କଟକ: ସମ୍ବଲପୁର ପୌର ନିଗମ ନିର୍ବାଚନ ପାଇଁ ବାଟ ଫିଟିଛି। ୨୦୧୫ରୁ ହାଇକୋର୍ଟରେ ବିଚାରାଧୀନ ଏ ସଂପର୍କିତ ମାମଲାର ଶୁଣାଣିରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ସଂରକ୍ଷଣ ନିୟମ ଉଲ୍ଲଂଘନ କରି ନବ ଗଠିତ ସମ୍ବଲପୁର ପୌର ନିଗମ ୱାର୍ଡ ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ଅଭିଯୋଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ୱାର୍ଡ ସଂରକ୍ଷଣ ସଂପର୍କିତ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ସଂରକ୍ଷଣ ୫୦ ପ୍ରତିଶତ ଭିତରେ ସୀମିତ ରଖି ତଥା ସଂରକ୍ଷଣ ନିୟମାବଳୀ ପାଳନ କରି ସମ୍ବଲପୁର ପୌର ନିଗମର ୱାର୍ଡ ସଂରକ୍ଷଣ ନେଇ ସାନି ବିଜ୍ଞପ୍ତି ୬ ସପ୍ତାହ ଭିତରେ ପ୍ରକାଶ କରିବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଅଜୟ କୁମାର ମହାନ୍ତିଙ୍କ ତରଫରୁ ଦାୟର ଆବେଦନର ଶୁଣାଣିରେ ହାଇକୋର୍ଟ ଅନ୍ତ ଘଟାଇଛନ୍ତି। ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲର ଶଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

Advertisment

ନବଗଠିତ ସମ୍ବଲପୁର ପୌର ନିଗମ ପାଇଁ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ୱାର୍ଡ ସଂରକ୍ଷଣ ନେଇ ବିଜ୍ଞପ୍ତି ଜାରି କରିଥିଲେ। ୫୦ ପ୍ରତିଶତରୁ ଅଧିକ ୱାର୍ଡ ସଂରକ୍ଷିତ ବର୍ଗଙ୍କ ପାଇଁ ରଖାଯାଇ ପ୍ରକାଶିତ ବିଜ୍ଞପ୍ତି କରାଯାଇଥିଲା ଅଭିଯୋଗ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ ନବଗଠିତ ସମ୍ବଲପୁର ପୌର ନିଗମ ପାଇଁ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ୱାର୍ଡ ସଂରକ୍ଷଣ ନେଇ ବିଜ୍ଞପ୍ତି ଜାରି କରିଥିଲେ। ୫୦ ପ୍ରତିଶତରୁ ଅଧିକ ୱାର୍ଡ ସଂରକ୍ଷିତ ବର୍ଗଙ୍କ ପାଇଁ ରଖାଯାଇ ପ୍ରକାଶିତ ବିଜ୍ଞପ୍ତି କରାଯାଇଥିଲା ଅଭିଯୋଗ ହୋଇଥିଲା। ସଂରକ୍ଷଣ ନିୟମ ଅନୁସାରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ପ୍ରଦାନ କରାଯାଇ ପାରିବ ନାହିଁ। ଏପରି କରାଯିବା ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଂଘନ ବୋଲି ଦର୍ଶାଇ ହାଇକୋର୍ଟରେ ଶ୍ରୀ ମହାନ୍ତି ମାମଲା ଦାୟର କରିଥିଲେ। ୨୦୧୫, ଏପ୍ରିଲ ୨ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ଏପରି ଏହି ପ୍ରସଂଗରେ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ। ଏହି ମାମଲା ବିଚାରାଧୀନ ଥିବା ବେଳେ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ପାଇଁ ସମ୍ବଲପୁର ପୌର ନିଗମ ନିର୍ବାଚନ ହୋଇ ପାରୁ ନଥିଲା। ମାମଲାରେ ସମ୍ବଲପୁର ପୌରାଞ୍ଚଳର ପ୍ରକାଶ କୁମାର ଶତପଥୀ ଇଣ୍ଟରଭେନର ଭାବେ ପକ୍ଷଭୁକ୍ତ ହୋଇଥିଲେ। ଆଜି ମାମଲାର ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ହୋଇଥିଲା।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ୨୦୧୩, ସେପ୍ଟେମ୍ବର ୧୫ରେ ସମ୍ବଲପୁର ପୌର ନିଗମ ଗଠନ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲା। ହୀରାକୁଦ ଏନଏସି, ବୁର୍ଲା ଏନଏସି ଓ ୧୨ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ ହୋଇଥିଲା ସମ୍ବଲପୁର ମହାନଗର ନିଗମ। ଆଶା ଥିଲା ଜନପ୍ରତିନିଧି ଆସିବେ ଆଉ ଲୋକଙ୍କ ସମସ୍ୟାର ସମାଧାନ ହେବ। ସମ୍ବଲପୁର ପୌରାଞ୍ଚଳର ବାସିନ୍ଦା ମୌଳିକ ସୁବିଧା ପାଇବେ। କିନ୍ତୁ ପୌର ନିଗମର ନବ ଗଠିତ ୱାର୍ଡ ଗୁଡ଼ିକକୁ ନେଇ ପ୍ରକାଶିତ ସଂରକ୍ଷଣ ବିଜ୍ଞପ୍ତିକୁ ନେଇ ବିବାଦ ଦେଖା ଦେଇଥିଲ‌ା। ଆଇନଗତ ବିବାଦ ଭିତରେ ସମ୍ବଲପୁର ପୌର ନିଗମ ନିର୍ବାଚନ ହୋଇ ପାରୁ ନଥିଲା। ଇଣ୍ଟରଭେନର ଶ୍ରୀ ଶତପଥୀଙ୍କ ତରଫରୁ ଆଇନଜୀବୀ କୌଶିକ ଆନନ୍ଦ ଗୁରୁ ମାମଲା ପରିଚାଳନା କରୁଥିଲେ।

Orissa High Court | Sambalpur | Cuttack