ଭୁବନେଶ୍ବର: ସଡ଼କ ସୁରକ୍ଷା, ଜୀବନ ରକ୍ଷା। ସୁରକ୍ଷିତ ଯାତ୍ରା କଲେ ଜୀବନକୁ ସୁରକ୍ଷା ମିଳିପାରିବ। ପରିବାରର ଲୋକ ଚିନ୍ତା ଶୂନ୍ୟ ରହିବେ। ଯାତାୟତ ସୁଗମ ଓ ଆରାମଦାୟକ ହୋଇପାରିବ। ଘରୁ ବାହାରିବା ପୂର୍ବରୁ ଲୋକେ ଯଦି ନିଜର ଓ ପରିବାରର ଚିନ୍ତା କରି ଆଗକୁ ବଢ଼ିବେ, ଦୁର୍ଘଟଣା କିଛିଟା ପରିମାଣରେ ହ୍ରାସ ପାଇପାରିବ। ମାତ୍ର ଲୋକେ ଏସବୁ ଚିନ୍ତା ନକରି ଜୀବନ ପ୍ରତି ବିନା ଭୟରେ ଗାଡ଼ି ଚଳାଉଥିବାରୁ ଦୁର୍ଘଟଣା ଘଟୁଛି। ଗାଡ଼ିର ଗତି ମନ୍ଥର ରହିଲେ, ଜୀବନ ସୁରକ୍ଷିତ ରହିପାରନ୍ତା। ରାଜ୍ୟରେ ପ୍ରତ୍ୟେକ ଦିନ ଦିନ ଦୁର୍ଘଟଣାରେ ଲୋକଙ୍କର ପ୍ରାଣହାନୀ ଘଟୁଛି। ସେହିପରି ଦୁର୍ଘଟଣାର ସାମ୍ନା କରି ଅନେକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି।
ରାଜଧାନୀ ଭୁବନେଶ୍ବରରେ ଲୋକେ ଲଗାମବିହୀନ ଭାବେ ଗାଡ଼ି ଚଳାଉଛନ୍ତି। ରାସ୍ତାରେ ଅନେକ ନିଜ ଜୀବନ ପ୍ରତି ବାଜି ଲଗାଇ ଆଗକୁ ବଢୁଥିବା ବେଳେ ଅନ୍ୟମାନଙ୍କ ପାଇଁ ମଧ୍ୟ ବିପଦର କାରଣ ପାଲଟୁଛନ୍ତି। ଦ୍ରୁତଗତିରେ ଗାଡ଼ି ଚଳାଉଥିବା ବ୍ୟକ୍ତିମାନଙ୍କ ପାଇଁ ଗାଡ଼ିକୁ ଟ୍ରାକିଂ କରି ପୁଲିସ କଡ଼ାକାର୍ଯ୍ୟାନୁଷ୍ଠାନ ନେଲେ ଲୋକେ ସତର୍କ ରହି ଯିବା ଆସିବା କରନ୍ତେ। ଏହା ଫଳରେ ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ ପାଇପାରନ୍ତା ବୋଲି ବୁଦ୍ଧିଜୀବୀ ମତ ରଖନ୍ତି।
ରାଜଧାନୀର ମୁଖ୍ୟରାସ୍ତାଗୁଡ଼ିକ ଚକାଚକ କରୁଛି। ମୁଖ୍ୟ ଛକରେ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି। ଟ୍ରାଫିକ୍ ପୁଲିସ ରହୁଛନ୍ତି। କମିସନରେଟ୍ ପୁଲିସର ପାଟ୍ରୋଲିଂ ମଧ୍ୟ ଜାରି ରହିଛି। ଏସବୁ ସତ୍ତ୍ବେ ମଦ୍ୟପ ଲୋକଙ୍କର ଜୀବନ ପ୍ରତି ଭୟ ନକରି ଗାଡ଼ି ଚଳାଉଛନ୍ତି। ଭୁବନେଶ୍ବରର ଚିକ୍ଣିଆ ରାସ୍ତାରେ ଦ୍ରୁତଗତିରେ ଗାଡ଼ି ଚଳାଇବା ସମୟରେ ଗତକାଲି ରାତିରେ ଦୁଇ ଜଣ ବୁଲେଟ ଆରୋହୀଙ୍କ ମୃତ୍ୟୁ ଘଟିଛି। ରେଣ୍ଟାଲ କଲୋନି ଫାୟାର ଷ୍ଟେସନ ରୋଡରେ ମର୍ମନ୍ତୁଦ ଦୁର୍ଘଟଣା ରେ ବାଇକ ଆରୋହୀମାନେ ଭାରସାମ୍ୟ ହରାଇ ପ୍ରଥମେ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲେ ଏହା ପରେ ଗଛ ଓ କାରକୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା। ମୃତ ଯୁବକ ଦ୍ବୟ ହେଲେ ଦେବୀ ପ୍ରସାଦ ପରିଡ଼ା ଏବଂ ଅନ୍ଵେଷ ସତ୍ୟଦର୍ଶନ ଦାସ। ଉଭୟ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଛାତ୍ର ଥିଲେ।
ଗତମାସ ୯ ତାରିଖ ଦିନ କମିସନରେଟ୍ ପୁଲିସ ଅଧୀନ ମୈତ୍ରୀବିହାର ପୁଲିସ ଥାନା ଲୋୟଲା ସ୍କୁଲ ନିକଟରେ ଭୋର ସକାଳୁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଯଦିଓ ଏହି ଦୁର୍ଘଟଣାରେ କୌଣସି ଜୀବନ ଯାଇ ନଥିଲା, ତଥାପି ଏହା ଲୋମଟାଙ୍କୁରା ଥିଲା। ସମ୍ଭବତଃ ଜଣେ କାର୍ ଚାଳକ ମଦ୍ୟପାନ କରିଥିବାରୁ ରାସ୍ତାକଡ଼ରେ ଥିବା ଗଛକୁ ଶକ୍ତ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ କାରର ସମ୍ମୁଖ ଭାଗ ବଡ଼ଧରଣର କ୍ଷତିଗ୍ରସ୍ତ ହୋଇଥିଲା ସକାଳୁ ସକାଳୁ ପିଲାମାନଙ୍କୁ ଛାଡ଼ିବା ପାଇଁ ଅଭିଭାବକମାନେ ଘଟଣାସ୍ଥଳରେ ଥିବା ବେଳେ ଏଭଳି ଏକ ଦୁର୍ଘଟଣା ଘଟିଥିଲା। ଜନଗହଳିପୂର୍ଣ୍ଣ ସ୍ଥାନରେ ଘଟିଥିବା ଏହି ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗହଳି ଭିତରେ ଯଦି ଦ୍ରୁତଗାମୀ କାର ପ୍ରବେଶ କରିଥାନ୍ତା, ଅତି ବିପଦ୍ଜନକ ସ୍ଥିତି ପହଞ୍ଚି ଥାନ୍ତା।
Accident
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/21/new-project-24-2025-08-21-22-30-13.jpg)