ପାଇକମାଳ: ଝାରବନ୍ଧ ଅଞ୍ଚଳର ଜଣାଶୁଣା ବରିଷ୍ଠ ସାମ୍ବାଦିକ ତଥା ଝାରବନ୍ଧ ସମ୍ବାଦ ପ୍ରତିନିଧି ରମେଶ ଚନ୍ଦ୍ର ବାରିକଙ୍କ ଆଜି ସକାଳ ସମୟରେ ହେହାନ୍ତ ହୋଇଯାଇଛି l କିଛି ଦିନ ତଳେ ସେ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ଯାଇ ଚିକିତ୍ସା ସାରି ଝାରବନ୍ଧ ବାସଭବନକୁ ଫେରିଥିଲେ l ତେବେ ଗତକାଲିଠାରୁ ହଠାତ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ଏବଂ ଆଜି ସକାଳେ ତାଙ୍କ ବିୟୋଗ ବିଷୟରେ ଜାଣିବାକୁ ମିଳିଥିଲା। ତାଙ୍କ ବିୟୋଗରେ ଝାରବନ୍ଧ ଅଂଚଳରେ ଶୋକର ଛାୟା ଖେଳି ଯାଇଛି l ଦୁଇ ଝିଅ ଏବଂ ତାଙ୍କ ପତ୍ନୀଙ୍କୁ ଛାଡ଼ି ରମେଶ ଚନ୍ଦ୍ର ବାରିକ ଚାଲି ଯାଇଛନ୍ତି ଆରପାରିକୁ। ପରିବାର ବର୍ଗ ପୁରା ଭାଙ୍ଗି ପଡିଛନ୍ତି । ପୁରା ଅଞ୍ଚଳ ତାଙ୍କର କାମକୁ ଝୁରି ଝୁରି ପ୍ରଶଂସା କରୁଛନ୍ତି । ତାଙ୍କ ଜୀବନରେ ସରପଞ୍ଚ ଏବଂ ଝାରବନ୍ଧ ପ୍ୟାକ୍ସର ସଭାପତି ଭାବରେ ମଧ୍ୟ କାର୍ଯ୍ୟ ତୁଲାଇ ଅଂଚଳର ବେଶ ସେବା କରିଥିଲେ।
ଝାରବନ୍ଧ ଅଞ୍ଚଳର ଜଣାଶୁଣା ବରିଷ୍ଠ ସାମ୍ବାଦିକ ତଥା ଝାରବନ୍ଧ ସମ୍ବାଦ ପ୍ରତିନିଧି ରମେଶ ଚନ୍ଦ୍ର ବାରିକଙ୍କ ଆଜି ସକାଳ ସମୟରେ ହେହାନ୍ତ ହୋଇଯାଇଛି l କିଛି ଦିନ ତଳେ ସେ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ଯାଇ ଚିକିତ୍ସା ସାରି ଝାରବନ୍ଧ ବାସଭବନକୁ ଫେରିଥିଲେ l ତେବେ ଗତକାଲିଠାରୁ ହଠାତ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ଏବଂ ଆଜି ସକାଳେ ତାଙ୍କ ବିୟୋଗ ବିଷୟରେ ଜାଣିବାକୁ ମିଳିଥିଲା। ତାଙ୍କ ବିୟୋଗରେ ଝାରବନ୍ଧ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ଦୁଇ ଝିଅ ଏବଂ ତାଙ୍କ ପତ୍ନୀଙ୍କୁ ଛାଡ଼ି ରମେଶ ଚନ୍ଦ୍ର ବାରିକ ଚାଲି ଯାଇଛନ୍ତି ଆରପାରିକୁ।
ବର୍ତ୍ତମାନ ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘର ସମ୍ପାଦକ ଭାବେ କାର୍ଯ୍ୟ ତୁଲାଉଥିଲେ। ଆଜି ବାସସ୍ଥାନ କୋତନା ଠାରେ ତାଙ୍କର ଶେଷ କୃତ୍ୟ କରାଯାଇଛି। ପଞ୍ଚଭୂତ ରେ ଲୀନ ହୋଇଯାଇଛନ୍ତି ରମେଶ। ତାଙ୍କର ଶେଷକୃତ୍ୟରେ ଶହ ଶହ ଲୋକଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ବେହେରା, ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ହରିହର ସାହୁ , ବୀରଦୈତ୍ୟ ସାହୁ, ଗୋବିନ୍ଦ ପଟେଲ ତଥା ପଦ୍ମପୁର ଉପଖଣ୍ଡର ସମସ୍ତ ସାମ୍ବାଦିକ ରତ୍ନମଣି ଶତପଥୀ, ପ୍ରଦୀପ୍ତ ସାହୁ, କ୍ଷମାନିଧି ନାୟକ, ଅଶ୍ୱିନୀ ପାତ୍ର, ପାଇକମାଳର ବଡ଼ ଶତପଥୀ, ସୁରଥ କୁମାର ସାହୁ, ସୁମନ୍ତ ସାହୁ, ଗୌରାଙ୍ଗ ଦାଶ, ମାନସ ରଞ୍ଜନ ନାୟକ, ଦୁର୍ଯ୍ୟୋଧନ ପୁଟା, କୁଞ୍ଜବିହାରୀ ସାହୁ, ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧର ସଭାପତି ମୋତିଲାଲ ବାଗ, ସମ୍ପାଦକ ସୋମନାଥ ବାଗ, ସୌଦାଗର ବରିହା ତଥା ଝାରବନ୍ଧ ସାମ୍ବାଦିକ ସଂଘର ଯୋହନ କୁମ୍ଭାର, ଶିବ ପଟେଲ ପ୍ରମୁଖ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ତାଙ୍କର ବିୟୋଗ ଝାରବନ୍ଧ ତଥା ଉପଖଣ୍ଡର ଅପୂରଣୀୟ କ୍ଷତି ବୋଲି ପଦ୍ମପୁର ସାମ୍ବାଦିକ ସଙ୍ଘର ସଭାପତି ସାମ୍ବାଦିକ ବଡ଼ ଶତପଥୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/15/untitled-2025-10-15-14-14-24.png)