କଟକ: ବାରବାଟୀ କ୍ରିକେଟ୍‌ ଷ୍ଟାଡିୟମରେ ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା ପୁଣି ଏକ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷ ୨ୟ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏହି ଅର୍ଦ୍ଧଶତକ ହାସଲ କରିଛନ୍ତି। ରୋହିତ ୩୦ଟି ବଲ୍‌ ଖେଳି ୪ଟି ଚୌକା ଓ ୪ଟି ଛକା ବଳରେ ଏହି ଉପଲବ୍ଧି ହାସଲ କରିଛନ୍ତି। ଏଥି ସହିତ ଦିନିକିଆ କ୍ରିକେଟ୍‌ରେ ରୋହିତ ଶର୍ମାଙ୍କ ମୋଟ୍‌ ଅର୍ଦ୍ଧଶତକ ହାସଲ ହୋଇଛି।

Advertisment

ରୋହିତ ଶର୍ମା ଓ ଶୁବମାନ୍‌ ଗିଲ କ୍ରିଜ୍‌ରେ ଥିବା ବେଳେ ବାରବାଟୀର ଫ୍ଲଡ ଲାଇଟ୍‌ ଲିଭି ଯାଇଥିଲା। ସେହି ସମୟରେ ଭାରତ ସ୍କୋର ୬.୧ ଓଭରରେ ୪୮ ରନ୍‌ ହୋଇଥିଲା। ଲାଇଟ୍‌ ଲିଭିଯିବା ପରେ ରୋହିତ ଶର୍ମାଙ୍କ ସହିତ ଦର୍ଶକମାନେ ମଧ୍ୟ ବିରକ୍ତି ପ୍ରକାଶ କରିଥିଲେ। ରୋହିତ ଭଲ ଫର୍ମରେ ଥିବାରୁ ମ୍ୟାଚ୍‌ ବନ୍ଦ ପରେ ପୁଣି ଥରେ ଫର୍ମ ମିଳିବ କି ନାହିଁ ଦର୍ଶକମାନେ ମଧ୍ୟ ଚିନ୍ତିତ ଥିଲେ। ‌ତେବେ ପ୍ରାୟ ୨୦ ମିନିଟ ଖେଳ ବନ୍ଦ ରହିଲା ପରେ ପୁଣି ଥରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। 

ଭାରତର ଇନିଂସ ସମୟରେ ବାରବାଟୀରେ ଫ୍ଲଡ ଲାଇଟ୍‌ ୨୦ମିନିଟ୍‌ ପାଇଁ ବନ୍ଦ ହୋଇଯାଇଥିଲା। ଏଥିରେ ରୋହିତ ଶର୍ମା ବିରକ୍ତି ପ୍ରକାଶ କରିଥିଲେ। କିନ୍ତୁ ପୁଣି ଥରେ ବ୍ୟାଟିଂ କରିଆସିବା ପରେ ଧୈର୍ଯ୍ୟର ସହିତ ଖେଳିଥିଲେ। 

ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମୁକାବିଲା ହୋଇଛି। ଟସ୍ ଜିଣି ଅତିଥି ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବୋଲିଂ କରିଥଲା। ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱିକେଟ୍ ହରାଇ ୩୦୪ ରନ୍ କରିଛି। ଫଳରେ ଭାରତକୁ ଏହି ମ୍ୟାଚ୍ ଜିତିବା ପାଇଁ ୩୦୫ ରନ୍‌ର ଆବଶ୍ୟକତା ଅଛି।  ଭାରତୀୟ ବୋଲର ରବୀନ୍ଦ୍ର ଜାଜେଡା ସର୍ବାଧିକ ୩ଟି ୱିକେଟ୍ ନେଇଥିଲା ବେଳେ ମହମ୍ମଦ ସାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।