ଝାରସୁଗୁଡ଼ା: ଆସନ୍ତା ୨୭ ତାରିଖରେ ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସଭା ପାଇଁ ଅମଲିପାଲୀସ୍ଥିତ ପଡ଼ିଆରେ ପ୍ରସ୍ତୁତି ଜୋରସୋରରେ ଜାରି ରହିଛି। ଆଜି ଦିନ ପ୍ରାୟ ସାଢେ ୧୧ଟା ବେଳେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଏଡିଜି ସନ୍ତୋଷ ବାର୍ଲା ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଆସି ପ୍ରସ୍ତାବିତ ସଭା ସ୍ଥଳରେ ପହଞ୍ଚିଛନ୍ତି। ଉତ୍ତରାଞ୍ଚଳ ରାଜସ୍ବ କମିଶନର ସଚିନ ରାମଚନ୍ଦ୍ର ଯାଦବ, ପୁଲିସ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ କୁନାଲ ମୋତିରାମ ଚୌହ୍ୱାନ, ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ଆଇଏଏସ୍ ଅରବିନ୍ଦ ଅଗ୍ରୱାଲ୍ ଓ ପୂର୍ତ୍ତ ସଚିବ ମଧ୍ୟ ସେମାନଙ୍କ ସହ ଉପସ୍ଥିତ ରହି ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି।

Advertisment

Untitled

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଭାସ୍ଥଳକୁ ଆସିବାର ରୁଟ ଠାରୁ ନେଇ ପାର୍କିଂ ଯାଏ ତମାମ ଦିଗ ଉପରେ ସମୀକ୍ଷା ଜାରି ରହିଛି। କିଭଳି ଭାବେ କାର୍ଯ୍ୟକ୍ରମ ଠିକରେ ହେବ, କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ଲୋକଙ୍କୁର କୌଣସି ସମସ୍ୟା ହେବନି ସେଦିଗରେ ମଧ୍ୟ ଯତ୍ନବାନ ହେବାକୁ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ଏହି ଟିମ୍। ଗଣମାଧ୍ୟମକୁ ବିବୃତ୍ତି ଦେଇ ଆସନ୍ତା ୨୭ ତାରିଖରେ ଦିନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରି ସିଧାସଳଖ ସଭାସ୍ଥଳକୁ ଆସିବେ ବୋଲି ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ପ୍ରାୟ ୧ ଘଣ୍ଟାର କାର୍ଯ୍ୟକ୍ରମରେ ଗୁଡ଼ିଏ ପ୍ରକଳ୍ପର ଶିଳାନ୍ୟାସ ଓ ଉନ୍ମୋଚନ ହେବ। ଯୁବ ସମାବେଶରେ ଯୁବ ଗୋଷ୍ଠୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ।

ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳକୁ ଆସିବାର ରୁଟ ଠାରୁ ନେଇ ପାର୍କିଂ ଯାଏ ତମାମ ଦିଗ ଉପରେ ସମୀକ୍ଷା ଜାରି ରହିଛି। କିଭଳି ଭାବେ କାର୍ଯ୍ୟକ୍ରମ ଠିକରେ ହେବ, କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ଲୋକଙ୍କୁର କୌଣସି ସମସ୍ୟା ହେବନି ସେଦିଗରେ ମଧ୍ୟ ଯତ୍ନବାନ ହେବାକୁ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ଏହି ଟିମ୍। ଗଣମାଧ୍ୟମକୁ ବିବୃତ୍ତି ଦେଇ ଆସନ୍ତା ୨୭ ତାରିଖରେ ଦିନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରି ସିଧାସଳଖ ସଭାସ୍ଥଳକୁ ଆସିବେ ବୋଲି ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ପ୍ରାୟ ୧ ଘଣ୍ଟାର କାର୍ଯ୍ୟକ୍ରମରେ ଗୁଡ଼ିଏ ପ୍ରକଳ୍ପର ଶିଳାନ୍ୟାସ ଓ ଉନ୍ମୋଚନ ହେବ। ଯୁବ ସମାବେଶରେ ଯୁବ ଗୋଷ୍ଠୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ।