ଭୁବନେଶ୍ବର: ‘ସମ୍ବାଦ’ର ୪୨ତମ ସ୍ବନକ୍ଷତ୍ର ଅବସରରେ ସେପ୍ଟେମ୍ବର ୧୪ ତାରିଖ ରବିବାର ପୂର୍ବାହ୍ନ ୧୦ଟାରେ ସାରା ରାଜ୍ୟରେ ଆରମ୍ଭ ହୋଇଛି ବାର୍ଷିକ ଜୋନ୍ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା। ଭୁବନେଶ୍ବର ସମେତ କଟକ, ଯାଜପୁର, ଅନୁଗୁଳ, ବାଲେଶ୍ବର, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ ଜୟପୁର ଆଦି ୯ଟି ସହରରେ ପ୍ରତିଯୋଗିତା କେନ୍ଦ୍ର ହୋଇଛି। ଏଥିରେ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଯେଉଁ ଛାତ୍ରଛାତ୍ରୀ ଅନ୍ଲାଇନ୍ କିମ୍ୱା ଅଫ୍ଲାଇନ୍ ମାଧ୍ୟମରେ ନାମ ପଞ୍ଜୀକରଣ କରି ପାରିନାହାନ୍ତି ସେମାନେ ସିଧାସଳଖ ପ୍ରତିଯୋଗିତା କେନ୍ଦ୍ରକୁ ଆସି ଭାଗ ନେଇଛନ୍ତି। ଉଭୟ ବିତର୍କ ଓ ସାରେଗାମା ପ୍ରତିଯୋଗିତାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨), ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି।
/filters:format(webp)/sambad/media/media_files/2025/09/14/titled-2025-09-14-11-38-41.png)
ଭୁବନେଶ୍ବର ଜୋନ୍ରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ କଟକରେ ବିତର୍କ ପାଇଁ ଶ୍ରୀରାମଚନ୍ଦ୍ର ଭବନ ଓ ସାରେଗାମା ପାଇଁ ଶତାବ୍ଦୀ ଭବନ, ସମ୍ବଲପୁରରେ ବିତର୍କ ପ୍ରତିଯୋଗିତା ‘ସମ୍ବାଦ ଭବନ’ ଓ ସାରେଗାମା ପ୍ରତିଯୋଗିତା ଓଡ଼ିଶା ସାଂସ୍କୃତିକ ସମାଜ (ସେନ୍ପାର୍କ ନିକଟ), ଅନୁଗୁଳରେ ଉଭୟ ପ୍ରତିଯୋଗିତା କେନ୍ଦ୍ର ରୋଟାରି ପବ୍ଲିକ ସ୍କୁଲ, ଯାଜପୁରରେ ଯାଜପୁରରୋଡ୍ ଦଳାଛକସ୍ଥିତ ସେଣ୍ଟ ଜାଭିୟର ଇଣ୍ଟର୍ନ୍ୟାସ୍ନାଲ୍ ସ୍କୁଲ, ବାଲେଶ୍ବରରେ ‘ସମ୍ବାଦ’ ବାଲେଶ୍ବର ସଂସ୍କରଣ କାର୍ଯ୍ୟାଳୟ, ବ୍ରହ୍ମପୁରରେ ସିଦ୍ଧିବିନାୟକ କଲ୍ୟାଣ ମଣ୍ଡପ, ଜୟପୁରରେ ସରକାରୀ ମହିଳା ମହାବିଦ୍ୟାଳୟ ଓ ରାଉରକେଲାରେ ଛେଣ୍ଡ୍ସ୍ଥିତ ରିମ୍ସ କଲେଜଠାରେ ପ୍ରତିଯୋଗିତା କେନ୍ଦ୍ର ହୋଇଛି।

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/14/untitled-2025-09-14-11-38-20.png)