ଭୁବନେଶ୍ବର: ପାର୍ବଣ ପୂର୍ବରୁ ରାଜ୍ୟ ସରକାରଙ୍କ ପୁଲିସ ଓ ଅବକାରୀ ବିଭାଗ ବଡ଼ଧରଣର ଅଭିଯାନ ଜାରି ରଖିଛନ୍ତି। ଓଡ଼ିଶା ପୁଲିସ ଏହି ସମୟରେ ଅପରେସନ୍‌ ‘ପ୍ରହାର’ ଜାରି ରଖିଛି। ସେହିପରି ଅବକାରୀ ବିଭାଗ ମଧ୍ୟ ରାଜ୍ୟବ୍ୟାପି ଚଢ଼ଉ କରୁଛି। ବିଗତ ୧୦ ଦିନ ମଧ୍ୟରେ ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍‌ କୋଟିଏ ୪୬ ଲକ୍ଷ ଟଙ୍କାର ଗଂଜେଇ ଜବତ କରିଛନ୍ତି। ଏହି ସମୟରେ ଅବକାରୀ ଟିମ୍‌ ୧୩୬ ଚାଲାଣକାରୀଙ୍କୁ ଗିରଫ କରିଥିବା ବେଳେ ୨୨୪ ମାମଲା ରୁଜୁ ହୋଇଛି।  

Advertisment

ଅବକାରୀ ବିଭାଗର ସ୍ପେଶାଲ ଇନ୍‌ଫୋର୍ସମେଣ୍ଟ ଡ୍ରାଇଭ୍‌ ଅଧିନରେ ରାଜ୍ୟବ୍ୟାପି ଅପରେସନ୍‌ ୧୦ଦିନରେ ପହଞ୍ଚିଛି। ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍‌ କୋଟିଏ ୪୬ ଲକ୍ଷ ଟଙ୍କାର ଗଂଜେଇ ଜବତ କରିଛନ୍ତି। ଏହି ସମୟରେ ଅବକାରୀ ଟିମ୍‌ ୧୩୬ ଚାଲାଣକାରୀଙ୍କୁ ଗିରଫ କରିଥିବା ବେଳେ ୨୨୪ ମାମଲା ରୁଜୁ ହୋଇଛି।  

ଅବକାରୀ ବିଭାଗର ସ୍ପେଶାଲ ଇନ୍‌ଫୋର୍ସମେଣ୍ଟ ଡ୍ରାଇଭ୍‌ ଅଧିନରେ ରାଜ୍ୟବ୍ୟାପି ଅପରେସନ୍‌ ୧୦ଦିନରେ ପହଞ୍ଚିଛି। ଅବକାରୀ କର୍ତ୍ତୃପକ୍ଷଙ୍କ ରିପୋର୍ଟ ଅନୁସାରେ ନିଶା କାରବାର ମାମଲାରେ ୨୨୪ଟି ‌୧୩୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏହି ସମୟରେ ୨୨୪ଟି ମାମଲା ରୁଜୁ ‌ହୋଇଛି। ବ୍ୟାପକ ପରିମାଣର ଦେଶୀ, ବିଦେଶୀ ଓ ଅପମିଶ୍ରିତ ମଦ ଜବତ ହୋଇଛି। ସେହିପରି ୨୫କିଲୋ ଭାଙ୍ଗ ଓ ୩,୦୩୦ କିଲୋ ମହୁଲ ଜବତ ହୋଇଛି।   

Balangir | Indian Railways