ରାଉରକେଲା: ବର୍ଷବର୍ଷ ଧରି ରାଉରକେଲାବାସୀଙ୍କୁ ଭଣ୍ଡାଇ ଚାଲିଛନ୍ତି ରେଳ କର୍ତ୍ତୃପକ୍ଷ। ଚକ୍ରଧରପୁର ମଣ୍ଡଳ ଅଧୀନସ୍ଥ ସୁନ୍ଦରଗଡ଼ ଜିଲ୍ଲାରୁ ରେଳବାଇ ସର୍ବାଧିକ ରାଜସ୍ବ ପାଉଛି। ହେଲେ ରେଳ ଯାତାୟାତ କ୍ଷେତ୍ରରେ ଜିଲ୍ଲାବାସୀଙ୍କୁ ଅନ୍ୟ ଅଞ୍ଚଳ ଭଳି ସୁବିଧା ଯୋଗାଇ ନାହିଁ। ରାଉରକେଲା-ଭୁବନେଶ୍ବର ପରେ ରାଉରକେଲା-ଭଦ୍ରକକୁ ଇଣ୍ଟରସିଟି ଏକ୍ସପ୍ରେସ୍ ଚଳାଇବାକୁ ବହୁବର୍ଷ ହେଲା ଦାବି ହୋଇଆସୁଛି। ବିଭିନ୍ନ ରେଳ ସଙ୍ଗଠନ ସ୍ଥାନୀୟ ମନ୍ତ୍ରୀଙ୍କଠୁ ଆରମ୍ଭ କରି କେନ୍ଦ୍ର ରେଳମନ୍ତ୍ରୀଙ୍କୁ ବହୁବାର ଭେଟିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ରେଳବାଇ ଏ ଦିଗରେ କୌଣସି ପଦକ୍ଷେପ ନେଇନାହିଁ। କେବଳ କେନ୍ଦ୍ର ରେଳମନ୍ତ୍ରୀଙ୍କ କଥା ପ୍ରତିଶ୍ରୁତିରେ ଅଟକିଯାଇଛି।
ଉତ୍ତର ଓଡ଼ିଶା ରେଳ ସମନ୍ବୟ ବିକାଶ ସମିତିର ପ୍ରତିନିଧି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିଥିଲେ। ରାଉରକେଲା-ଭଦ୍ରକ ମଧ୍ୟରେ ଇଣ୍ଟରସିଟି ନ ହେଲେ ଏକ୍ସପ୍ରେସ୍ ଟ୍ରେନ୍ ଚଳାଇବାକୁ ଦାବି କରିଥିଲେ। ରେଳମନ୍ତ୍ରୀ ସମିତିର ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏହି ଦାବି ନେଇ ପୂର୍ବରୁ ଉତ୍ତର ଓଡ଼ିଶା ରେଳ ବିକାଶ ସମନ୍ବୟ ସମିତି ପକ୍ଷରୁ ବାଲେଶ୍ବର ଓ ଭଦ୍ରକ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ ସହ ଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର ଦିଆଯାଇଛି। କେବଳ ଉତ୍ତର ଓଡିଶା ରେଳ ବିକାଶ ସମନ୍ବୟ ସମିତି ନୁହେଁ, ରାଉରକେଲା ଉନ୍ନୟନ ସମିତି ସମେତ ଅନେକ ସଙ୍ଗଠନ ମଧ୍ୟ ଆନ୍ଦୋଳନ କରିଛନ୍ତି। ଫଳ କିନ୍ତୁ ଶୂନ୍। ରାଉରକେଲା ତଥା ଆଖପାଖ ଅଞ୍ଚଳରେ ଭଦ୍ରକ, ବାଲେଶ୍ବର ଜିଲ୍ଲାର ମୂଳ ବାସିନ୍ଦା ଲକ୍ଷାଧିକ ସଂଖ୍ୟାରେ ରହୁଥିବାରୁ ଏହି ଟ୍ରେନ୍ ସେମାନଙ୍କ ପାଇଁ ଜୀବନ ରେଖା ସଦୃଶ ହେବ। ରାଉରକେଲା-ଭଦ୍ରକ ଷ୍ଟେସନ ମଧ୍ୟରେ ଇଣ୍ଟରସିଟି ଚଳାଚଳ କଲେ କେବଳ ଯାତାୟାତ ନୁହେଁ ପର୍ଯ୍ୟଟନ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ। ଭଦ୍ରକର ବାବା ଆଖଣ୍ଡଳମଣି, ଯାଜପୁରର ମା’ ବିରଜା, କେନ୍ଦୁଝରର ମା’ତାରିଣୀ, ବାଲେଶ୍ବରର ପଞ୍ଚଲିଙ୍ଗେଶ୍ବରକୁ ଯାଉଥିବା ପର୍ଯ୍ୟଟକମାନେ ବେଶ ଉପକୃତ ହେବେ।

ସେମିତି ବହୁଦିନରୁ ଦାବି ହୋଇ ଆସୁଥିବା ଭୁବନେଶ୍ବର-ରାଉରକେଲା ଦ୍ବିତୀୟ ଇଣ୍ଟରସିଟି ଚଳାଚଳ ଦାବି ପୂରଣ ଦିଗରେ ମଧ୍ୟ ରେଳବାଇ କୌଣସି ପଦକ୍ଷେପ ନେଇ ନାହିଁ। ସ୍ମାର୍ଟସିଟି ରାଉରକେଲାରୁ ରାଜଧାନୀ ଭୁବନେଶ୍ବର ସମେତ ସମ୍ବଲପୁର, କଟକ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଅନୁଗୁଳ ଆଦି ଅଞ୍ଚଳକୁ ଦୈନିକ ହଜାରହଜାର ଲୋକ ଯାଉଛନ୍ତି। ରାଉରକେଲାରୁ ଭୁବନେଶ୍ବର ସକାଳେ ଇଣ୍ଟରସିଟି ଦୈନିକ ଯାତାୟତ କରୁଛି। କିନ୍ତୁ ଭୁବନେଶ୍ବର ପଟୁ ଦ୍ବିତୀୟ ଇଣ୍ଟରସିଟି ଟ୍ରେନ୍ ଏଯାଏ ଚାଲି ପାରି ନାହିଁ। ଯଦିଓ ବନ୍ଦେଭାରତ ଏକ୍ସପ୍ରେସ୍ ଚାଲିଛି, ଭଡ଼ା ଅଧିକ ହୋଇଥିବାରୁ ତାହା ସମସ୍ତଙ୍କ ପକେଟ୍କୁ ସୁହାଉ ନାହିଁ। ବାରମ୍ବାର ଦାବି ସତ୍ତ୍ବେ ଏହି ଦାବି କେବଳ ରେଳବାଇ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ପ୍ରତିଶ୍ରୁତିରେ ଅଟକିଛି। ରାଉରକେଲାରୁ ଭୁବନେଶ୍ବର, କଟକ, ପୁରୀ, ଢେଙ୍କାନାଳ, ଅନୁଗୁଳ ଆଦି ସହରକୁ ଯିବା ପାଇଁ ଯେତିକି ଲୋକ ଟିକଟ୍ କାଟୁଛନ୍ତି, ତା’ର ୭୦% ଲୋକଙ୍କୁ ନିଶ୍ଚିତ ସଂରକ୍ଷଣ ମିଳୁଛି। ଅବଶିଷ୍ଟ ୩୦ % ଲୋକଙ୍କୁ ସିଟ୍ ମିଳି ପାରୁ ନାହିଁ। ଏହି ସମସ୍ୟା ବହୁଦିନରୁ ଲାଗିରହିଛି। ପ୍ରତିବର୍ଷ ଛୁଟି ଓ ପର୍ବପର୍ବାଣି ସମୟରେ ସ୍ଥିତି ଅଧିକ ସଙ୍ଗୀନ ହୋଇ ପଡୁଛି। ବିଭିନ୍ନ ରେଳବାଇ ସଙ୍ଗଠନ, ତାଳଚେର-ବିମଳାଗଡ଼ ରେଳବାଇ ସଂଗ୍ରାମ ସମିତି, ଉତ୍ତର ଓଡ଼ିଶା ରେଳ ସମନ୍ବୟ ସମିତି, ରାଉରକେଲା ବିକାଶ ମଞ୍ଚ, ରାଉରକେଲା ଜାଗରଣ ମଞ୍ଚ ପ୍ରମୁଖ ନୂଆ ଟ୍ରେନ୍ ପାଇଁ ଦାବି କରି ଆସୁଥିଲେ ହେଁ ଫଳ ଶୂନ୍।