ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ସର୍ଗିଡିହି ଗ୍ରାମର କୁଖ୍ୟାତ ଅପରାଧୀ ସୀତାରାମ ଷଡ଼ଙ୍ଗୀକୁ ପୁଲିସ ପକ୍ଷରୁ ଗୁଳିମାଡ଼ ହୋଇଛି । ଡକାୟତି ମାମଲାରେ ଗିରଫ କରିବାକୁ ଯିବା ବେଳେ ସେ ପୁଲିସ ଉପରକୁ ସକାଳ ପ୍ରାୟ ୫ଟା ୧୫ ମିନିଟ୍ ସମୟରେ ରଙ୍ଗିଆଟିକ୍ରା ନିକଟରେ ଗୁଳିମାଡ଼ କରିଥିଲା । ଏହାର ଜବାବରେ ପୁଲିସ ସୀତାରାମ ଉପରକୁ ଗୁଳିମାଡ଼ କରିଥିଲା।  ଗୁଳି ବାମ ଗୋଡ଼ରେ ବାଜିଥିଲା । ତାକୁ ପ୍ରଥମେ କୁଚିଣ୍ଡାରେ ପ୍ରାଥମିକ ଚିକତ୍ସା ପରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ସୀତାରାମ ଷଡଙ୍ଗୀ ନାଁରେ ୨୫ରୁ ଅଧିକ ଡକାୟତି, ରାହାଜାନି, ହତ୍ୟା ଉଦ୍ୟମ ପରି ଅପରାଧିକ ମାମଲା ରହିଛି । ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ରହିଛି ଅପରାଧିକ ମାମଲା।

Advertisment

ଡକାୟତି ମାମଲାରେ ଗିରଫ କରିବାକୁ ଯିବା ବେଳେ ସେ ପୁଲିସ ଉପରକୁ ସକାଳ ପ୍ରାୟ ୫ଟା ୧୫ ମିନିଟ୍ ସମୟରେ ରଙ୍ଗିଆଟିକ୍ରା ନିକଟରେ ଗୁଳିମାଡ଼ କରିଥିଲା । ଏହାର ଜବାବରେ ପୁଲିସ ସୀତାରାମ ଉପରକୁ ଗୁଳିମାଡ଼ କରିଥିଲା।  ଗୁଳି ବାମ ଗୋଡ଼ରେ ବାଜିଥିଲା । ତାକୁ ପ୍ରଥମେ କୁଚିଣ୍ଡାରେ ପ୍ରାଥମିକ ଚିକତ୍ସା ପରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ସୀତାରାମ ଷଡଙ୍ଗୀ ନାଁରେ ୨୫ରୁ ଅଧିକ ଡକାୟତି, ରାହାଜାନି, ହତ୍ୟା ଉଦ୍ୟମ ପରି ଅପରାଧିକ ମାମଲା ରହିଛି । ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ରହିଛି ଅପରାଧିକ ମାମଲା।

ଆଜି ଭୋର ୫ଟା ୧୫ରେ ପୁଲିସ  ତାକୁ ଗିରଫ କରିବାକୁ ଯାଇଥିବା ବେଳେ ରଙ୍ଗିଆ ଟିକିରା ନିକଟରେ ପୁଲିସ ଉପରକୁ ଗୁଳିମାଡ଼ କରିଥିଲା ।  ପୁଲିସର ଜବାବରେ ଗୁଳିମାଡ଼ କରିଥିଲା ।  ତା ନିକଟରୁ ଗୋଟିଏ ପିସ୍ତଲ,  ଗୋଟିଏ ଅଫୁଟା ଗୁଳି , ନମ୍ବର ପ୍ଲେଟ ନଥିବା ବାଇକ୍ ସହ ନଗଦ ୧ ଲକ୍ଷ ଟଙ୍କା ଜବତ ହୋଇଛି । 

crime