ବୁର୍ଲା: ବୁର୍ଲା ସହର ଶ୍ରୀରାମବିହାର ପାର୍କ ସମ୍ମୁଖରେ ଏକ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଗୁରୁତର ବାଇକ ଚାଳକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭିମ୍ସାର ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି। ବୁର୍ଲା ପୁଲିସ ଘଟଣାସ୍ଥଳକୁ ଆସି ଶବକୁ ଜବତ କରି ଭିମ୍ସାରକୁ ନେବା ସହ ଦୁଇ ଗାଡ଼ି ଜବତ କରିଛି।
ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୟାନନ୍ଦ ନାଏକ(୬୨) ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ଅବସରପ୍ରାପ୍ତ କର୍ମଚାରୀ ଓ ଶ୍ରୀରାମ ବିହାରରେ ପରିବାର ସହ ରୁହନ୍ତି। ସକାଳ ୮ଟା ବେଳେ ନିଜ ସ୍କୁଟି(ଓଡି-୧୫-ବି-୮୯୯୬)ରେ ଘରୁ ବାହାରି ବୁର୍ଲା ପଟକୁ ଯାଉଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଭିଆଇପି ରାସ୍ତାର ବାମପଟେ ନଯାଇ ଡାହାଣ ପଟ ରାସ୍ତାରେ ବୁର୍ଲା ସହର ପଟକୁ ଯାଉଥିଲେ। ଏହି ସମୟରେ ବୁର୍ଲା ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ(ଓଡି-୧୫-ଏକସ-୮୩୧୭) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ ଚାଳକ ହେଉଛନ୍ତି ବୁର୍ଲା ସହର ଗୌଡ଼ପାଲିର ରମାକାନ୍ତ ବେହେରା(୩୦)। ସେ ଜଣେ ରେଳ ବିଭାଗ କର୍ମଚାରୀ ହୋଇଥିବା ଜଣାଯାଇଛି।
ସୂଚନା ଅନୁସାରେ, ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୟାନନ୍ଦ ନାଏକ(୬୨) ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ଅବସରପ୍ରାପ୍ତ କର୍ମଚାରୀ ଓ ଶ୍ରୀରାମ ବିହାରରେ ପରିବାର ସହ ରୁହନ୍ତି। ସକାଳ ୮ଟା ବେଳେ ନିଜ ସ୍କୁଟି(ଓଡି-୧୫-ବି-୮୯୯୬)ରେ ଘରୁ ବାହାରି ବୁର୍ଲା ପଟକୁ ଯାଉଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଭିଆଇପି ରାସ୍ତାର ବାମପଟେ ନଯାଇ ଡାହାଣ ପଟ ରାସ୍ତାରେ ବୁର୍ଲା ସହର ପଟକୁ ଯାଉଥିଲେ। ଏହି ସମୟରେ ବୁର୍ଲା ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ(ଓଡି-୧୫-ଏକସ-୮୩୧୭) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ ଚାଳକ ହେଉଛନ୍ତି ବୁର୍ଲା ସହର ଗୌଡ଼ପାଲିର ରମାକାନ୍ତ ବେହେରା(୩୦)। ସେ ଜଣେ ରେଳ ବିଭାଗ କର୍ମଚାରୀ ହୋଇଥିବା ଜଣାଯାଇଛି। ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ, ବାଇକ ଚାଳକ ପ୍ରାୟ ୫୦ ମିଟର ଦୂରରେ ଘୋଷାଡ଼ି ହୋଇ ପଡ଼ିଥିବା ବେଳେ ବାଇକଟି ଆହୁରି ୫୦ ମିଟର ଆଗକୁ ଯାଇ ପାର୍କ କଡ଼ରେ ପଡ଼ିଥିଲା।