ବାଲିକୁଦା: ଜଗତସିଂହପୁର ଜିଲ୍ଲ ବାଲିକୁଦା ଅଞ୍ଚଳରେ ଶତାଧିକ ଯୁବକ ଓ ଯୁବତୀ ଅନ୍ଲାଇନ୍ ମାଧ୍ୟମରେ ଠିକାମୀର ଶିକାର ହୋଇଛନ୍ତି। ଅନନ୍ତପୁର ଫାଣ୍ଡି ଓ ବନ୍ଦର ସାମୁଦ୍ରିକ ଥାନା ଅଞ୍ଚଳରେ ହିଉଜ ଇଣ୍ଡିଆ ନାମକ ଏକ ଅନ୍ଲାଇନ ମୋବାଇଲ୍ ଆପ୍ ଜରିଆରେ ପ୍ରାୟ ୨୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ନେଇ ଶତାଧିକ ଯୁବକ ଓ ମହିଳା ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ ୫ ମାସ ପୂର୍ବରୁ ଏହି ମୋବାଇଲ୍ ଆପ୍କୁ ଅବଲ ମହାନ୍ତି ନାମକ ଜଣେ ବ୍ୟକ୍ତି ଏହି ଅଞ୍ଚଳରେ ଉପସ୍ଥାପନ କରିଥିଲେ। ଶ୍ରୀ ମହାନ୍ତି କଟକରେ ଘରଭଡ଼ା ନେଇ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରନ୍ତି। ସେ କଟକରୁ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଜରିଆରେ ଏହି ଆପ ଅଞ୍ଚଳରେ ପ୍ରବେଶ କରାଇବା ସହ ସେ ଗ୍ରାମରେ ଥିବା ପରିବାର ଓ ପଡୋଶୀଙ୍କୁ ସାମିଲ କରାଇଥିଲେ।
ପରବର୍ତ୍ତୀ ସମୟରେ ଏହି ସଂସ୍ଥାରେ ୫୫୦୦ ଓ ୧୬୫୦୦ ଅର୍ଥ ନିବେଶ କରି ଦିନକୁ ୨୦୦ ଓ ୬୧୫ ଟଙ୍କା ଆୟ କରି ଲାଭବାନ ହୋଇଥିବା କାରଣରୁ ଅନ୍ୟମାନେ ମଧ୍ୟ ଆକର୍ଷିତ ହୋଇ ଏହି ଆପରେ ନିବେଶ କରିଥିଲେ। ଯାହା ପରବର୍ତ୍ତୀ ସମୟରେ ଏହି ଅଞ୍ଚଳରୁ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ବ ମହିଳା ଓ ଯୁବଗୋଷ୍ଠୀ ଏଥିରେ ଅର୍ଥ ନିବେଶ କରିଥିଲେ। ପରେ ଅତ୍ୟଧିକ ଲାଭ ଦେବା ଉଦେଶ୍ୟରେ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଉକ୍ତ ଠକ ସଂସ୍ଥା ଲୋଭନୀୟ ଅଫର ଯେପରି ଫ୍ରିଜ, କୁଲର, ଏୟାର ଫେୟାର, ଆପଲ ମୋବାଇଲ, କାର ଭଳି ପୁରସ୍କାର ରଖିବା ସହ ଜଣେ ଅନ୍ୟ ଜଣଙ୍କୁ ନିଜ ଆଇଡିରେ ସାମିଲ କଲେ। ୧୦,୫୦୦ ଭଳି ଅର୍ଥ ୱାଲେଟ୍କୁ ଆସୁଥିଲା।
ଏହି ଆପ୍ରେ ନିବେଶ କରିବା ପାଇଁ ବାଟ କଢ଼ାଇଥିଲା। ଫଳରେ ଅନେକ ମହିଳା ନିଜର ସୁଭଦ୍ରା ଟଙ୍କା ଓ ସୁଧକୁ ଆଣି ଏଥିରେ ଅର୍ଥ ବିନିଯୋଗ କରିଥିଲେ। ହେଲେ ଗତ ଏକ ସପ୍ତାହ ତଳେ ଏହି ଆପ୍ରୁ ଟଙ୍କା ଉଠାଣ ପକ୍ରିୟା ବନ୍ଦ କରି ଦେଇଥିଲା। ଏପରିକି ଆପ୍କୁ ମଡିଫାଏ କରାଯାଇ ସପ୍ତାହରେ ଥିବା ଥରେ ଉଠାଣ ପକ୍ରିୟାକୁ ଦୈନିକ କରାଯିବ ବୋଲି ଲୋଭ ଦିଆଯାଇଥିଲା। ପରେ ଆପରେ ୫,୫୦୦, ୧୬,୫୦୦, ୪୯,୦୦୦ କରିଥିବା ବ୍ୟକ୍ତି ବିଶେଷ ୧,୬୫୦, ୪,୯୫୦, ୧୪,୫୦୦ ନିବେଶ କଲେ ଦୈନିକ ୱାଲେଟ୍ରେ ଥିବା ଅର୍ଥ ଉଠାଣ କରିବେ ବୋଲି ମେସେଜ ଆସିଥିଲା। ଫଳରେ ଅନେକ ନିବେଶକାରୀ ଏହି ଅର୍ଥ ବିନିଯୋଗ କରିବା ପରେ ଉକ୍ତ ଆପ୍କୁ ସଂସ୍ଥା ପକ୍ଷରୁ ଡିଲେଟ କରିଦିଆଯାଇଥିଲା। ଫଳରେ ଅଞ୍ଚଳରୁ ପ୍ରାୟ ୨୦ କୋଟିର ଅର୍ଥ ଠକେଇ ହୋଇଥିବା ଅଭିଯୋଗ କରିଛନ୍ତି ଶତାଧିକ ଯୁବକ ଓ ମହିଳା। ଅଭିଯୋଗ ଗ୍ରହଣ କରିବା ସହ ଫାଣ୍ଡି ଅଧିକାରୀ ଭାସତ ରଞ୍ଜନ ରାୟ କହିଛନ୍ତି ଏହି ଅଭିଯୋଗ ସମ୍ପର୍କରେ ମୁଁ ବାଲିକୁଦା ଥାନା ଅଧିକାରୀଙ୍କୁ ଅବଗତ କରାଇବି।
Crime | Jagatsinghpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/22/cyber-2025-08-22-20-57-25.jpg)