ଆଳି: ‘ମଉସା ତମ ଟଙ୍କା ଗଳିପଡ଼ିଛି’ ବ୍ୟବସାୟୀଙ୍କୁ ଅନୁସରଣ କରୁଥିବା ଦୁର୍ବୃତ୍ତମାନେ ଏମିତି କହିଥିଲେ। ପଛପଟରେ ଆସୁଥିବା ୨ ଜଣ ଅଚିହ୍ନା ଲୋକଙ୍କ କଥାରେ ବ୍ୟବସାୟୀ ଜଣକ ବ୍ୟସ୍ତ ହୋଇପଡ଼ିଥିଲେ। ବ୍ୟବସାୟୀ ଜଣକ ଯେତେବେଳେ ସାମାନ୍ୟ ଅନ୍ୟମନସ୍କ ହୋଇଯାଇଥିଲେ, ସୁଯୋଗ ଅପେକ୍ଷାରେ ଥିବା ଦୁର୍ବୃତ୍ତମାନେ ହଠାତ୍ ଟଙ୍କା ବ୍ୟାଗ୍ ଉପରକୁ ଝାମ୍ପ ମାରିଥିଲେ। ଏଥିରେ ଥିବା ୨ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଗୁରୁବାର ପୂର୍ବାହ୍ଣରେ ଏଭଳି ଅଭାବନୀୟ ଘଟଣା ଘଟିଛି।
କେନ୍ଦ୍ରାପଡ଼ା ଜିଲ୍ଲା ଆଳିଥାନା ଅନ୍ତର୍ଗତ ଖନ୍ଦୋଳ ଗାଁର ବ୍ୟବସାୟୀ ପିତାମ୍ବର ଦାସଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଶ୍ରୀ ଦାସ ଆଜି ପୂର୍ବାହ୍ଣ ୧୦ଟା ୪୫ରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆଳି ଶାଖାରୁ ୨ଲକ୍ଷ ଟଙ୍କା ଉଠାଇ ସାଇକେଲରେ ଘରକୁ ଫେରୁଥିବା ବେଳେ ନିଆଳ ଗାଁ ଭିତରେ ଦୁଇଜଣ ଦୁର୍ବୁତ୍ତଙ୍କ ଟାର୍ଗେଟ୍ରେ ପହଞ୍ଚି ଥିଲେ।
ଦୁର୍ବୃତ୍ତମାନେ ବାଇକ୍ରେ ଆସି 'ମଉସା ତମ ଟଙ୍କା ଗଳିପଡ଼ିଛି’ କହିଥିଲେ। ବ୍ୟବସାୟୀ ଜଣଙ୍କ ରହିଯିବାରୁ ଟଙ୍କା ବ୍ୟାଗକୁ ଝାମ୍ପିନେଇ ଦୁଇ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ଏନେଇ ବ୍ୟବସାୟୀ ପିତାମ୍ବର ଦାସ ଥାନାରେ ଅଭିଯୋଗ କରିଛି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି।
Kendrapara | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/27/dwGJycgganI0Um6Dsv5k.jpg)