ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ରାଇରଙ୍ଗପୁର ଆଇଟିଆଇର ପ୍ରଶିକ୍ଷକ ରୋହିତ ରାମ ଓଡ଼ିଶା ପାଓ୍ବାର ଲିଫଟିଂ ଆସୋସିଏସନ ପକ୍ଷରୁ ଆୟୋଜିତ ଓଡ଼ିଶା କ୍ଲବ୍ ପାୱାର ଲିଫଟିଂ ଚାମ୍ପପିଅନସିପ-୨୦୨୫ର ୧୨୦ କେଜି ବର୍ଗରେ ୪୫୭.୫ କେଜି ଭାରୋତ୍ତଳନ କରି ପ୍ରଥମ ପୁରସ୍କାର ହାସଲ କରିଥିବାରୁ ସ୍ଥାନୀୟ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି। ସ୍ଥାନୀୟ ଇଚିଣ୍ଡାର ବିଜୟ ରାମ ଓ ସଂଜୁ ଦେବୀଙ୍କ ସୂପୁତ୍ର ପିଲାଟି ବେଳୁ ଖେଳ କସରତ ପ୍ରତି ଆଗ୍ରହୀ ଥିଲେ।
ଗତ କିଛି ବର୍ଷ ଧରି ପାଓ୍ବାର ଲିଫଟିଂ ଚାମ୍ପିଅନସିପରେ ମନୋନିବେଶ କରି ଜିଲ୍ଲା ଓ ରାଜ୍ଯସ୍ତରୀୟ ପ୍ରତିଯୋଗିତାରେ ଭାଗନେବା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ। ସର୍ବୋଚ୍ଚ ଓଜନ ବର୍ଗରେ ଶ୍ରେଷ୍ଠ ସ୍ଥାନ ହାସଲ କରି ସ୍ବର୍ଣ୍ଣପଦକ (ପ୍ରଥମ ପୁରସ୍କାର) ପାଇ ନିଜ ଜନ୍ମମାଟିର ଗୌରବ ବୃଦ୍ଧି କରିବାକୁ ଦୃଢ଼ ଟ୍ରିଗର ହୋଇଥିଲେ। ଏଥିପାଇଁ ରୋହିତ ସ୍ଥାନୀୟ ଡାଉନଟାଉନ ଫିଟନେସ କ୍ଲବରେ ନିୟମିତ କଠିନ ଅଭ୍ଯାସ ଜାରି ରଖିଥିଲେ।
ତେବେ ସେ ଗତ ୨୦୨୪ ମସିହାରେ ମଧ୍ୟ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। ରାଇରଙ୍ଗପୁର ଆଇଟିଆଇ ବୈଦ୍ଯୁତିକ ଟ୍ରେଡର ଜଣେ ଆଦର୍ଶ ଓ ନିଷ୍ଠାପର ପ୍ରଶିକ୍ଷକ ଭାବେ ପରିଚିତ ରୋହିତଙ୍କ ଉଲ୍ଲେଖନୀୟ ସଫଳତାରେ ଅଧ୍ଯକ୍ଷ ଇଂ. ଶୈଳେଶ ସିଂହଙ୍କ ସମେତ ସମସ୍ତ ପ୍ରଶିକ୍ଷକ ତଥା କର୍ମଚାରୀଗଣ ଆନନ୍ଦ ପ୍ରକାଶ କରି ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/07/rohit-2025-09-07-23-09-42.jpg)