ଗୁରୁଣ୍ଡିଆ: ସୁନ୍ଦରଗଡ଼ଜିଲ୍ଲା ଗୁରୁଣ୍ଡିଆ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ ସଂସ୍କୃତ ଶିକ୍ଷକ ଆଦିତ୍ୟ ପାତ୍ର (୩୨)ଙ୍କ ନାମରେ ଗୁରୁଣ୍ଡିଆ ଥାନାରେ ହୋଇଛି ସଙ୍ଗୀନ ଅଭିଯୋଗ I ସେ ଉକ୍ତ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛିI ଏହି କ୍ରମରେ ଆଉ ସାତ ଜଣ ଛାତ୍ରୀ ମଧ୍ୟ ବିଦ୍ୟାଳୟରେ ତାଙ୍କ ସହ ମଧ୍ୟ ଅସଦାଚରଣ ହୋଇଥିବା ପ୍ରଧାନ ଶିକ୍ଷୟିତ୍ରୀ ଓ କମିଟିଙ୍କୁ କହିଥିଲେI
ସୂଚନାରୁ ପ୍ରକାଶ ଯେ ଗତ ୧୬ ତାରିଖ ଦିନ ବିଦ୍ୟାଳୟର ଖେଳ ଶିକ୍ଷକ ଚନ୍ଦନ ସାହୁ ନିକଟରେ ଥିବା ଖେଳପଡ଼ିଆରେ ଛାତ୍ରୀ ମାନଙ୍କୁ ନେଇ ଡ୍ରିଲ କରୁଥିଲେ I ବିଳମ୍ବରେ ବିଦ୍ୟାଳୟ ଆସିଥିବା ପୀଡ଼ିତା ଛାତ୍ରୀ ଶିକ୍ଷକଙ୍କ ତାଗିଦ ଭୟରେ ଡ୍ରିଲ କ୍ଲାସ ନଯାଇ ଶ୍ରେଣୀରେ ବସିଥିଲା I ଠିକ୍ ଏତିକି ବେଳେ ସଂସ୍କୃତ ଶିକ୍ଷକ ଆଦିତ୍ୟ ପାତ୍ର ଛାତ୍ରୀଙ୍କୁ ଶାଗ ତୋଳିବା କହି ବିଦ୍ୟାଳୟ ପଛ ପଟେ ଡ଼ାକିନେଇଥିଲା ଓ ସେଠାରେ ଛାତ୍ରୀ ସହ ଅସଦାଚରଣ କରୁଥିବା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ସନ୍ଦେହ କରି ଦେଖିବାକୁ ଯାଇଥିଲେ ଓ ଏହି ଦୃଶ୍ୟ ଦେଖି ଶିକ୍ଷକଙ୍କୁ ତାଗିଦ କରିଥିଲେ I ଛାତ୍ରୀ ଘରକୁ ଯାଇ ଘଟିଥିବା ସମସ୍ତ ବିଷୟରେ କହିଥିଲେ।
ଗତ ୧୬ ତାରିଖ ଦିନ ବିଦ୍ୟାଳୟର ଖେଳ ଶିକ୍ଷକ ଚନ୍ଦନ ସାହୁ ନିକଟରେ ଥିବା ଖେଳପଡ଼ିଆରେ ଛାତ୍ରୀ ମାନଙ୍କୁ ନେଇ ଡ୍ରିଲ କରୁଥିଲେ I ବିଳମ୍ବରେ ବିଦ୍ୟାଳୟ ଆସିଥିବା ପୀଡ଼ିତା ଛାତ୍ରୀ ଶିକ୍ଷକଙ୍କ ତାଗିଦ ଭୟରେ ଡ୍ରିଲ କ୍ଲାସ ନଯାଇ ଶ୍ରେଣୀରେ ବସିଥିଲା I ଠିକ୍ ଏତିକି ବେଳେ ସଂସ୍କୃତ ଶିକ୍ଷକ ଆଦିତ୍ୟ ପାତ୍ର ଛାତ୍ରୀଙ୍କୁ ଶାଗ ତୋଳିବା କହି ବିଦ୍ୟାଳୟ ପଛ ପଟେ ଡ଼ାକିନେଇଥିଲା ଓ ସେଠାରେ ଛାତ୍ରୀ ସହ ଅସଦାଚରଣ କରୁଥିବା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ସନ୍ଦେହ କରି ଦେଖିବାକୁ ଯାଇଥିଲେ ଓ ଏହି ଦୃଶ୍ୟ ଦେଖି ଶିକ୍ଷକଙ୍କୁ ତାଗିଦ କରିଥିଲେ I ଛାତ୍ରୀ ଘରକୁ ଯାଇ ଘଟିଥିବା ସମସ୍ତ ବିଷୟରେ କହିଥିଲେ।
୧୮ ତାରିଖ ଦିନ ୧୦/୧୨ ଜଣ ଅଭିଭାବକ ଅସଦାଚରଣ ସମ୍ପର୍କରେ ବିଦ୍ୟାଳୟର କମିଟି ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ ଓ କାର୍ଯାନୁଷ୍ଠାନ ଗ୍ରହଣ କରାନଗଲେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ଧମକ ଦେଇଥିଲେ I ପ୍ରଧାନ ଶିକ୍ଷୟିତ୍ରୀ ନିର୍ମଳା ସିନ୍ଦୁର ଜିଲ୍ଲା ଶିକ୍ଷା ଅଧିକାରୀ ସୁନ୍ଦରଗଡ଼ଙ୍କୁ ଏବିଷୟରେ ଲିଖିତ ଓ ଫୋନ ଯୋଗେ ଜଣାଇଥିଲେ I ଜିଲ୍ଲା ଶିକ୍ଷା ଅଧିକାରୀ ୧୯ ତାରିଖ ଦିନ ଚାରି ଜଣ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏହି ଘଟଣାର ତଦନ୍ତ ପାଇଁ ପଠାଇଥିଲେ ତଦନ୍ତକାରୀ ଅଧିକାରୀ ପୀଡ଼ିତା ଓ ସମସ୍ତ ଶିକ୍ଷକ ମାନଙ୍କର ବୟାନ ଅଲଗା ଅଲଗା ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦେଇଥିଲେ I
ଜିଲ୍ଲା ଶିକ୍ଷା ଅଧିକାରୀ ସେହି ଦିନ ହିଁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଶିକ୍ଷକଙ୍କ ନାମରେ ଗୁରୁଣ୍ଡିଆ ଥାନାରେ ଏତଲା ଦେବା ପାଇଁ ନିର୍ଦେଶ ଦେଇଥିଲେ ଓ ଉକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରିଥିଲେ I ଆଦେଶ ଅନୁସାରେ ଗୁରୁଣ୍ଡିଆ ଥାନାରେ ଏତଲା ଦିଆଯାଇ ଶିକ୍ଷକଙ୍କ ସସ୍ପେଣ୍ତ ଚିଠି ଦିଆଯାଇଥିଲା I ସସ୍ପେଣ୍ତ ପରେ ଗୁରୁଣ୍ଡିଆ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟରେ ଉକ୍ତ ଶିକ୍ଷକ ଯୋଗ ଦେଇ ଏବେ ଛୁଟିରେ ରହିଥିବା ସୂଚନା ମିଳିଛିI ଗୁରୁଣ୍ଡିଆ ଥାନାରେ ଏତଲା ଗ୍ରହଣର ୧୧ ଦିନ ବିତିଯାଇଥିଲେ ହେଁ ଘଟଣାର ସମ୍ବେଦନଶୀଳତା ଅନୁସାରେ ତଦନ୍ତରେ ଶିଥିଳ ପଡ଼ିଥିବା ଯୋଗୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି I କେବେ ସଂସ୍କୃତ ଶିକ୍ଷକ ଆଦିତ୍ୟ ପାତ୍ରଙ୍କୁ ପୁଲିସ୍ ଗିରଫ କରିବ ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/08/29/sdg-2025-08-29-12-53-01.jpg)