ରାଉରକେଲା: ବିର୍ସା ମୁଣ୍ଡା ହକିଷ୍ଟାଡିୟମରେ ଚାଲିଥିବା କନିଷ୍ଠ ବାଳିକା ରାଜ୍ୟ ହକି ପ୍ରତିଯୋଗିତାର ସେମିଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଛି। ନିଜ ନିଜ କ୍ବାର୍ଟର ଫାଇନାଲ ମ୍ୟାଚ୍‌କୁ ଜିତି ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି), ସୁନ୍ଦରଗଡ଼, ପାନପୋଷ କ୍ରୀଡ଼ା ଛାତ୍ରାବାସ ଓ ଗାଙ୍ଗପୁର ସ୍ପୋର୍ଟ୍ସ ଆସୋସିଏସନ ସେମିଫାଇନାଲ ସ୍ଥାନ ସୁରକ୍ଷିତ କରିଛନ୍ତି।

Advertisment

ଗୁରୁବାର ଉଭୟ ଉପକନିଷ୍ଠ ବାଳକ ଓ କନିଷ୍ଠ ବାଳିକା ବର୍ଗର ସେମିଫାଇନାଲ ମ୍ୟାଚ୍‌ ଖେଳାଯିବ। ଉପକନିଷ୍ଠ ବାଳକରେ ପ୍ରଥମ ସେମିଫାଇନାଲ ଆର୍‌ଏସ୍‌ପି ଓ ଗାଙ୍ଗପୁର ସ୍ପୋର୍ଟ୍ସ ଆସୋସିଏସନ ଏବଂ ଦ୍ବିତୀୟ ସେମିଫାଇନାଲ ସୁନ୍ଦରଗଡ଼ ଓ ପାନପୋଷ କ୍ରୀଡ଼ା ଛାତ୍ରାବାସ ମଧ୍ୟରେ ଖେଲାଯିବ। ସେହିଭଳି ବାଳିକାରେ ପ୍ରଥମ ସେମିଫାଇନାଲ ସୁନ୍ଦରଗଡ଼ ଓ ସମ୍ବଲପୁର ଏବଂ ଦ୍ବିତୀୟ ସେମିଫାଇନାଲ ଯାଜପୁର ଓ ସମ୍ବଲପୁର ମଧ୍ୟରେ ଖେଳାଯିବ।

ବୁଧବାର ବାଳିକା ବର୍ଗର ୪ଟି କ୍ବାର୍ଟର ଫାଇନାଲ ମ୍ୟାଚ ଖେଳାଯାଇଥିଲା। ସୁନ୍ଦରଗଡ଼ ଓ କଳହାଣ୍ଡି ମଧ୍ୟରେ ଖେଳାଯାଇଥିବା ପ୍ରଥମ କ୍ବାର୍ଟର ଫାଇନାଲ ସଂପୂର୍ଣ୍ଣ ଏକତରଫା ହୋଇଥିଲା। ମ୍ୟାଚ୍‌ସାରା ଆଧିପତ୍ୟ ବିସ୍ତାରକରି ସୁନ୍ଦରଗଡ଼ ଦଳ ସିଧାସଳଖ ୧୨-୦ ଗୋଲରେ ବିଜୟଲାଭ କରିଛି। ଦ୍ବିତୀୟ କ୍ବାର୍ଟର ଫାଇନାଲରେ ସମ୍ବଲପୁର ୩-୦ ଗୋଲରେ ଗଞ୍ଜାମ, ଚତୁର୍ଥରେ ଯାଜପୁର ୬-୩ ଗୋଲରେ ଦେବଗଡ଼ ଓ ଚତୁର୍ଥ କ୍ବାର୍ଟର ଫାଇନାଲରେ ଢେଙ୍କାନାଳ ୬-୦ ଗୋଲରେ ଏସ୍‌ଏମ୍‌ଏସ୍‌ ହକି ଏକାଡେମୀକୁ ପରାସ୍ତକରି ସେମିଫାଇନାଲ ପ୍ରବେଶ କରିଛି।