ଭୁବନେଶ୍ବର: ଚଳିତ ବର୍ଷ ୮୧୨ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ମରାମତି ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର | ପ୍ରତି ଆଶ୍ରୟସ୍ଥଳୀ ମରାମତି ପାଇଁ ୬ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି | ଏଥିପାଇଁ ୪୮ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ସରକାର | ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।
ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଅନେକ ବାତ୍ୟା ଆଶ୍ରୟସ୍ଥଳୀର କାମ ମଧ୍ୟ ଆରମ୍ଭ ହୋଇଯାଇଛି | ରାଜ୍ୟରେ ବର୍ତ୍ତମାନ ୯୦୯ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ରହିଛି | ସେଥିରୁ ୬୦୦ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଓ ୩୦୯ଟି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ରହିଛି। ପ୍ରଶ୍ନକାଳରେ ବିଜେଡି ବିଧାୟକ ସାରଦା ଜେନାଙ୍କ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ରଖି ଏଭଳି ତଥ୍ୟ ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।
ସେ କହିଛନ୍ତି, ଅନେକ ବାତ୍ୟା ଆଶ୍ରୟସ୍ଥଳୀର କାମ ମଧ୍ୟ ଆରମ୍ଭ ହୋଇଯାଇଛି | ରାଜ୍ୟରେ ବର୍ତ୍ତମାନ ୯୦୯ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ରହିଛି | ସେଥିରୁ ୬୦୦ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଓ ୩୦୯ଟି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ରହିଛି।
ପ୍ରଶ୍ନକାଳରେ ବିଜେଡି ବିଧାୟକ ସାରଦା ଜେନାଙ୍କ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ରଖି ଏଭଳି ତଥ୍ୟ ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/02/20/uYk1d0Svk0uynon0pQeN.jpg)