ଭଦ୍ରକ: ଦୁର୍ଘଟଣା ରୋକିବାକୁ ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ତରଫରୁ ଯେତେ ସଚେତନତା କରା ଗଲେବି ସେ ସବୁ ଅମାନିଆ ଗାଡ଼ି ଚାଳକମାନେ ଫୁ କରିଦେଉଛନ୍ତି। ଫଳରେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଦିନକୁ ଦିନ ଦୁର୍ଘଟଣା ଘଟିବାରେ ଲାଗୁଛି। ତେଣୁ ଏହାକୁ ରୋକିବାକୁ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାୟଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଏହି ରାଜ୍ୟ ରାଜପଥର ଇଚ୍ଛାପୁର ବାଲିବିଲି ଠାରେ ଗାଡ଼ି ଯାଞ୍ଚ କରାଯାଇଛି।
ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଦିନକୁ ଦିନ ଦୁର୍ଘଟଣା ଘଟିବାରେ ଲାଗୁଛି। ତେଣୁ ଏହାକୁ ରୋକିବାକୁ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାୟଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଏହି ରାଜ୍ୟ ରାଜପଥର ଇଚ୍ଛାପୁର ବାଲିବିଲି ଠାରେ ଗାଡ଼ି ଯାଞ୍ଚ କରାଯାଇଛି।
ଏହି ଯାଞ୍ଚ ବେଳେ ୩୯ ଗୋଟି ଗାଡ଼ିକୁ ଏକ ଲକ୍ଷ ୬୯ ହଜାର ଟଙ୍କାର ଚାଲାଣ କଟା ଯାଇଥିବା ଜଣାପଡ଼ିଛି। ଏହି ଯାଞ୍ଚ ସମୟରେ ଜିଲ୍ଲା ସଡ଼କ ସୁରକ୍ଷା ଅଧିକାରୀ ଅବଦୁଲ ରହିମ, ଟ୍ରାଫିକ ସବ ଇନ୍ସପେକ୍ଟର ଶର୍ମିଷ୍ଠା ମିଶ୍ର, ଜୁନିଅର ଏମ୍ଭି ଆଇ ପ୍ରିୟଙ୍କା ପ୍ରଧାନ, ଅତିରିକ୍ତ ଟ୍ରାଫିକ ଇନ୍ସପେକ୍ଟର ଶ୍ୟାମ ସୁନ୍ଦର ନାୟକଙ୍କ ସମେତ ପରିବହନ ବିଭାଗ ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ଆଗାମୀ ଦିନରେ ଏହି ଯାଞ୍ଚ ପ୍ରକ୍ରିୟା ଜୋରଦାର ହେବ ବୋଲି ବିଭାଗ ସୂତରୁ ପ୍ରକାଶ।
Bhadrak
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/26/img-20250826-wa0020-2025-08-26-17-06-14.jpg)