ଭୁବନେଶ୍ବର: ୭୯ତମ ଜାତୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତା ସନ୍ତୋଷ ଟ୍ରଫିର ଫାଇନାଲ୍‌ ରାଉଣ୍ଡ୍‌ରେ ନିଜର ଦ୍ବିତୀୟ ମ୍ୟାଚ୍‌ରେ ଓଡ଼ିଶା ୧ ପଏଣ୍ଟ୍‌ କରାୟତ୍ତ କରିବାକୁ ସକ୍ଷମ ହୋଇଛି। ପ୍ରଥମ ମ୍ୟାଚ୍‌ରେ ମେଘାଳୟଠୁ ୦-୧ରେ ହାରିଥିବା ଓଡ଼ିଶା ଦ୍ବିତୀୟ ମ୍ୟାଚ୍‌ରେ ସର୍ଭିସେସ୍‌ ସହ ଗୋଲ୍‌ଶୂନ୍ୟ ଅମୀମାଂସିତ ରଖିଛି। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ୍‌ରେ ସନ୍ତୁଷ୍ଟ ରହିଛନ୍ତି। ଏହି ପଏଣ୍ଟ୍‌ ସହ ଓଡ଼ିଶା ୬ ଦଳୀୟ ଗ୍ରୁପ୍‌-ବି’ରେ ପଞ୍ଚମ ସ୍ଥାନରେ ରହିଛି।

Advertisment

ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ ‌କେରଳ ବିପକ୍ଷରେ ଖେଳିବ

କେରଳ ଓ ମେଘାଳୟ ସମାନ ୪ ପଏଣ୍ଟ୍‌ ଲେଖାଏଁ ପାଇ ଯଥାକ୍ରମେ ୧-୨ ସ୍ଥାନରେ ଅଛନ୍ତି। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ ସୋମବାର ‌କେରଳ ବିପକ୍ଷରେ ଖେଳିବ। କେରଳ ପ୍ରଥମ ମ୍ୟାଚ୍‌ ଜିତିଥିଲା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ରେଳବାଇ ସହ ୧-୧ ଗୋଲ୍‌ରେ ଅମୀମାଂସିତ ରଖିଥିଲା।

ଆହୁରି ପଢ଼ନ୍ତୁ Abhijit Majumdar No More ଆଉ ନାହାନ୍ତି ସ୍ବନାମଧନ୍ୟ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ୍‌ ମଜୁମ୍‌ଦାର୍‌