ନବରଙ୍ଗପୁର: ନବରଙ୍ଗପୁର ବ୍ଲକର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ସମଗ୍ରଶିକ୍ଷାରେ ହୋଇଥିବା କାମ ଗୁଡ଼ିକର ସାମାଜିକ ସମୀକ୍ଷା ବୈଠକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୃତବ୍ୟକ୍ତି ନାଁରେ ଚାଉଳ ଉଠିବା, ସରକାରୀମାର୍ଗଦର୍ଶିକାକୁ ନ ମାନିବା, ଅର୍ଥ ତୋଷାରପାତ ସହ ଅନିୟମିତତା ଦେଖିବାକୁ ମିଳିଥିଲା।
ଏମଜିନରେଗା ଯୋଜନାର ଜିଲ୍ଲା ସାମାଜିକ ସମୀକ୍ଷକ(ଅଡିଟର) ବହି ଭୁଷିତ ଚଲାନ, ବିଡିଓ ସୁନିଲ ଖରା, ସହକାରୀ ନିର୍ବାହୀ ଯନ୍ତ୍ରୀ ସୂର୍ଯ୍ୟନାରାୟଣ ବେହେରା,ସାମାଜିକ କର୍ମୀ ମନୋରମା ମାଝୀ, ସାମ୍ବାଦିକ ସଦାଶିବ ପ୍ରହରାଜ, ଏଇ ଏମଆଇଏସ୍ ରାକେଶ ପାଳଙ୍କ ବ୍ଲକ ସାମାଜିକ ସମୀକ୍ଷକଙ୍କ ସହ ସବୁ ପଂଚାୟତର ପିଇଓ, ଜିଆରଏସ୍, ସରପଂଚ, ସମିତିସଭ୍ୟଙ୍କ ସହ ସାଧାରଣ ଲୋକେ ଭାଗେ ନେଇଥିଲେ।
ନବରଙ୍ଗପୁର ବ୍ଲକର ୧୩ଟି ପଂଚାୟତରେ ୨୦୨୪-୨୫ଆର୍ଥିକ ବର୍ଷରେ ଏମନରେଗାରେ ୨୫୪୧ଟି ପ୍ରକଳ୍ପରୁ ୮୯୬ଟି ସୁଦ୍ଧା ସମ୍ପୁର୍ଣ୍ଣ ହୋଇଛି। ୧୩୫୯୭ଟି ଜବକାର୍ଡ ସକ୍ରୀୟ ଥିବା ବେଳେ ୪୭୮୪ଟି ଜବକାର୍ଡଧାରୀ ଆବେଦନକରିବା ସହ କାମ କରିଛନ୍ତି। ୧୫୫ଟି ପରିବାର ଶହେ ଦିନ ସମ୍ପୁର୍ଣ୍ଣ କରିଛନ୍ତି। ତେବେ ୬୦: ୪୦ ଅନୁପାତରେ ଶ୍ରମିକ ଓକଂଚାମାଲ ରହିବା କଥା କିନ୍ତୁ ବହୁ ପଂଚାୟତରେ ୭୧:୨୯ରହିବା ନିଶ୍ଚିତ ରୁପେ ଚିନ୍ତା ଜନକ ବୋଲି ସାମାଜିକ ସମୀକ୍ଷକ ଉପସ୍ଥାପନ କରିଥିଲେ। ଗତ ୬ମାସ ତଳର ସମୀକ୍ଷା ବୈଠକରେ ୩୩ଟି ପ୍ରକଳ୍ପର କାଗଜପତ୍ର ଆଦି ଠିକ ନଥିବା ଚିହ୍ନଟ ହୋଇଥିଲା। ସେଥିରୁ ୮ଟି ଏଯାଏଁ ସଜାଡାଯାଇନି। ସେହିପରି ଗତ ୬ମାସରେ ୭୦ଟି ଏଭଳି ପ୍ରକଳ୍ପ ଚିହ୍ନଟ ହୋଇଛି। ସେଥିରୁ ୧୯ଟି ଯାଂଚ ବେଳେ ସୁଧାରାଯାଇଥିଲା। ଏମଜିନରେଗାରେ ବାଘସିଉନିରେ ୩ଲକ୍ଷ, ଅଗ୍ନିପୁରରେ ୩ଟି ପ୍ରକଳ୍ପରେ ୪୭ହଜାର ଟଙ୍କା, ସାନମସିଗାଁରେ ୧ଲକ୍ଷ ୬୬ହଜାର ୯୪୪ଟଙ୍କାର ଅଧିକା କାମ ଦେଖାଯାଇଛି।
ପଂଚାୟତଗୁଡ଼ିକୁ ଯାଂଚ ଟିମ୍ ଯିବା ସମୟରେ ପଂଚାୟତ ଗୁଡିକରୁ ବିଭିନ୍ନ ପ୍ରକଳ୍ପର ଖାତା, ମଷ୍ଟର ରୋଲ ଆଦି କିଛି ଅଡିଟ ଟିମକୁ ଦେଖାଇ ପାରିନଥିଲେ। କିଛି ପଂଚାୟତରରେ ସରକାରୀ ଅର୍ଥ ତୋଷାରପାତ ହୋଇଥିବା ଲକ୍ଷ୍ୟ କରାଯାଇଛି ସେଭଳି ହେବା ଠିକ୍ ନୁହେଁ ବୋଲି ଜିଲ୍ଲା ସାମାଜିକ ସମୀକ୍ଷକ କହିଥିଲେ। ଯେଉଁ ସବୁ ପଂଚାୟତରେ ହୋଇଥିବା କାମର ବୋର୍ଡ ନାହିଁ ସପ୍ତାହକ ମଧ୍ୟରେ ବୋର୍ଡ ପ୍ରସ୍ତୁତ କରି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି ବିଭିନ୍ନ ପଂଚାୟତରେ ପ୍ରଧାନମନ୍ତ୍ରୀ ଆବସ ଯୋଜନାର ହିତାଧିକାରୀ କାମ କରିଥିଲେ ହେଁ ସେମାନଙ୍କୁ ଏଯାଏଁ ମଜୁରୀ ମିଳିନି। ସରକାରଙ୍କ ବିଭିନ୍ନ ମାର୍ଗଦର୍ଶିକାକୁ ବାଟବଣା କରି ସ୍କୁଲର ପ୍ରଧାନଶିକ୍ଷକ ମାନେ ବିଭିନ୍ନ ଯୋଜନାର ଟଙ୍କା ଉଠାଇବା ସହ କେସବୁକର ଖାତା ସହ ଟଙ୍କା ସମାନ ନାହିଁ। ଭେଣ୍ଡରଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା କଥା କିନ୍ତୁ ପ୍ରଧାନଶିକ୍ଷକ ମାନେ ନିଜ ଆକାଉଣ୍ଟରେ ଉଠାଇଛନ୍ତି। ପରିଷ୍କାର ଓ ପରିଛନ୍ନତା ନଥିବା ସାମାଜିକ ସମୀକ୍ଷା ଯାଂଚ ବେଳେ ଜଣାପଡିଛି।
ବଡ଼ମସିଗାଁ, ଏକ୍ସବୋର୍ଡ, ଭାଟିଶାଳଗୁଡା , ବଡମସିଗାଁ, ସାନମସିଗାଁ ଆଦିରେ ବିଭିନ୍ନ ସରକାରୀ ଯେଜାନା ବୋର୍ଡ ଲାଗି ନାହିଁ। ବ୍ଲକର ସବୁ ପଂଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ଖାତା ଗୁଡିକ ଅଫଟୁଡେଟ୍ ନଥିବା ଅଡିଟ୍ ଟିମ୍ ଚିହ୍ନଟ ହୋଇଛି। ଭିଜିଲାନସ୍ କମିଟି ଠିକ ଭାବେ କାମ କରୁନି। ବିକ୍ରମପୁରରେ ନିରାକର ଖୁଣ୍ଟିଆ ଓ ଲକ୍ଷ୍ମୀ ଖୁଣ୍ଟିଆ ନାମକ ମୃତ ବ୍ୟକ୍ତିଙ୍କ ନାଁରେ ଗତ ୫ମାସ ହେବ ଚାଉଲ ମିଳିଛି। ଚଟାହାଣ୍ଡିରେ ଅନ୍ନପୂର୍ଣ୍ଣା ଯେଜାନାରେ ହିତାଧିକାରୀ ଚାଉଳ ପାଉନଥିଲେ ହେଁ ପାଉଥିବା ଦର୍ଶାଯାଇଛି। ସିନ୍ଧିଗୁଡାରେ ଦିବ୍ୟାଙ୍ଗ ସୁଲାମି ଜାନୀ ଯୋଗ୍ୟ ଥିଲେ ହେଁ ସାମିଲ କରାଯାଇନି। ଭତରାସିଉନିର ପୁର୍ଣ୍ଣଚନ୍ଦ୍ର ମାଳି ଗତ ୨୦୧୯ଅଗଷ୍ଠ ୧୭ରୁ ମୃତ୍ୟୁବରଣ କରିଥିବା ବେଳେ ଜୁନ ୨୬ତାରିଖ ଯାଏଁ ଚାଉଳ ଦିଆଯାଇଛି। ସ୍ବଚ୍ଛତା ନରଖି ଏଭଳି କରିବା ଯୁକ୍ତିଯୁକ୍ତ ନୁହେଁ ଜରିମାନା ସହ ଆଇନଗତ ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲା ସାମାଜିକ ସମୀକ୍ଷକ କହିଛନ୍ତି।
Nabarangpur