ଭୁବନେଶ୍ବର: ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ସମ୍ବାଦ ଓ କନକ ନ୍ୟୁଜ୍ ବାର୍ଷିକ ଉତ୍ସବ ଅବସରରେ ଆଜି ସମଗ୍ର ରାଜ୍ୟରେ ୫୭୦ କେନ୍ଦ୍ରରେ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା ପରୀକ୍ଷା ଅନୁଷ୍ଠିତ ହେଉଛି। ଭୁବନେଶ୍ୱରରେ ୧୯ ଟି କେନ୍ଦ୍ରରେ ପରୀକ୍ଷା ଚାଲିଛି। ସକାଳ ୧୦ ଠାରୁ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମରୁ ପଞ୍ଚମ ଚିତ୍ରାଙ୍କନ, ୬ରୁ ୮ମ ହସ୍ତାକ୍ଷର ଏବଂ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଭାସାଜ୍ଞାନ ଓ ପ୍ରବନ୍ଧ ପରୀକ୍ଷା ଦେଉଛନ୍ତି।
ବିଦ୍ୟାଳୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ବ୍ଲକ୍ ଓ ପୌରାଞ୍ଚଳ, ମହାନଗର ନିଗମ ଅଞ୍ଚଳରେ ପ୍ରାୟ ୫୭୦ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେଉଛି। ଯେଉଁଥିରେ ପାଖାପାଖି ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଛନ୍ତି। ଯେଉଁ ଛାତ୍ରଛାତ୍ରୀ ଅନ୍ଲାଇନ୍ କିମ୍ବା ଅଫ୍ଲାଇନ୍ରେ ନାମ ପଞ୍ଜୀକରଣ କରିନାହାନ୍ତି ସେମାନେ ମଧ୍ୟ ପଢ଼ୁଥିବା ବିଦ୍ୟାଳୟର ପରିଚୟପତ୍ର ଦେଖାଇ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଛନ୍ତି।
ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ଷଷ୍ଠରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀ ହସ୍ତାକ୍ଷର ଏବଂ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ତେଣୁ ପରୀକ୍ଷାର୍ଥୀ ଧାର୍ଯ୍ୟ ସମୟ ପୂର୍ବରୁ କେନ୍ଦ୍ରଗୁଡ଼ିକରେ ପହଞ୍ଚିଥିବାର ପରିଲକ୍ଷିତ ହୋଇଛି। ଚିତ୍ରାଙ୍କନ ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାର ସମୟ ଅବଧି ଏକ ଘଣ୍ଟା ରହିଥିବା ବେଳେ ହସ୍ତାକ୍ଷର ପାଇଁ ୩୦ ମିନିଟ୍ ସମୟ ରଖାଯାଇଛି। ଚିତ୍ରାଙ୍କନ ପ୍ରତିଯୋଗିତା ପାଇଁ ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ ବିଷୟବସ୍ତୁ ପ୍ରଦାନ କରାଯିବ। ଯେକୌଣସି ଗୋଟିଏ ବିଷୟବସ୍ତୁ ଉପରେ ପ୍ରତିଯୋଗୀ ଚିତ୍ର ଅଙ୍କନ କରିପାରିବେ। ପରୀକ୍ଷାର ସୁପରିଚାଳନା ପାଇଁ ପ୍ରତି କେନ୍ଦ୍ରରେ ସ୍ବତନ୍ତ୍ର ନିରୀକ୍ଷକ ନିୟୋଜିତ ହୋଇଛନ୍ତି।
ବିଦ୍ୟାଳୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ବ୍ଲକ୍ ଓ ପୌରାଞ୍ଚଳ, ମହାନଗର ନିଗମ ଅଞ୍ଚଳରେ ପ୍ରାୟ ୫୭୦ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେଉଛି। ଯେଉଁଥିରେ ପାଖାପାଖି ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଛନ୍ତି। ଯେଉଁ ଛାତ୍ରଛାତ୍ରୀ ଅନ୍ଲାଇନ୍ କିମ୍ବା ଅଫ୍ଲାଇନ୍ରେ ନାମ ପଞ୍ଜୀକରଣ କରିନାହାନ୍ତି ସେମାନେ ମଧ୍ୟ ପଢ଼ୁଥିବା ବିଦ୍ୟାଳୟର ପରିଚୟପତ୍ର ଦେଖାଇ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଛନ୍ତି।
/filters:format(webp)/sambad/media/media_files/2025/09/07/titled-2025-09-07-10-06-53.png)
ପରୀକ୍ଷା କେନ୍ଦ୍ରରେ ହିଁ ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ କରାଯାଇ ସେହି ସ୍ଥାନରେ ବିଜେତାଙ୍କୁ ପୁରସ୍କୃତ କରାଯିବ। ପ୍ରତି କେନ୍ଦ୍ରରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପରୀକ୍ଷାର୍ଥୀଙ୍କ ଉତ୍ତରଖାତା ରାଜ୍ୟସ୍ତରରେ ପୁନଃମୂଲ୍ୟାୟନ ହୋଇ ପ୍ରତି ବିଭାଗରେ ତିନିଜଣ ଲେଖାଏଁ ରାଜ୍ୟସ୍ତରୀୟ ବିଜେତାଙ୍କୁ ଚୟନ କରାଯିବ। ସେମାନଙ୍କୁ ‘ସମ୍ବାଦ’ର ବାର୍ଷିକ ଉତ୍ସବରେ ନଗଦ ଅର୍ଥରାଶି ସହ ମାନପତ୍ରରେ ସମ୍ବର୍ଦ୍ଧିତ କରାଯିବ। ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରୁଥିବାରୁ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/09/07/untitled-2025-09-07-10-06-37.png)