ଭୁବନେଶ୍ୱର: ଜୁନ୍ ୧୮ ନୁହେଁ,୨୦ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ୍ ଖୋଲିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଦିଆଯାଇଛି। ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ । ପ୍ରବଳ ଖରାକୁ ଦେଖି ରାଜ୍ୟରେ ସ୍କୁଲ ବନ୍ଦ ରହିଛି। ରାଜ୍ୟରେ ଖରାଛୁଟି ବଢିବ କି ନାହିଁ ସେ ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଜର ପ୍ରତିକ୍ରିୟାରେ ଏହି ସୂଚନା ଦେଇଛନ୍ତି।
ସ୍କୁଲରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଭଲ ଖାଦ୍ୟ ମିଳିବ । ଯେମିତି ସ୍ୱାସ୍ଥ୍ୟକର ପରିବେଶ ଭିତରେ ଉତ୍ତମ ଖାଦ୍ୟ ମିଳିବ ତା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ଏନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସବୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଚିଠି କରିଛନ୍ତି ।
ସ୍କୁଲରେ ପିଲାଙ୍କ ମିଡ୍ ଡେ ମିଲକୁ ନେଇ ଅନେକ ସମୟରେ ଅଭିଯୋଗ ହୋଇଥାଏ । କେଉଁଠି ପାଣିଆ ଡାଲି କଥା ଉଠେ ତ ଆଉ କେଉଁଠି ପୋକରା ଚାଉଳରେ ଭାତ କଥା ଆସେ । ଏହାକୁ ରୋକିବା ପାଇଁ ଏବେ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରି ଜଣାଇଛି । ସ୍କୁଲ ଖୋଲିବା ପୂର୍ବରୁ ରୋଷେଇ ସ୍ଥାନ ପରିଷ୍କାର କରିବା ସହ ମାନ ପରୀକ୍ଷଣ ପାଇଁ ରେଜିଷ୍ଟର ରଖିବାକୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ।
ଜୁନ୍ ୧୮ ନୁହେଁ,୨୦ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ୍ ଖୋଲିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଦିଆଯାଇଛି। ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ । ପ୍ରବଳ ଖରାକୁ ଦେଖି ରାଜ୍ୟରେ ସ୍କୁଲ ବନ୍ଦ ରହିଛି। ରାଜ୍ୟରେ ଖରାଛୁଟି ବଢିବ କି ନାହିଁ ସେ ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଜର ପ୍ରତିକ୍ରିୟାରେ ଏହି ସୂଚନା ଦେଇଛନ୍ତି।
ବିଶେଷ କରି ମଧ୍ୟାହ୍ନ ଭୋଜନ ମାନ ପରଖିବେ ଅଭିଭାବକ । ରୋଷେଇ ସାମଗ୍ରୀ ଯାଞ୍ଚ କରିବେ ପ୍ରଧାନଶିକ୍ଷକ । ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀ କରିବେ ବୈଠକ। ସ୍କୁଲ୍ରେ ରହିବ ମାନ ପରୀକ୍ଷଣ ରେଜିଷ୍ଟର । ସ୍କୁଲ୍ ଖୋଲିବା ପୂର୍ବଦିନ ରୋଷେଇ ସ୍ଥାନ ପରିଷ୍କାର ହେବ । ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହେବେନି କୌଣସି ଛାତ୍ରଛାତ୍ରୀ । ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଅଭିଭାବକ ।