ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବ ଜାରି ରହିଛି। ମୋହନ ସରକାର ବିଗତ ୧ ବର୍ଷ ମଧ୍ୟରେ ରାଜ୍ୟର ବିକାଶ କିଭଳି କରିଛନ୍ତି, ସେନେଇ ହିସାବ ଦେଉଛନ୍ତି। ଏଥି ପାଇଁ ବିଜେପି ରାଜ୍ୟବ୍ୟାପି ବିକାଶ ମେଳାର ଆୟୋଜନ କରିଛନ୍ତି। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସ୍ତରୀୟ ଭବ୍ୟ ସମାରୋହରେ ଯୋଗ ଦେବାକୁ ଯାଉଛନ୍ତି।

Advertisment

ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ବର ଆସିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ତାଙ୍କର ଗସ୍ତରେ ରୋଡ ସୋ’ ଏବଂ ଜନତା ମଇଦାନରେ ଜନସଭାକୁ ସମ୍ବୋଧିତ କରିବା ଆକର୍ଷଣୀୟ ହେବ। ମୋଦୀଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ବର ପୁଣି ଥରେ ଜନସମୁଦ୍ର ପାଲଟିବ। ରାଜ୍ୟର କୋଣଅଣୁକୋଣରୁ ଲୋକେ ଆସିବେ। ସମ୍ଭାବିତ ଭିଡ଼ ଯୋଗୁଁ ସ୍କୁଲ ପିଲାମାନେ ଟ୍ରାଫିକ୍‌ଜନିତ ସମସ୍ୟାର ସାମ୍ନା କରିବାର ଆଶଙ୍କା କରି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆସନ୍ତା ୨୦ ତାରିଖ ଦିନ ଭୁବନେଶ୍ବର ଓ କଟକ ମହାନଗର ନିଗମ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ବର ଆସିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ତାଙ୍କର ଗସ୍ତରେ ରୋଡ ସୋ’ ଏବଂ ଜନତା ମଇଦାନରେ ଜନସଭାକୁ ସମ୍ବୋଧିତ କରିବା ଆକର୍ଷଣୀୟ ହେବ। ମୋଦୀଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ବର ପୁଣି ଥରେ ଜନସମୁଦ୍ର ପାଲଟିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ ପାଇଁ ଭୁବନେଶ୍ବରର ଜନତା ମଇଦାନରେ ପ୍ରସ୍ତୁତି ଜୋରଦାର ଚାଲିଛି। 

 

ଆସନ୍ତା ୨୦ ତାରିଖରେ ଭୁବନେଶ୍ବର ଓ କଟକରେ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲଗୁଡ଼ିକ ବନ୍ଦ ରଖିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ‌ଖୋର୍ଦ୍ଧା ଏବଂ କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନୋଟିସ ଜାରି କରାଯାଇଛି।  

Narendra Modi | Education | school