ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ଉଲୁଣ୍ଡା ବ୍ଲକ୍‌ର ସତ୍ୟବାଦୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ କଳାପଥରରେ ରେଡ୍‌କ୍ରସର ପ୍ରବେଶ ଉତ୍ସବ ଆୟୋଯିତ ହେଇଯାଇଛି। ଏହି ଅବସରରେ ଜିଲ୍ଲା ରେଡ୍‌କ୍ରସ କାର୍ଯ୍ୟକାରୀ କମିଟିର ସଭ୍ୟ ତଥା ଅଧ୍ୟକ୍ଷ ଶ୍ରୀକାନ୍ତ ପଧାନ ସଭାପତିତ୍ତ୍ୱ କରି ରେଡ୍‌କ୍ରସ୍‌ର ମୁଳତତ୍ତ୍ୱ ମାନବିକତା, ସମାନତା, ସ୍ୱାଧୀନତା, ସ୍ୱେଛାକୃତ ସେବା, ବିଶ୍ୱଭାତୃତ୍ୱ ଭାବ ଉପରେ ଆଲୋକପାତ କରିଥିଲେ।

Advertisment

ରେଡ୍‌କ୍ରସ୍ ଆବାହକ ସଂପାଦକ ସୋନପୁର-ରାଜ୍ କଲେଜ୍‌ର ଅଧ୍ୟାପକ ଉମାକାନ୍ତ ନାଗ୍‌, ରେଡ୍‌କ୍ରସ୍‌ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ସଂଯୋଜକ ତଥା ସିଦ୍ଧାର୍ଥ ଡିଗ୍ରି କଲେଜ ବିନିକାର ଅଧ୍ୟାପକ ବିଶ୍ୱନାଥ ମିଶ୍ର ମାନବିକତା ଓ ବିବେକବୋଧ ପ୍ରକୃତ ମଣିଷର ମାପକାଠି ବୋଲି କହିବାସହ କାହା ଦୁଃଖରେ ଲୁହ ବୁନ୍ଦେ ବୁହାଇପାରିଲେ ଆମର ଜାଗ୍ରତ ବିବେକବୋଧର ପରିଚୟ ମିଳିବ ବୋଲି କହିଥିଲେ।

ଫାଷ୍ଟ ଏଡ୍ ଟ୍ରେନର୍ ଅଧ୍ୟାପକ ଉଦ୍ଧବ ପଧାନ ଫାଷ୍ଟଏଡ୍‌ର ଆବଶ୍ୟକତା ଓ କୈାଶଳ ବିଷୟରେ ଅବଗତ କରାଇଥିଲେ। ପ୍ରୋଗ୍ରାମ୍ କାଉନ୍‌ସେଲର୍ ଅଧ୍ୟାପକ କିଶୋର କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଜୀବଜଗତରେ ସେବାରେ ନିଜକୁ ସମର୍ପିତ କରିବାକୁ ଆହ୍ୱାନ୍ ଦେଇଥିଲେ। ଅଧ୍ୟାପିକା ଦେବଯାନୀ ମେଶୁଆ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ପ୍ରତିମା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ସହଯୋଗ କରିଥିବା ବେଳେ ମାନବ ସେବାରେ ନିଜକୁ ବ୍ରତୀ କରିବାକୁ ଶପଥ ନେଇଥିଲେ।