ମାଲକାନଗିରି: ମାଲକାନଗିରି ସହର ଭିତର ବିଦ୍ୟାଳୟଗୁଡିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଜିଲ୍ଲା ସଦର ମହକୁମାରେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ରହିଥିବା ବେଳେ ସହର ଭିତରେ ରହିଥିବା ବିଦ୍ୟାଗୁଡିକ ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ କିପରି ଦୃଷ୍ଟି ପଡୁ ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ରିକ୍ଲେମେସନ କଲୋନିରେ ରହିଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥାକୁ ଦେଖିଲେ କୌଣସି ଅଭିଭାବକ ଏହି ସ୍କୁଲରେ ନିଜର ପିଲାଙ୍କୁ ପାଠ ପଢାଇବାକୁ ଇଛା କରିବେ ନାହିଁ।
/sambad/media/media_files/2024/10/29/mkg-reclamation-school-story1.jpg)
ଗତବର୍ଷ ଏହି ବିଦ୍ୟାଳୟରେ ୫୯ ଜଣ ପିଲା ପାଠ ପଢୁଥିଲେ। କିନ୍ତୁ ସ୍କୁଲର ଅବସ୍ଥା ଦେଖି ବହୁ ଅଭିଭାବକ ନିଜ ପିଲାଙ୍କୁ ନେଇ ଅନ୍ୟ ସ୍କୁଲରେ ନାମ ଲେଖାଇଲେ। ଏବେ ମାତ୍ର ୩୯ ଜଣ ପିଲା ଏହି ବିଦ୍ୟାଳୟରେ ପାଠ ପଢୁଛନ୍ତି। ଏମାନଙ୍କୁ ପାଠ ପଢାଇବା ପାଇଁ ଦୁଇ ଜଣ ଶିକ୍ଷୟତ୍ରୀ ରହିଛନ୍ତି। ବିଦ୍ୟାଳୟରେ ଗୋଟିଏ ନୂତନ କୋଠା ନିର୍ମାଣ ହୋଇଛି, ଯେଉଁଠି ପିଲାଙ୍କୁ ପାଠ ପଢାଯାଉଛି। ଅନ୍ୟ ଶ୍ରେଣୀଗୃହଗୁଡ଼ିକ ବିପଦସଂକୁଳ ଅବସ୍ଥାରେ ରହିଥିବା ବେଳେ ସେଠାରେ ଜଂଗଲ ସୃଷ୍ଟି ହୋଇଗଲାଣି।
ଏହି ଖବର ପଢ଼ନ୍ତୁ: ମାଲକାନଗିରିରେ ବିଚିତ୍ର ଶିକ୍ଷା ନୀତି
୧୯୯୧ ମସିହାରେ ନିର୍ମିତ ହୋଇଥିବା ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ଶୋଚନୀୟ ହୋଇପଡିଥିବାରୁ ଏହାର ମରାମତି କିମ୍ବା ଏହାକୁ ଭାଙ୍ଗି ନୂତନ ଗୃହ ନିର୍ମାଣ କରାଯାଉ ନାହିଁ।ବାରମ୍ବାର ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସମେତ ଅଭଭାବକ, ସାମାଜିକ କର୍ମୀ ଏବଂ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କୁ ବିଦ୍ୟାଳୟରେ ରହିଥିବା ବିପଦସଂକୁଳ ଶ୍ରେଣୀ ଗୃହଗୁଡିକ ସଂପର୍କରେ ଅବଗତ କରାଇଥିଲେ ମଧ୍ୟ କୌଣସି ଫରକ ପଡୁନଥିବା ଦେଖିବାକୁ ମିଳିଛି। ପିଲାମାନେ ଖେଳିବା ପାଇଁ ସ୍ଥାନ ନଥିବା ଯୋଗୁଁ ଏହି ବିପଦସଂକୁଳ ଶ୍ରେଣୀ ନିକଟରେ ଖେଳୁଥିବା ଦେଖିବାକୁ ମିଳିଛି। ଏଥିସହ ଗଛପତ୍ରରେ ଭରି ରହିଥିବା ଏହି ଗୃହଗୁଡିକରେ ସାପ ବସା ବାନ୍ଧି ରହିଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।କୌଣସି ମୁହର୍ତ୍ତରେ କିଛି ବି ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।ସହର ଭିତରେ ରହିଥିବା ବିଦ୍ୟାଳୟଗୁଡିକର ଅବସ୍ଥା ଏଭଳି ଥିବାବେଳେ ଦୁର୍ଗମ ଅଂଚଳରେ କିପରି ବିଦ୍ୟାଳୟଗୁଡିକର ଅବସ୍ଥା ରହିଥିବା ସହଜରେ ଅନୁମେୟ।
ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁ ବୋଲି ଅଭିଭାବକମାନେ ଦାବି କରିଛନ୍ତି। ଅନ୍ୟଦିଗରେ ଆସନ୍ତା ଡିସେମ୍ବର ମାସରୁ ବିପଦସଂକୁଳ ଶ୍ରେଣୀ ଗୃହଗୁଡିକକୁ ଭାଙ୍ଗିବା ସହ ନୂତନ ଗୃହ ନିର୍ମାଣ ହେବ ବୋଲି ବିଭାଗ ତରଫରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/29/mkg-reclamation-school-stor.jpg)