାରରେ ଅନ୍ତେବାସୀଙ୍କୁ ମିଷ୍ଟାନ ଓ ଆରଜିଏଚର ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ l 

ଏହା ବ୍ୟତୀତ ସାଧାରଣତନ୍ତ୍ର ଦିବସ ଅବସରରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣି ମହାନଗର ନିଗମ କାର୍ଯ୍ୟାଳୟ ସମେତ ରାଉରକେଲା ସ୍ମାର୍ଟ ସିଟି ଓ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।